ଦୀର୍ଘ 30 ବର୍ଷ ପରେ 2022 ରେ ଶନି ଚଳିବେ ନିଜ ରାଶି କୁମ୍ଭକୁ (Aquarius), ଜାଣନ୍ତୁ କେଉଁ ରାଶିର ଆରମ୍ଭ ହେବ ଭଲ ସମୟ ?

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯେତେବେଳେ କୌଣସି ଗ୍ରହ ନିଜର ରାଶି ପରିବର୍ତ୍ତନ କରିଥାଏ ତେବେ ଏହାର ସିଧା ପ୍ରଭାବ ସେହି ରାଶିର ବ୍ୟକ୍ତି ଉପରେ ପଡିଥାଏ । କିନ୍ତୁ ଯଦି ଶନି ଗ୍ରହ ବିଷୟରେ କହିବା ତେବେ ସେ ନିଜର ଗତିପଥ ପରିବର୍ତ୍ତନ କରିଲେ ଏହା ଦ୍ଵାରା ସବୁ ରାଶି ଉପରେ ପ୍ରଭାବ ପଡିଥାଏ । ଯଦି କୌଣସି ରାଶିରେ ଶନିର ସ୍ଥିତି ଠିକ ଅଛି ତେବେ ସେହି ବ୍ୟକ୍ତିର ଜୀବନରେ ସବୁ ଶୁଭ ପରିଣାମ ଦେଖିବାକୁ ମିଳିବ ।

ଯଦି କୌଣସି ରାଶିରେ ଶନିର ସ୍ଥିତି ଠିକ ନାହିଁ ତେବେ ଏହି କାରଣରୁ ସେହି ବ୍ୟକ୍ତିର ଜୀବନରେ ଗୋଟିଏ ପରେ ଗୋଟିଏ ସମସ୍ୟା ଆସିପାରେ । ଜ୍ୟୋତିଷ ଗଣନା ଅନୁସାରେ ଶନି ଗ୍ରହ ନିଜ ରାଶି କୁମ୍ଭରେ ୩୦ ବର୍ଷ ପରେ ପ୍ରବେଶ କରିବାକୁ ଯାଉଛନ୍ତି । ତେବେ ଚାଲନ୍ତୁ ଜାଣିବା ଶନିଙ୍କ ଗୋଚର କାରଣରୁ କେଉଁ ରାଶିଙ୍କୁ ଶୁଭ ପରିଣାମ ଦେଖିବାକୁ ମିଳିବ ।

ବୃଷ ରାଶି

ବୃଷ ରାଶିର ଲୋକମାନଙ୍କ ପାଇଁ ଶନିର ଗୋଚର ଲାଭଦାୟକ ପ୍ରମାଣିତ ହେବାକୁ ଯାଉଛି । ଏହି ରାଶିର ଲୋକମାନେ ଯେଉଁ କାର୍ଯ୍ୟରେ ହାତ ଦେବେ, ସେଥିରେ ଏମାନଙ୍କୁ ପୂରାପୂରି ସଫଳତା ମିଳିବ । ଆପଣଙ୍କୁ ଚାକିରି ଜୀବନରେ ବହୁତ ଭଲ ଚାନ୍ସ ମିଳିପାରେ । ମନ ଇଚ୍ଛା ଚାକିରି ମିଳିବ । କାର୍ଯ୍ୟ କ୍ଷେତ୍ରରେ ସହଯୋଗୀଙ୍କ ସହ ଆପଣଙ୍କ ସମ୍ବନ୍ଧ ଭଲ ରହିବ । ଯଦି ଆପଣଙ୍କ କୌଣସି କାମ ବହୁତ ସମୟ ହେବ ଅଟକିଛି ତେବେ ଏହା ପୁରା ହେବ । ଏହି ସମୟରେ ଆପଣଙ୍କୁ ସବୁ କାର୍ଯ୍ୟରେ, ସବୁ କ୍ଷେତ୍ରରେ ସମସ୍ତ ସ୍ଥିତିରେ ସଫଳତା ମିଳିବାର ପ୍ରବଳ ସମ୍ଭାବନା ଅଛି ।

ମିଥୁନ ରାଶି

ଏହି ରାଶିର ଲୋକମାନଙ୍କ ପାଇଁ ଏହି ଗୋଚର ବହୁତ ଶୁଭ ରହିବ । କାମ କାର୍ଯ୍ୟରେ ଲଗାତର ସଫଳତା ହାସଲ ହେବ । ଆମଦାନୀ ବୁଦ୍ଧି ହେବାର ସମ୍ଭାବନା ଅଛି । ଚାକିରିରେ ଆପଣଙ୍କୁ ଭଲ ଚାନ୍ସ ମିଳିବ । ବ୍ୟାପାର କରୁଥିବା ଲୋକମାନଙ୍କୁ ବି ଶୁଭ ପରିଣାମ ମିଳିବ । ଶନିଙ୍କ ଗୋଚର ଦ୍ଵାରା ବିଜନେସରେ ଯେଉଁ ସବୁ ସମସ୍ୟା ଚାଲିଛି ତାହା ସବୁ ଦୂର ହୋଇଯିବ । କିଛି କାର୍ଯ୍ୟ ପୁନଃ ଆପଣଙ୍କୁ ମିଳିବ । ଯାହା ଦ୍ଵାରା ଆପଣଙ୍କ ଭାଗ୍ୟ ବଦଳି ଯିବ ।

ସିଂହ ରାଶି

ସିଂହ ରାଶିମାନଙ୍କ ପାଇଁ ଏହି ଗୋଚର ଶୁଭ ଫଳ ନେଇ ଆସିଛି । ଯଦି ଆପଣ ପ୍ରତିଯୋଗୀ ପରୀକ୍ଷାର ପ୍ରସ୍ତୁତି କରୁଛନ୍ତି ତେବେ ଆପଣଙ୍କ ପରିଶ୍ରମ ଆପଣଙ୍କୁ ସକାରାତ୍ମକ ଫଳ ଦେବ । ଯେଉଁ ଲୋକମାନେ ନିଜ ପାଇଁ ଜୀବନସାଥି ଖୋଜୁଛନ୍ତି ସେମାନେ ଏହି ସମୟରେ ଭାଗ୍ୟର ପୁରା ସାଥ ମିଳିବ । ଜୀବନସାଥି ଆପଣଙ୍କ ପସନ୍ଦର ମିଳିବ । ଚାକିରିରେ ବରିଷ୍ଠ ଅଧିକାରୀଙ୍କ ସହିତ ଆପଣଙ୍କ ସମ୍ବନ୍ଧ ଭଲ ରହିବ ।