ଆଜି ସକାଳୁ ସକାଳୁ ଟ୍ରେନ ଧକ୍କା ଖବର ଶୁଣିବାକୁ ମିଳୁଛି । ରାଉକେଲାର ରାଞ୍ଚି ଡିଭିଜନରେ ଦୁଇଟି ମାଲବାହୀ ଟ୍ରେନ ମୁହାଁମୁହିଁ ଧକ୍କା ହେବା ପରେ ଟ୍ରେନ ଲାଇନରୁ ଖସି ପଡିଛନ୍ତି । ରେଳ ବିଭାଗ ତରଫରୁ ସୂଚନା ଦିଆଯାଇଛି କି ମାଲବାହୀ ଟ୍ରେନର ବ୍ରେକଫେଲ ହୋଇଯିବା କାରଣରୁ ଏହି ଅଘଟଣ ଘଟିଛି ବୋଲି କୁହାଯାଉଛି । କହିଦେଉଛୁ କି ଗତକାଲି ଅଧିକ ରାତିରେ ରାଞ୍ଚି ଡିଭିଜନର ପକାର ଓ କୁରକୁରା ଷ୍ଟେସନ ମଝିରେ ଦୁଇଟି ମାଲବାହୀ ଟ୍ରେନ ମୁହାଁମୁହିଁ ଧକ୍କା ହୋଇଥିଲେ ।
ଘଟଣା ବିଷୟରେ ଜାଣିବା ପରେ ଘଟଣା ସ୍ଥଳରେ ରେଲୱେ କର୍ତ୍ତୁପକ୍ଷ ଓ ଉଦ୍ଧାରକାରୀ ଟିମ ପହଞ୍ଚି ଉଦ୍ଧାର କାର୍ଯ୍ୟ କରୁଛନ୍ତି । ଏହି ଘଟଣା ପରେ ରେଳ ସେବାକୁ ପ୍ରଭାବିତ କରିଛି ।

ଏହି ରୁଟ ଦେଇ ଯାଉଥିବା ଟ୍ରେନ ଗୁଡିକର ଗତିପଥକୁ ବଦଳାଇ ଦିଆ ଯାଇଛି । ଏହି କାରଣରୁ ରାଞ୍ଚି ଓ ରାଉରକେଲା ମଧ୍ୟରେ ଅନ୍ୟ ଯାତ୍ରୀବାହି ଟ୍ରେନ ଗୁଡିକର ବାଧା ପ୍ରାପ୍ତ ହେଉଛି । ସୂଚନା ଅନୁସାରେ ଏହି ଘଟଣା ପରେ ଝାରସୁଗୁଡାରୁ ହାତିଆ ପାସେଞ୍ଜର ଟ୍ରେନ ଓ ରାଉରକେଲାରୁ ହାତିଆ ପାସେଞ୍ଜର ଟ୍ରେନ ସବୁଦିନ ଯିବା ଆସିବା କରିଥାଏ । ବର୍ତ୍ତମାନ ଏହି ଟ୍ରେନକୁ ସମ୍ପୂର୍ଣ ରୂପରେ ବାତିଲ କରି ଦିଆ ଯାଇଛି । ଅନ୍ୟ ପଟେ ଭୁବନେଶ୍ଵରରୁ ହାତିଆ ତପସ୍ଵିନୀ ଏକ୍ସପ୍ରେସ ସବୁଦିନ ସୁନ୍ଦରଗଡକୁ ଯିବା ଆସିବା କରିଥାଏ ।
ଏହି ଟ୍ରେନର ଗତିପଥକୁ ବଦଳାଇ ଦିଆ ଯାଇଛି । ଅନ୍ୟ ଦୁଇଟି ଟ୍ରେନର ଗତିପଥକୁ ବି ବଦଳାଇ ଦିଆ ଯାଇଛି । ଏହି ଘଟଣା ପରେ ଉଦ୍ଧାରକାରୀ ଟିମ ପହଞ୍ଚି ଉଦ୍ଧାର କାର୍ଯ୍ୟ ତ୍ବରାନିତ୍ଵ କରିବା ପାଇଁ ଚେଷ୍ଟା କରୁଛନ୍ତି । ଯାହା ଦ୍ଵାରା ଏହି ରୁଟକୁ ଯାତାୟାତ ପାଇଁ ଖାଲି କରାଯାଇ ପାରିବ ଓ ଟ୍ରେନ ସେବା ଗୁଡିକ ବିନା ବାଧାରେ ଚାଲିବ । କହିଦେଉଛୁ କି ଏହା ସହିତ ଏହି ଦୁର୍ଘଟଣା କାହିଁକି ଘଟିଲା ଏହାକୁ ନେଇ ବି ତଦନ୍ତ କରାଯାଉଛି ।


ସବୁଠୁ ବଡ କଥା ହେଉଛି କି ଏହି ଦୁଇଟି ଟ୍ରେନର ୪ ଜଣ ଡ୍ରାଇଭର ଓ ଗାର୍ଡ ସୁରକ୍ଷିତ ଅଛନ୍ତି । ସେମାନଙ୍କୁ କୌଣସି ବି ପ୍ରକାରର ଆଘାତ ହୋଇ ନାହାନ୍ତି । କହିବାକୁ ଗଲେ ଏହା ସାଧାରଣ ମାଲବାହୀ ଟ୍ରେନ ଥିଲା କିନ୍ତୁ ଯଦି ଯାତ୍ରୀବାହି ଟ୍ରେନ ହୋଇଥାନ୍ତା ତେବେ ଏହା ବହୁତ ବଡ ଦୁର୍ଘଟଣାର ରୂପ ନେଇ ଥାନ୍ତା । ଏହି ସବୁ ଦିଗକୁ ଦେଖି ରେଲେବେ ବିଭାଗ ଏହି ଧକ୍କାର ତଦନ୍ତ କରାଯାଉଛି ।