ଏହି ୫ଟି ସହଜ ଉପାୟରେ କରନ୍ତୁ ନିଜ ଶରୀରର ସ୍ୱାସ୍ଥ୍ୟ ଚେକଅପ, ଜାଣନ୍ତୁ ଶରୀର ଭିତରେ ଲୁଚି ଥିବା ସବୁ ରୋଗ ବିଷୟରେ

ଯେତେବେଳେ ମଣିଷକୁ କିଛି ସିମ୍ପଟମ୍ସ ଜଣା ପଡେ କି ସେ କେଉଁଠି ନା କେଉଁଠି ରୋଗରେ ପୀଡିତ ଅଛନ୍ତି, ତଥାପି ସେମାନେ ନିଜର ଚିକିଶ୍ଚା କରି ପାରନ୍ତି ନାହିଁ । କାରଣ ଶରୀରର ଚେକ ଅପ ପାଇଁ ଆଜିକାଲି ବହୁତ ଟଙ୍କା ଲାଗିଥାଏ । ନିୟମିତ ଭାବରେ ଶରୀରର ଚେକ ଅପ କରିବା ସୁସ୍ଥ ରହିବାର ଏକ ଉପାୟ ଅଟେ ।

କିନ୍ତୁ କିଛି ଲୋକ ସମୟ ନ ଥିବାରୁ ଓ କଛି ଲୋକଙ୍କ ପାଖରେ ଟଙ୍କା ନ ଥିବାରୁ ସେମାନେ ଡାକ୍ତରଙ୍କ ପାଖକୁ ଯାଇ ପାରନ୍ତି ନାହିଁ । କିନ୍ତୁ ଆଜି ଆମେ ଆପଣଙ୍କ ପାଇଁ ୫ଟି ସରଳ ଉପାୟ ଆଣିଛୁ, ଯାହା ଦ୍ଵାରା ଆପଣ ସୁସ୍ଥ ବି ରହିବେ ଓ ଆପଣଙ୍କର ହେଲ୍ଥ ଚେକଅପ ବି ସହଜରେ ହୋଇଯିବ ।

ଏହି ୫ ଟି ସହଜ ଉପାୟରେ କରନ୍ତୁ ନିଜ ଶରୀରର ଚେକଅପ

ସ୍ଵାଦର ଯାଞ୍ଚ କରିବା ବହୁତ ଜରୁରୀ ଅଟେ

ତୁଳାକୁ ନୀଳ ରଙ୍ଗ ଥିବା ଖାଇବା ରଙ୍ଗରେ ବୁଡାଇ ତାହାକୁ ନିଜ ଜିଭରେ ଲଗାନ୍ତୁ । ବର୍ତ୍ତମାନ ମ୍ୟାଗ୍ନିଫାଈ ଗ୍ଲାସ ଜରିଆରେ ଜିଭ ଉପରେ ଦେଖା ଯାଉଥିବା ନୀଳ ଡଟ ମାନେ ଟେଷ୍ଟବଡକୁ ଗଣନ୍ତୁ ଏବଂ ଯଦି ଏହା ୨୦ରୁ ଅଧିକ ନୀଳ ଡଟ ଅଛି ତେବେ ଆପଣଙ୍କୁ କୌଣସି ଜିନିଷର ସ୍ଵାଦ ନେବାରେ କ୍ଷମତା ଅଧିକ ଥାଏ । କିନ୍ତୁ ଏହି ଲୋକମାନଙ୍କୁ କ୍ୟାନସର ହେବାର ଡର ଅଧିକ ଥାଏ ।

ପାଣିର ମାତ୍ରା କମ ଥିଲେ

ଯଦି ଆପଣଙ୍କ ଶରୀରରେ ପାଣି କମ ହୋଇଥାଏ ତେବେ ଆପଣ ନିଜ ହାତ ଆଙ୍ଗୁଠିରେ ଗୋଡର ଉପର ଏବଂ ତଳ ଅଂଶକୁ ଦବାନ୍ତୁ । ଆଙ୍ଗୁଠି ହଟାଇବାର କିଛି ସମୟ ପରେ ଏହି ଜାଗାଟି ଯଦି ଧଳା ହେବାକୁ ଲାଗେ ତେବେ ଆପଣଙ୍କ ଶରୀରରେ ପାଣିର ମାତ୍ରା କମ ଅଛି ।

ଆଇରନର ମାତ୍ରା କମ ଥିଲେ

ଆପଣଙ୍କ ଶରୀରରେ ଆଇରନର ମାତ୍ରା କମ ଅଛି କି ନାହିଁ ଜାଣିବା ପାଇଁ ନିଜ ହାତକୁ ଧରନ୍ତୁ ଏବଂ ଆଙ୍ଗୁଠି ସାହାର୍ଯ୍ୟରେ ଦବାନ୍ତୁ ପୁଣି ଛାଡି ଦିଅନ୍ତୁ । ସେହି ସମୟରେ ଯଦି ଆପଣଙ୍କ ହାତ ହଳଦିଆ ହୋଇଯାଏ କିମ୍ବା ଧଳା ଦାଗ ଦେଖିବାକୁ ଲାଗେ ତେବେ ଜାଣି ନିଅନ୍ତୁ କି ଆପଣଙ୍କର ଏନିମିୟାର ଲକ୍ଷଣ ଅଛି ଯାହା ଆଇରନ କମ ଥିଲେ ହୋଇଥାଏ ।

ଫୂଡ ଏଲର୍ଜୀର ପରିଚୟ

ଗୋଟିଏ ଗ୍ଳାସ ପାଣିରେ ଏକ ଚାମଚ ବାଇକାର୍ବୋନେଟ ସୋଡା ମିଶାଇ ପାଣି ପିଅନ୍ତୁ ଯଦି ସଙ୍ଗେ ସଙ୍ଗେ ହାକୁଡି ଆସିଲା ତେବେ ଆପଣଙ୍କର ଶରୀର ସୁସ୍ଥ ଅଛି । ଯଦି ଆପଣଙ୍କୁ ହାକୁଡି ଆସେ ନାହିଁ ତେବେ ଆପଣଙ୍କର ଏସଡି ଲେବୁଲ ବହୁତ କମ ଅଛି, ଯେଉଁ କାରଣରୁ ଖାଦ୍ୟରୁ ପୋଷକ ତତ୍ଵ ମିଳି ପାରୁନାହିଁ ।

ଏମିତି କରନ୍ତୁ ଆଖିର ଯାଞ୍ଚ

କେଉଁଠି ବି ପାର୍କ ହୋଇଥିବା ଗାଡିରୁ ୨୦ ପାଦ ପଛକୁ ଯାଆନ୍ତୁ, ବର୍ତ୍ତମାନ ଆପଣ କାରରେ ଲେଖା ହୋଇଥିବା ନମ୍ବର ପ୍ଲେଟକୁ ଠିକ ସେ ଦେଖନ୍ତୁ ଓ ପଢିବାକୁ ଚେଷ୍ଟା କରନ୍ତୁ । ଯଦି ସଫା ଦେଖାଯାଉ ନାହିଁ କିମ୍ବା ଅନ୍ୟ କିଛି ସମସ୍ୟା ଆସୁଛି ତେବେ ଏହାର ଅର୍ଥ ଆପଣଙ୍କର ଆଖିର ଦେଖିବା ଶକ୍ତି କମ ହୋଇଗଲାଣି ।

ଏହି ସବୁ ସହଜ ଉପାଯରେ ଆପଣ ନିଜ ଶରୀରର ଚେକଅପ ବିନା ଡାକ୍ତରଖାନ ଯାଇ କରାଇ ପାରିବେ ।