ଆପଣ ଯଦି ଅନେକ ଦିନରୁ ସରକାରୀ ଚାକିରି ପାଇଁ ପ୍ରସ୍ତୁତ ହେଉଛନ୍ତି, ତେବେ ଆପଣଙ୍କ ପାଇଁ ଆସିଛି ଏକ ସୁବର୍ଣ୍ଣ ସୁଯୋଗ । ସମୟ ସମୟରେ ସରକାରଙ୍କ ତରଫରୁ ଅନେକ ନିଯୁକ୍ତି ମାନ ପ୍ରକାଶ ପାଇଥାଏ । ଯେଉଁଥିରେ ଆଶାୟୀ ପ୍ରାର୍ଥୀମାନେ ସରକାରୀ ଚାକିରି ପାଇଁ ଆବେଦନ କରିପାରିବେ । ଆଜି ଆମେ ଆପଣଙ୍କୁ ଏହିପରି ଏକ ନିଯୁକ୍ତି ସମ୍ପର୍କରେ ଜଣାଇବୁ । ଯେଉଁଥିରେ ଭଲ ଦରମା ସହ ଅନେକ ପୋଷ୍ଟ ର ନିଯୁକ୍ତି ରହିଛି ।
ତେବେ ଏହି ପୋଷ୍ଟ ଗୁଡିକ ବିଷୟରେ ଆପଣ କିପରି ଅପଡେଟ ପାଇପାରିବେ ଓ କିପରି ସେଥିପାଇଁ ଆବେଦନ କରିପାରିବେ ତାହା ଆଜି ଆମେ ଆପଣଙ୍କୁ ଜଣାଇବୁ । ଗଭର୍ଣ୍ଣମେଣ୍ଟ ଅଫ ଓଡିଶା ହୋମ ଡିପାର୍ଟମେଣ୍ଟ ତରଫରୁ ଏଏସଓ ପୋଷ୍ଟ ପାଇଁ ଏକ ନୂଆ ଅପଡେଟ ପ୍ରକାଶ ପାଇଛି । ପ୍ରଥମେ ଏଥିରେ ଡେପୁଟି ସେକ୍ରେଟାରୀ ପାଇଁ ୭୨ଟି ପୋଷ୍ଟ ର ନିଯୁକ୍ତି ରହିଛି । ସେହିପରି ଡେସ୍କ ଅଫିସର ପଦବୀ ପାଇଁ ୩୨୯ଟି ପୋଷ୍ଟ ରହିଛି ।
ଏହାସହ ସେକ୍ସନ ଅଧିକାରୀ ମାନଙ୍କ ପାଇଁ ୭୯୭ଟି ପୋଷ୍ଟ ର ନିଯୁକ୍ତି ରହିଛି । ଏଏସଓ ପାଇଁ ୧୫୮୭ଟି ପୋଷ୍ଟ ର ନିଯୁକ୍ତି ରହିଥିବା ବେଳେ ଶୁଣିବାକୁ ମିଳୁଛି କି କେବଳ ୧୫୦୦ ପୋଷ୍ଟ ର ନିଯୁକ୍ତି ଆସିବ । ବହୁତ ଶୀଘ୍ର ଏହାର ଅପଡେଟ ସରକାରଙ୍କ ତରଫରୁ ଆସିବ । ଏହି ଏଏସଓ ପୋଷ୍ଟ ପାଇଁ ପୂର୍ବ ପରୀକ୍ଷାର ପ୍ରଶ୍ନ ଏବଂ ଉତ୍ତର ଯଦି ଆପଣ ପାଇବା ପାଇଁ ଚାହୁଁଛନ୍ତି ତେବେ ଏହା ମଧ୍ୟ ଆପଣ ୱେବସାଇଟ ମାଧ୍ୟମରେ ପାଇଯିବେ । ଏହା ଆପଣଙ୍କୁ ପରୀକ୍ଷା ପାଇଁ ଭଲ ଭାବେ ପ୍ରସ୍ତୁତ ହେବାରେ ଖୁବ୍ ସାହାଯ୍ୟ କରିବ ।
ଆପଣ ଯଦି ଏଏସଓ ପୋଷ୍ଟର ସଂପୂର୍ଣ୍ଣ ସିଲାବସ ବିଷୟରେ ଜାଣିବାକୁ ଚାହୁଁଛନ୍ତି ତେବେ ସିଲାବସ ସେକ୍ସନରେ ଏହା ଚେକ୍ କରିପାରିବେ । ଏହା ଦ୍ଵାରା ଆପଣ ସମସ୍ତ ପ୍ରକାରର ସମସ୍ଯାର ସମାଧାନ କରିପାରିବେ । ଏହାସହ ଗତ ୪ ଡିସେମ୍ବରରେ ଯେଉଁ ନୋଟିଫିକେସନ ଆସିଛି ତା’ର ଏକ ଡକ୍ୟୁମେଣ୍ଟ ମଧ୍ୟ ଆପଣ ଡାଉନଲୋଡ କରିପାରିବେ । ଏହା ଥିଲା ଓଡିଶା ସରକାରଙ୍କ ତରଫରୁ ଆସିଥିବା ଏକ ନିଯୁକ୍ତି ଅପଡେଟ ।
ଏହାସହ ଆପଣ ଗୁଗଲରେ ଓଡିଶା ଜବ୍ ଡଟ୍ କମ୍ ଲେଖି ସର୍ଚ କଲେ ସେଥିରୁ ଅନେକ ତଥ୍ୟ ପାଇ ପାରିବେ । ଏହି ପୋଷ୍ଟ ପାଇଁ ଆବେଦନ କରିବା ପୂର୍ବରୁ ଆପଣମାନେ ଏହା ବିଷୟରେ ସଂପୂର୍ଣ୍ଣ ତଥ୍ୟ ଜାଣି ରଖନ୍ତୁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।