200 ଟଙ୍କା ରୋଜଗାର କରି ଗ୍ଯାରେଜ ରେ ଶୋଇ ଯାଉଥିଲେ Dharmendra, ଏବେ 150 କୋଟି ଟଙ୍କାର ବଙ୍ଗଳାର ମାଲିକ ଓ ତାଙ୍କ ପୁରା ସମ୍ପତ୍ତି କେତେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ !

କିଛି ଦିନ ତଳେ ହିନ୍ଦୀ ସିନେମା ଜଗତର ଅଭିନେତା ଧର୍ମେନ୍ଦ୍ର ୮୬ ବର୍ଷର ହୋଇ ଯାଇଛନ୍ତି । ୮ ଡିସେମ୍ବର ୧୯୩୫ରେ ତାଙ୍କର ଜନ୍ମ ପଞ୍ଜାବର ନସରାଲୀରେ ହୋଇଥିଲା । ତାଙ୍କର ଅସଲ ନାଁ ଧରମ ସିଂହ ଦେଓଲ ଅଟେ । କିନ୍ତୁ ପରେ ସେ ନିଜର ନାଁ କେବଳ ଧର୍ମେନ୍ଦ୍ର ରଖି ଦେଲେ । ଆଜି ଆମେ ଆପଣଙ୍କୁ ଧର୍ମେନ୍ଦ୍ରଙ୍କ ବିଷୟରେ କହିବୁ । ଧର୍ମେନ୍ଦ୍ରଙ୍କ ପିତା କେୱଲ କିଶନ ସିଂହ ଦେଓଲ ଲୁଧିୟାନାର ଏକ ଗାଁ ନସରାଲୀର ସ୍କୁଲର ହେଡମାସ୍ଟର ଥିଲେ । କୁହାଯାଏ କି ଧର୍ମେନ୍ଦ୍ରଙ୍କୁ ପିଲାଦିନୁ ହିଁ ଫିଲ୍ମ ପ୍ରତି ଇଚ୍ଛା ରଖୁଥିଲେ ।

ଧର୍ମେନ୍ଦ୍ର ମାତ୍ର ୧୯ ବର୍ଷ ବୟସରେ ହିଁ ପ୍ରଥମ ବିବାହ କରିଥିଲେ । ସେ ୧୯୫୪ରେ ପ୍ରକାଶ କୌରଙ୍କୁ ବିବାହ କରିଥିଲେ । କହିଦେଉଛୁ କି ଧର୍ମେନ୍ଦ୍ରଙ୍କ ପତ୍ନୀ ମିଡିଆ ଠାରୁ ଦୂରେଇ ରହିବାକୁ ପସନ୍ଦ କରନ୍ତି । ଧର୍ମେନ୍ଦ୍ର ଓ ପ୍ରକାଶ କୌରଙ୍କ ୪ ଟି ସନ୍ତାନ ଅଛି । ଦୁଇ ଝିଅ ଅଜିତା ଦେଓଲ ଓ ବିଜେତା ଦେଓଲ । ଅନ୍ୟ ପଟେ ଦୁଇ ପୁଅ ସନି ଦେଓଲ ଓ ବବି ଦେଓଲ । ବିବାହ ପରେ ଅଭିନେତା ଧର୍ମେନ୍ଦ୍ର ମୁମ୍ବାଇ ଆସି ଯାଇ ଥିଲେ ।

ଏଠି ତାଙ୍କର ସଂଘର୍ଷର କାହାଣୀ ଆରମ୍ଭ ହେଲା । କିନ୍ତୁ ପରେ ସେ ଜଣେ ବଡ ଷ୍ଟାର ବି ହେଲେ । ମୁମ୍ବାଇ ଆସିବା ପରେ ପ୍ରଥମେ ସେ ଡ୍ରିଲିଂଗ ଫର୍ମରେ କାମ କରିଲେ ଓ ଏଥିପାଇଁ ତାଙ୍କୁ ୨୦୦ ଟଙ୍କା ମିଳୁଥିଲା, ସେ ସେହି ଗ୍ୟାରେଜରେ ଶୋଇ ଯାଉ ଥିଲେ । ଅଭିନେତା ୧୯୬୦ରେ ‘ଦିଲ ଭୀ ତେରା ହମ ଭୀ ତେରେ’ରେ ଫିଲ୍ମରୁ ନିଜର କ୍ୟାରିୟର ଆରମ୍ଭ କରିଥିଲେ ।

