ତାମିଲନାଡୁର କୁନୁରରେ ହୋଇଥିବା ହେଲିକପ୍ଟର ଦୁର୍ଘଟଣାରେ କେବଳ ଭାରତ ତା’ର ପ୍ରଥମ ଚିଫ୍ ଅଫ୍ ଡ଼ିଫେନ୍ସ ଷ୍ଟାଫଙ୍କୁ ହରାଇଛି ତାହା ନୁହେଁ, ବରଂ ଦୁଇ ଝିଅ ଗୋଟିଏ ଝଟକାରେ ପିତାମାତା ଉଭୟଙ୍କୁ ହରାଇ ଦେଇଛନ୍ତି । ଏହି ହେଲିକପ୍ଟର ଦୁର୍ଘଟଣାରେ ଜେନେରାଲ ବିପିନ ରାୱତ ଓ ତାଙ୍କ ପତ୍ନୀ ମଧୁଲିକା ରାୱତଙ୍କ ସମେତ ଅନ୍ୟ ୧୨ ଜଣ ମଧ୍ୟ ପ୍ରାଣ ହରାଇଛନ୍ତି । ଏହି ଦୁର୍ଘଟଣା ଦେଶର ଜଣେ ବୀର ସୁପୁତ୍ରଙ୍କୁ ଆମ ଠାରୁ ଛଡେଇ ନେଇଛି । ତେବେ ଆସନ୍ତୁ ଜାଣିବା ବିପିନ ରାୱତଙ୍କ ଦୁଇ ଝିଅଙ୍କ ବିଷୟରେ ।

ନିଜ ଅଦମ୍ୟ ସାହସିକତା, କାର୍ଯ୍ୟ ନିଷ୍ଠା, ବୀରତ, ରଣନୀତିକ କୌଶଳ, ଦୂରଦର୍ଶୀ ନିର୍ଣ୍ଣୟରେ ସିଡ଼ିଏସ ବିପିନ ରାୱତ ଭାରତୀୟ ସେନାକୁ ନୂଆ ଶକ୍ତି ଯୋଗାଇଥିଲେ । କିନ୍ତୁ ଏବେ ସାରା ଭାରତ ତାଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଦେଉଛି । ଜେନେରାଲ ରାୱତ ଓ ତାଙ୍କ ପତ୍ନୀଙ୍କ ନିଧନ ପରେ ପରିବାରରେ ଏବେ କେବଳ ଦୁଇ ଝିଅ ଅଛନ୍ତି । ସେମାନଙ୍କ ନାମ ହେଇଛି କାର୍ତ୍ତିକା ଏବଂ ତାରିଣୀ । ଏକା ସାଥିରେ ମା ଏବଂ ବାପାଙ୍କୁ କାନ୍ଧ ଦେବାର ଏକ ବଡ ଦାୟିତ୍ଵ ସେମାନଙ୍କ ଉପରେ ଏବେ ଆସି ଯାଇଛି ।
କାର୍ତ୍ତିକା ଜେନେରାଲ ରାୱତଙ୍କ ବଡ ଝିଅ ହୋଇଥିବାବେଳେ ତାଙ୍କର ବିବାହ ହୋଇଯାଇଛି । ଆଉ ସାନ ଝିଅ ତାରିଣୀ ଦିଲ୍ଲୀରେ ରହି ଦିଲ୍ଲୀ ହାଇକୋର୍ଟରେ ଅଭ୍ଯାସ କରୁଛନ୍ତି । ଉଭୟ ପିତାମାତାଙ୍କ ମୃତ୍ୟୁରେ ଦୁଇ ଝିଅଙ୍କ ଉପରେ ଦୁଃଖର ପାହାଡ ଭାଙ୍ଗି ପଡିଛି । ବୁଧବାର ଦିନ ସନ୍ଧ୍ୟା ସମୟରେ ବାୟୁସେନା ତରଫରୁ ଖବର ପ୍ରକାଶ ପାଇଥିଲା କି ହେଲିକପ୍ଟର ଦୁର୍ଘଟଣାରେ ସିଡ଼ିଏସ ବିପିନ ରାୱତ ଓ ତାଙ୍କ ପତ୍ନୀ ମଧୁଲିକାଙ୍କ ସମେତ ୧୨ ଜଣଙ୍କର ନିଧନ ହୋଇଛି ।

ବିପିନ ରାୱତଙ୍କ ପତ୍ନୀ ମଧୁଲିକା ରାୱତ ଆର୍ମି ୱେଲଫେୟାର ସହ ଜଡିତ ଥିଲେ । ସେ ଦୀର୍ଘ ସମୟ ଧରି ଅନେକ ସାମାଜିକ କାର୍ଯ୍ୟରେ ଜଡିତ ରହିବା ସହ ୨୦୧୮ରୁ ସେ ଆର୍ମି ୱମେନ ୱେଲଫେୟାର ଆସୋସିଏସନର ଅଧ୍ୟକ୍ଷା ମଧ୍ୟ ଥିଲେ । ତେବେ ଉଭୟ ପତିପତ୍ନୀଙ୍କ ମୃତ୍ୟୁ ଉପରେ ଏବେ ପରିବାରର ସବୁ ଦାୟିତ୍ଵ ଦୁଇ ଝିଅଙ୍କ ଉପରେ ନ୍ୟସ୍ତ ହୋଇଛି । ବିପିନ ରାୱତଙ୍କ ପିତା ଲକ୍ଷ୍ମଣ ସିଂ ଲେଫ୍ଟନାଣ୍ଟ ଜେନେରାଲ ପଦରୁ ଅବସର ନେଇଥିଲେ ଓ ତାଙ୍କ ମା ଉତ୍ତର କାଶୀର ପୂର୍ବ ବିଧାୟକ କିଶନ ସିଂ ପରମାରଙ୍କ ଝିଅ ଥିଲେ ।
ଡେରାଡୁନରେ ବିପିନ ରାୱତ ନିଜ ପାଠ ପଢିଥିଲେ ଓ ଏହାପରେ ଏନଡ଼ିଏ ଏବଂ ଆଇଏମଏ ଡେରାଡୁନ ପହଞ୍ଚିଥିଲେ । ସେ ମିରଟ ୟୁନିଭରସିଟି ରୁ ମିଲିଟାରୀ ମିଡିଆ ଷ୍ଟ୍ରାଟେଜିକ ଷ୍ଟଡିଜ ରେ ପିଏଚଡ଼ି ମଧ୍ୟ କରିଥିଲେ ପ ୧୯୭୮ରେ ସେନାରେ ଯୋଗ ଦେଇଥିଲେ । ତାଙ୍କ ପରିବାର ଅନେକ ପିଢି ଧରି ଦେଶ ପାଇଁ ସେବା କରି ଆସୁଛନ୍ତି ।

ସର୍ବଦା ଆତଙ୍କବାଦୀଙ୍କୁ କଡା ଜବାବ ଦେବାରେ ସେ ମୁଖ୍ୟ ଭୂମିକା ଗ୍ରହଣ କରି ଆସିଛନ୍ତି । ବିପିନ ରାୱତଙ୍କୁ ତାଙ୍କ କାର୍ଯ୍ୟ ପାଇଁ ପରମ ବିଶିଷ୍ଟ ସେବା ମେଡାଲ, ଉତ୍ତମ ଯୁଦ୍ଧ ସେବା ମେଡାଲ, ଅତି ବିଶିଷ୍ଟ ସେବା ମେଡାଲ, ଯୁଦ୍ଧ ସେବା ମେଡାଲ ଓ ସେନା ମେଡାଲ ଭଳି ତମାମ ବୀରତା ପଦକ ପ୍ରାପ୍ତ ହୋଇଛି । କାଶ୍ମୀରରେ ଆତଙ୍କବାଦୀ ମାନଙ୍କ ପାଇଁ ‘ଅଲଆଉଟ କାର୍ଯ୍ୟକ୍ରମ’ ଓ ‘ସର୍ଜିକାଲ ଷ୍ଟ୍ରାଇକ’ ପାଇଁ ମଧ୍ୟ ତାଙ୍କୁ ସର୍ବଦା ସ୍ମରଣରେ ଅଣାଯିବ ।
ତାଙ୍କ ନିଧନ ପରେ ଲୋକେ କହୁଛନ୍ତି କି, ଆମେ ‘ମ୍ୟାନ ଅଫ ସର୍ଜିକାଲ ଷ୍ଟ୍ରାଇକ’ ଙ୍କୁ ହରାଇ ଦେଲୁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।