ଅତିଥି ମାନଙ୍କ ପାଇଁ ଉତ୍ତର କିମ୍ବା ପଶ୍ଚିମ ଦିଗରେ ରହିବା କୋଠରି ବ୍ୟବହାର କରିବା ଶୁଭ ହୋଇଥାଏ ଏବଂ ସମ୍ପର୍କ ନିବିଡ ରହିଥାଏ । ଘରେ ଅଗ୍ନି ସମ୍ବନ୍ଧୀୟ ଜିନିଷ ଦକ୍ଷିଣ-ପୂର୍ବ କୋଣରେ ରଖିବା ଉଚିତ ଏବଂ ଘରେ ରଖା ଯାଇଥିବା ବିଦ୍ୟୁତ ଉପକରଣରୁ ଅନାବଶ୍ୟକ ଶବ୍ଦ ହେବ ଉଚିତ ନୁହେଁ, ଏହା ଅଶୁଭ ହୋଇଥାଏ । ଘରର ଉତ୍ତର-ପୂର୍ବ କୋଣ ବା ଐଶାନ୍ୟ କୋଣ ଓ ଉତ୍ତର-ପଶ୍ଚିମ କୋଣ ବା ଆୟୋଗ କୋଣରେ ହାଲୁକା ଜିନିଷ ରଖିଲେ ଘର ପାଇଁ ମଙ୍ଗଳକାରୀ ହୋଇଥାଏ ।
ଘରେ କଣ୍ଟାଜାତୀୟ ଗଛ ଥିଲେ ତାକୁ ତୁରନ୍ତ ହଟାଇ ଦେବା ଉଚିତ, କାରଣ ଏହା ଘର ପାଇଁ ଅଶୁଭ ହୋଇଥାଏ । ଶୋଇବା ସମୟରେ କେବେ ମଧ୍ୟ ଦକ୍ଷିଣ ଦିଗକୁ ପାଦ କରି ଶୋଇବା ଉଚିତ ନୁହେଁ, ଏହାଦ୍ବାରା ଶରୀର ଉପରେ ଖରାପ ପ୍ରଭାବ ପଡିଥାଏ ଏବଂ ନିଦ୍ରାହୀନତା ଦେଖା ଦେଇଥାଏ । ଶୋଇବା ଘରେ କେବେ ମଧ୍ୟ ଦୁଆର ଆଡକୁ ଗୋଡ ରଖି ଶୋଇବା ଉଚିତ ନୁହେଁ ଏବଂ ପଶ୍ଚିମ ଦିଗକୁ ଗୋଡ ରଖି ଶୋଇବା ଶୁଭ ହୋଇଥାଏ ।
ଘରର କବାଟ ଖୋଲିବା କିମ୍ବା ବନ୍ଦ କରିବା ସମୟରେ ଶବ୍ଦ ହେବା ମଧ୍ୟ ଅଶୁଭ ହୋଇଥାଏ, ଏହାକୁ ତୁରନ୍ତ ଠିକ କରି ଦିଅନ୍ତୁ । ଘରେ ଥିବା ଫୁଲକୁଣ୍ଡରେ ପ୍ରତିଦିନ ପାଣି ଦେବା ଉଚିତ । ଯଦି କୌଣସି ଗଛ ଶୁଖି ଯାଇଥାଏ, ତାକୁ ତୁରନ୍ତ ହଟାଇ ଦେବା ଦ୍ଵାରା ମଙ୍ଗଳ ହୋଇଥାଏ । ଘରର ଦକ୍ଷିଣ-ପୂର୍ବ କୋଣକୁ ହାଲୁକା ନାରଙ୍ଗି କିମ୍ବା ହାଲୁକା ