ଦାନ୍ତ ପୋକ କାଟିବା (Tooth Decay) କ’ଣ ? ଏହାର କାରଣ, ଲକ୍ଷଣ ଓ ଚିକିତ୍ସା ସମ୍ବନ୍ଧରେ ଆସନ୍ତୁ ଜାଣିବା ଦାନ୍ତରୋଗ ବିଶେଷଜ୍ଞ Dr. Harsh Mohan Pathak ଙ୍କ ଠାରୁ 

ଦାନ୍ତ ପୋକ କାଟିବା କଣ ? ସତରେ କଣ ଦାନ୍ତରେ ପୋକ କାଟେ ଓ ଏହାର କାରଣ କଣ ? ମିଠାଯୁକ୍ତ ଏବଂ ଅଠାଳିଆ ଖାଦ୍ଯ ଦାନ୍ତରେ ଅଧିକ ସମୟ ଲାଗି ରହିବା ଦ୍ଵାରା ସେଠାରେ ବ୍ୟାକ୍ଟେରିଆ ମାନେ ଜନ୍ମ ନେଇ ବୃଦ୍ଧି ପାଇବାକୁ ଲାଗନ୍ତି । ଯାହାଫଳରେ ଦାନ୍ତରେ ଥିବା କ୍ୟାଲସିୟମ ନଷ୍ଟ ହୋଇଯାନ୍ତି ଏବଂ ସେହି ସ୍ଥାନରେ ଏକ ଗର୍ତ୍ତ ସୃଷ୍ଟି ହୁଏ । ଦାନ୍ତ ମଧ୍ୟରେ ପଲ୍ପ ନାମକ ଏକ ଶିରା ଥାଏ । ଯେତେବେଳେ ଦାନ୍ତ କ୍ଷୟ ପାଇ ସୃଷ୍ଟି ହୋଇଥିବା ଗାତଟି ସେହି ଶିରା ପାଖାପାଖି ଚାଲିଯାଏ, ସେତେବେଳେ ଦାନ୍ତରେ ଦରଜ ହୋଇଥାଏ ।

ଛୋଟ ପିଲାଙ୍କ ଦାନ୍ତ ଅଧିକ ପୋକ କାଟିବାର ଦେଖାଯାଏ । ଦାନ୍ତ ପୋକ କାଟି ଏହିପରି ଗର୍ତ୍ତ ବା କ୍ୟାଭିଟି ସୃଷ୍ଟି ହୋଇ ପଲ୍ପ ଯାଏଁ ଯିବା ଦ୍ଵାରା ଅଧିକ ଥଣ୍ଡା ଜାତୀୟ ଖାଦ୍ୟ ସେ ସ୍ଥାନରେ ଲାଗିଲେ ବ୍ୟଥା ଅନୁଭବ ହୋଇଥାଏ । ପ୍ରଥମରୁ ଏହା ନର୍ମାଲ ପାଣି ପିଇଲେ ମଧ୍ୟ ସାମାନ୍ଯ ବ୍ୟଥା ହୋଇଥାଏ । ଯାହା ଉପରେ ଆମେ ଧ୍ୟାନ ଦେଇ ନଥାଉ । ଯାହାଫଳରେ ସେହି ଦାନ୍ତରେ ସଂକ୍ରମଣ ବ୍ୟାପି କେବେ କେବେ ଫୁଲିଯାଏ କିମ୍ବା ପୁଜ ହୋଇଯାଏ ।

ଛୋଟପିଲାଙ୍କ ଦାନ୍ତ ପୋକ କାଟିଥିଲେ ଏହା ଆରମ୍ଭ ହେବାର ପ୍ରଥମ ୬ ମାସ ହେଉଛି ଡାକ୍ତରଙ୍କୁ ଦେଖାଇବାର ସଠିକ ସମୟ । ଯଦି କ୍ୟାଭିଟି ନର୍ମାଲ ଥାଏ ତେବେ ଏହା ଉପରେ ଫିଲିଙ୍ଗ କରାଯାଇ ପାରିବ । ଆଉ ଯଦି ଏହା ପଲ୍ପ ଯାଏଁ ମାଡି ଯାଇଥାଏ ତେବେ ଦାନ୍ତ ଭିତରେ ଥିବା ଶିରାକୁ ବାହାର କରି ଏହାକୁ ଫିଲିଙ୍ଗ କରାଯାଏ । ଏହି ଯେଉଁ କ୍ୟାପ ଦିଆଯାଏ ତାହା ସହଜରେ ବାହାରିଯାଏ ନାହିଁ । କିନ୍ତୁ ଅଧିକ ଅଠାଳିଆ ଖାଦ୍ଯ ଖାଇବା ଓ ହାଡ ଆଦି ଚୋବାଇବା ଦ୍ଵାରା ଏହା ସାମାନ୍ଯ ବାହାରି ଯିବାର ସମ୍ଭାବନା ରହିଥାଏ ।