ସେ ଲଗାତାର କାମ କରି ଚାଲିଲେ ଓ ଆଗକୁ ବଢି ଚାଲିଲେ । କୁହାଯାଏ କି ଧର୍ମେନ୍ଦ୍ରଙ୍କ ପ୍ରଥମ ଫିଲ୍ମରୁ ତାଙ୍କୁ ମାତ୍ର ୫୧ ଟଙ୍କା ମିଳିଥିଲା । କିନ୍ତୁ ମିଡିଆ ରିପୋର୍ଟ ଅନୁସାରେ ଆଜି ସେ ୫୦୦ କୋଟି ଟଙ୍କାର ସମ୍ପତ୍ତିର ମାଲିକ ଅଟନ୍ତି । ତାଙ୍କ ପାଖରେ ବଙ୍ଗଳା, ଲଗଜରି ଗାଡି ଓ ନିଜର ଫର୍ମ ହାଉସ ଅଛି । କୁହାଯାଉଛି କି ଧର୍ମେନ୍ଦ୍ରଙ୍କ ବଙ୍ଗଳାର ମୂଲ୍ୟ ୧୫୦ କୋଟି ଟଙ୍କା ଅଟେ । ଧର୍ମେନ୍ଦ୍ର ୯୩ ହିଟ ଫିଲ୍ମ ଓ ୪୯ ଟି ସୁପରହିଟ ଫିଲ୍ମ ଦେଇଛନ୍ତି । ଏହା ସତ୍ବେ ବି ଧର୍ମେନ୍ଦ୍ରଙ୍କୁ ୬୧ ବର୍ଷ ମଧ୍ୟରେ କୌଣସି ବି ପୁରଷ୍କାର ମିଳି ନାହିଁ ।

କିନ୍ତୁ ଏହା ମଧ୍ୟରେ ତାଙ୍କର ବହୁତ ଅଭିନେତ୍ରୀ ସହ ଅଫେୟାର ଖବର ବି ସାମ୍ନାକୁ ଆସିଥିଲା । ବିବାହିତ ହେବା ସତ୍ବେ ବି ସେ ମିନା କୁମାରୀ, ହେମା ମାଳିନୀ ଓ ଅନିତା ରାଜଙ୍କ ଭଳି ଅଭିନେତ୍ରୀଙ୍କ ସହ ତାଙ୍କ ନାଁ ଯୋଡି ହୋଇ ସାରିଛି । କହିଦେଉଛୁ କି ଧର୍ମେନ୍ଦ୍ର ଓ ହେମା ମାଳିନୀଙ୍କୁ ବଡ ପରଦାରେ ବହୁତ ପସନ୍ଦ କରାଯାଇଛି । ଧର୍ମେନ୍ଦ୍ର ଓ ହେମା ମାଳିନୀ ପାଖାପାଖି ୨୫ ଟି ଫିଲ୍ମ ଏକା ସହିତ କରିଛନ୍ତି । ଏହା ମଧ୍ୟରେ ବିବାହିତ ହେବା ସତ୍ବେ ବି ଧର୍ମେନ୍ଦ୍ର ୧୯୮୦ରେ ହେମାଙ୍କୁ ବିବାହ କରିଲେ ।

ଧର୍ମେନ୍ଦ୍ର ଓ ହେମା ମାଳିନୀଙ୍କ ଦୁଇଟି ଝିଅ ବି ଅଛନ୍ତି । ଇଶା ଦେଓଲ ଓ ଅହାନା ଦେଓଲ । ଦୁଇ ପତ୍ନୀ ଓ ୬ ଟି ସନ୍ତାନ ହେବା ସତ୍ବେ ବି ଧର୍ମେନ୍ଦ୍ର ନିଜର ପୁରା ସମୟ ମୁମ୍ବାଇ ପାଖରେ ଥିବା ନିଜର ଲଗ୍ଜରୀ ଫାର୍ମହାଉସରେ ବିତାନ୍ତି । ସେ ପ୍ରାୟତଃ ଚାଷ କରୁଥିବାର ନଜର ଆସନ୍ତି ।