ଦେଶ ଛାଡିବାକୁ ଉଦ୍ୟମ କରୁଥିବା ବେଳେ ଅଭିନେତ୍ରୀ Jacqueline Fernandez ଙ୍କୁ ମୁମ୍ବାଇ ବିମାନବନ୍ଦରରେ ଅଟକ ରଖିଲା ED, କାରଣ ଜାଣିଲେ ଆପଣଙ୍କ ହୋସ୍ ଉଡିଯିବ

ବଲିଉଡ କଳାକାର ମାନେ ପ୍ରାୟତଃ ନିଜ କାର୍ଯ୍ୟରେ ବିଭିନ୍ନ ଦେଶକୁ ଯାତ୍ରା କରିଥାନ୍ତି । ପ୍ରତିଦିନ କାହାକୁ ନା କାହାକୁ ବିମାନବନ୍ଦରରେ ଦେଖିବାକୁ ମିଳିଯାଏ । ତେବେ ଗତକାଲି ମୁମ୍ବାଇ ବିମାନବନ୍ଦରରେ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡେଜଙ୍କୁ ଦେଖିବା ପରେ ଅଟକ ରଖାଯାଇଛି । କିଛିଦିନ ପୂର୍ବରୁ ୨୦୦ କୋଟିର ଠକେଇ ମାମଲାରେ ଜ୍ୟାକଲିନଙ୍କୁ ପଚରା ଉଚରା କରିବାକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (Enforcement Directorate) ଡକାଇଥିଲା । ଆଉ ଏହାପରେ ତାଙ୍କ ପାଇଁ ଲୁକଆଉଟ ସର୍କୁଲାର ଜାରି କରାଯାଇଛି ।

ସେଥିପାଇଁ ତାଙ୍କୁ ବିମାନବନ୍ଦରରେ ଦେଖିବା ପରେ ଅଟକ ରଖା ଯାଇଥିଲା । ସୂଚନା ମୁତାବକ ଦୁବାଇରେ ଏକ ଶୋ’ରେ ଯୋଗ ଦେବା ପାଇଁ କାଲି ମୁମ୍ବାଇ ବିମାନବନ୍ଦରରେ ପହଞ୍ଚିଥିଲେ ଜ୍ୟାକଲିନ । କିନ୍ତୁ ସେଠାରେ ଇମିଗ୍ରେସନ ଅଧିକାରୀ ତାଙ୍କୁ ଅଟକାଇ ଥିଲେ । ସେଠାରୁ ଜ୍ୟାକଲିନଙ୍କୁ ଦିଲ୍ଲୀ ନିଆଯାଇ ସେଠାରେ ତାଙ୍କୁ ପଚରା ଉଚରା କରାଯିବ ବୋଲି ସୂଚନା ମିଳିଛି । ୨୦୦ କୋଟି ଟଙ୍କାର ଠକେଇ ମାମଲାରେ ଇଡ଼ି ସୁକେଶ ଚନ୍ଦ୍ରଶେଖର ଏବଂ ଅନ୍ୟମାନଙ୍କ ନାଁରେ ଦିଲ୍ଲୀ ହାଇକୋର୍ଟରେ ଚାର୍ଜସିଟ୍ ଦାଖଲ କରିଛି ।

ତିହାର ଜେଲ୍ ରେ ଥାଇ ଜଣେ ବ୍ୟବସାୟୀଙ୍କ ପତ୍ନୀଙ୍କ ଠାରୁ ୨୦୦ କୋଟି ଟଙ୍କା ଆଦାୟ କରିଥିବା ନେଇ ସୁକେଶଙ୍କ ନାଁରେ ଅଭିଯୋଗ ରହିଛି । ଆଉ ଏହାପରେ ସୁକେଶଙ୍କ ଆକାଉଣ୍ଟରୁ ଜ୍ୟାକଲିନଙ୍କ ପାଖକୁ ଟଙ୍କା କାରବାର ହେବା ନେଇ ଇଡି ହାତରେ ସୁରାକ ଲାଗିଛି । ଏହାସହ ସୁକେଶ ଜ୍ୟାକଲିନଙ୍କୁ ୫୨ ଲକ୍ଷ ଟଙ୍କାର ଏକ ଘୋଡା ଓ ୯ ଲକ୍ଷ ଟଙ୍କାର ଏକ ବିଲେଇ ସମେତ ୧୦ କୋଟି ଟଙ୍କାର ଉପହାର ଦେଇଥିବା ଇଡି ଚାର୍ଜସିଟ୍ ରେ ଦର୍ଶାଇଛି ।

ଏହି ମାମଲାର ବଲିଉଡର ଅନ୍ୟ ଏକ ଅଭିନେତ୍ରୀ ନୁରା ଫତେହୀଙ୍କ ନା ମଧ୍ୟ ରହିଛି । ନୁରାଙ୍କୁ ମଧ୍ୟ ସୁକେଶ ଏକ ଦାମୀ କାର୍ ଉପହାର ଦେଇଥିବା ଇଡି କହିଛି । ପୂର୍ବରୁ ଏହି ମାମଲାରେ ଉଭୟ ଜ୍ୟାକଲିନ ଏବଂ ନୁରାଙ୍କୁ ଡାକି ପଚରା ଉଚରା କରି ସାରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଜ୍ୟାକଲିନ ସୁକେଶଙ୍କୁ ଡେଟ୍ କରୁଥିବା ନେଇ ମଧ୍ୟ ଶୁଣିବାକୁ ମିଳିଥିଲା । ଏପରିକି ଦୁହିଁଙ୍କର କିଛି ଫଟୋ ମଧ୍ୟ ସାମନାକୁ ଆସିଥିଲା, ଯେଉଁଥିରୁ ଜଣାପଡୁଛି ଯେ ସେମାନେ ପରସ୍ପରର କେତେ ଘନିଷ୍ଠ ହୋଇଥିବେ ।

କିନ୍ତୁ ଜ୍ୟାକଲିନ ଏହାକୁ ଖଣ୍ଡନ କରିଛନ୍ତି । ସୁକେଶଙ୍କ ମାମଲାରେ ଜ୍ୟାକଲିନ ନିଜକୁ ପୀଡ଼ିତା ବୋଲି କହିଛନ୍ତି । ସେ ନିଜେ ମଧ୍ୟ ସୁକେଶଙ୍କ ଠକେଇର ଶିକାର ହୋଇଛନ୍ତି ବୋଲି ଇଡି ଆଗରେ କହିଛନ୍ତି । ଏହି ମାମଲାରେ ଇଡି ଜ୍ୟାକଲିନଙ୍କୁ ପ୍ରାୟ ୭ ଘଣ୍ଟା ଧରି ପଚରା ଉଚରା କରିଥିଲା । ତେବେ ବିମାନବନ୍ଦରରେ ତାଙ୍କୁ ଅଟକାଇବା ପରେ ସେଠାରୁ ତାଙ୍କୁ ଫେରାଇ ନିଆଯାଇଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।