ତେବେ ଦାନ୍ତ ପୋକ କାଟିଥିଲେ ଏହାକୁ ବିଲକୁଲ ମଧ୍ୟ ଅବହେଳା କରିବା ଉଚିତ ନୁହେଁ । ଦାନ୍ତ ଚିକିତ୍ସା ବିଲକୁଲ ମଧ୍ୟ ବ୍ୟୟବହୁଳ ନୁହେଁ । ଦାନ୍ତ ପୋକ କାଟିଥିଲେ ଏହାକୁ ବଢିବାକୁ ଦିଅନ୍ତୁ ନାହିଁ । ଆରମ୍ଭରୁ ଡାକ୍ତରଙ୍କ ପରାମର୍ଶ କରନ୍ତୁ ଯାହାଫଳରେ ଆପଣଙ୍କୁ ଅଧିକ ବ୍ୟଥା ହେବ ନାହିଁ କି ଅଧିକ ଖର୍ଚ୍ଚ ମଧ୍ୟ ହେବ ନାହିଁ । ଦାନ୍ତ ଡାକ୍ତର ଖୁବ୍ ଟଙ୍କାଚାର୍ଜ କରନ୍ତି । କେବଳ ଚିକିତ୍ସା ପାଇଁ ଯେଉଁ ଜିନିଷ ଦରକାର ହୋଇଥାଏ ତାହା ସାମାନ୍ଯ ବ୍ୟୟବହୁଳ ହୋଇଥାଏ, ଯାହାର ମୂଲ୍ୟ ମିଶାଇ ଆପଣଙ୍କ ଠାରୁ ନିଆଯାଏ ।

ଆରମ୍ଭରୁ ଫିଲିଙ୍ଗ କଲେ ଆପଣଙ୍କୁ ଯେଉଁ ଫିଲିଙ୍ଗ ପାଇଁ କେବଳ ୫୦୦ ରୁ ୬୦୦ ଟଙ୍କା ପଡିବ ବର୍ଷେ ପରେ ସେହି ଫିଲିଙ୍ଗ ଅଧିକ ଗଭୀର ହୋଇ ଆପଣଙ୍କୁ ୨୦୦୦-୨୫୦୦ ଦରକାର ହେବ । ଯଦି ରୁଟ୍ କେନାଲ କରିବାକୁ ପଡେ ତେବେ ଏହାଠାରୁ ଅଧିକ ମଦ୍ୟ କର୍ଚ୍ଚ ହୋଇପାରେ । ଆପଣ ଯେତେ ଅବହେଳା କରି ଚାଲିଥିବେ ଆପଣଙ୍କ ଦାନ୍ତର ଚିକିତ୍ସା ମୂଲ୍ୟ ସେତେ ବଢି ବଢି ଚାଲିବ ।

କଥାରେ ଅଛି ଆରୋଗ୍ୟ ଅପେକ୍ଷା ପ୍ରତିରୋଧ ସର୍ବଦା ଭଲ । ତେଣୁ ଦିନକୁ ଦୁଇଥର ବ୍ରଶ କରନ୍ତୁ ଓ ରୁଟିନ ଚେକଅଫ ପାଇଁ ଯାଆନ୍ତୁ । ଏହାସହ ରାତି ସମୟରେ ମିଠା ଜିନିଷ ଖାଇବା ବନ୍ଦ କରିବା ମଧ୍ୟ ଆପଣଙ୍କ ପାଇଁ ଉଚିତ ହେବ । ଯେଉଁ ଖାଦ୍ଯ ଦାନ୍ତରେ ଅଧିକ ସମୟ ଲାଗି ରହିବ ସେହିଭଳି ଖାଦ୍ଯ ଠାରୁ ମଧ୍ୟ ନିଜକୁ ଦୂରେଇ ରଖିବା ଭଲ ହେବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।