Katrina ଙ୍କୁ ସୁନାର ଗୋଲାପ ଉପହାର ଦେଲେ Salman Khan ! ବାହାଘରରେ ଗଲେ ନାହିଁ ହେଲେ ପଠାଇ ଦେଲେ ଏହି ନିଆରା ଉପହାର, ଦେଖିଲେ ସେଥିରୁ ଆଖି ହଟେଇ ପାରିବେନି

ନିକଟରେ ବିବାହ କରିଥିବା ବଲିଉଡର ଲୋକପ୍ରିୟ ଅଭିନେତ୍ରୀ କ୍ଯାଟ୍ରିନାଙ୍କୁ ସଲମାନ ଖାନ ଦେଇଛନ୍ତି ସୁନାର ଗୋଲାପ । ବଲିଉଡର ନବ ବିବାହିତ ଦମ୍ପତ୍ତି ଭିକି କୌଶଲ ଏବଂ କ୍ଯାଟ୍ରିନା କେଫଙ୍କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଭିକି ଏବଂ କ୍ଯାଟ୍ରିନା ଶେଷ ପର୍ଯ୍ୟନ୍ତ ନିଜ ସମ୍ପର୍କକୁ ସମସ୍ତଙ୍କ ଠାରୁ ଲୁଚାଇ ରଖିଥିଲେ । ଆଉ ସେମାନଙ୍କ ବିବାହ ମଧ୍ୟ ଏକ ରହସ୍ୟ ପରି ଥିଲା । ମିଡିଆ ଠାରୁ ନିଜକୁ ଦୂରେଇ ରଖି ବିବାହ କରିଥିଲେ ଭିକି ଏବଂ କ୍ଯାଟ୍ରିନା ।

ଏପରିକି ସେମାନେ ବିବାହ ଉତ୍ସବରେ ବହୁତ କମ୍ ଅତିଥିଙ୍କୁ ମଧ୍ୟ ନିମନ୍ତ୍ରଣ କରିଥିଲେ । କାରଣ କ୍ଯାଟ୍ରିନା ଚାହୁଁଥିଲେ କମ୍ ଅତିଥିଙ୍କୁ ନେଇ ତାଙ୍କର ବିବାହ ହେଉ ବୋଲି । ତେବେ ତାଙ୍କ ବାହାଘରକୁ ବଲିଉଡ ଭାଇଜାନ ସଲମାନ ଖାନ କିନ୍ତୁ ଆସି ନଥିଲେ । ଏକ ସମୟରେ ସଲମାନ ଏବଂ କ୍ଯାଟ୍ରିନା ପ୍ରେମ ସମ୍ପର୍କରେ ରହିଥିଲେ ବୋଲି ସମସ୍ତଙ୍କୁ ଜଣା । ଏପରିକି ଉଭୟ ବିବାହ କରିବେ ବୋଲି ମଧ୍ୟ ଚର୍ଚ୍ଚା ହେଉଥିଲା । କିନ୍ତୁ ପରେ ସେମାନେ ଅଲଗା ହୋଇ ଯାଇଥିଲେ ।

ତେବେ ବର୍ତ୍ତମାନ ମଧ୍ୟ ସେମାନଙ୍କ ମଧ୍ୟରେ ସମ୍ପର୍କ ଖୁବ୍ ଭଲ ରହିଥିବା ଦେଖିବାକୁ ମିଳେ । ସଲମାନ, ଭିକି ଏବଂ କ୍ଯାଟ୍ରିନାଙ୍କ ବିବାହରେ ଯାଇ ନଥିଲେ । କ୍ଯାଟ୍ରିନା ଖୁବ କମ୍ ଅତିଥିଙ୍କୁ ନେଇ ଅଭିନେତା ଭିକି କୌଶଲଙ୍କୁ ରାଜସ୍ଥାନରେ ଖୁବ୍ ଧୁମଧାମ୍ ରେ ବିବାହ କରିଛନ୍ତି । କ୍ଯାଟ୍ରିନାଙ୍କ ବିବାହରେ ତାଙ୍କୁ ଅନେକ ଦାମୀ ଉପହାର ସବୁ ମିଳିଛି । ସେଥିମଧ୍ୟରୁ ସବୁଠୁ ଖାସ୍ ଉପହାର ହେଉଛି ସଲମାନ ଖାନ ଙ୍କର ।

ସଲମାନ ଖାନ ବିବାହରେ ସାମିଲ ହୋଇ ନଥିଲେ । କିନ୍ତୁ କ୍ଯାଟ୍ରିନାଙ୍କ ପାଇଁ ଖାସ୍ ଉପହାର ଟିଏ ପଠାଇଛନ୍ତି । ତାହା ହେଉଛି ଏକ ସୁନାର ଗୋଲାପ । ଅତ୍ୟନ୍ତ ସ୍ଵତନ୍ତ୍ର ଭାବେ ତିଆରି ହେଉଛି ଏହି ସୁନାର ଗୋଲାପଟି । ବିଦେଶୀ ଡିଜାଇନରଙ୍କ ଦ୍ଵାରା ଅସଲ ଗୋଲାପ ଫୁଲକୁ ସ୍ଵତନ୍ତ୍ର ଭାବେ ସୁନାର ଗୋଲାପରେ କଷ୍ଟୋମାଇଜ କରାଯାଇଛି । ଯାହା କେବେ ମଧ୍ୟ ନଷ୍ଟ ହେବ ନାହିଁ ଏବଂ ଫୁଲଟି ସୁରକ୍ଷିତ ରହିବ । କ୍ଯାଟ୍ରିନାଙ୍କ ବାହାଘରରେ ସଲମାନ ଦେଇଥିବା ପ୍ରେମର ଏହି ଉପହାରକୁ କ୍ଯାଟ୍ରିନା ମଧ୍ୟ ଗ୍ରହଣ କରିଛନ୍ତି ।

ସେହିପରି କ୍ଯାଟ୍ରିନା ତାଙ୍କ ବିବାହରେ ପିନ୍ଧିଥିବା ଶାଢୀଟି ମଧ୍ୟ ତାଙ୍କ ପାଇଁ ଖୁବ୍ ଖାସ୍ ଥିଲା । କାରଣ ଶାଢୀଟି ଭିକି କୌଶଲଙ୍କ ମାଆ ତାଙ୍କୁ ଉପହାର ଦେଇଥିଲେ, ଯାହା ତିଆରି କରିବାକୁ ୪୦ ଜଣ କାରିଗରଙ୍କୁ ୭୫ ଦିନ ସମୟ ଲାଗି ଯାଇଥିଲା । ଆପଣଙ୍କୁ ସଲମାନଙ୍କ ଏହି ନିଆରା ଉପହାର କିପରି ଲାଗିଲା ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପୋଷ୍ଟକୁ ଲାଇକ କରନ୍ତୁ ।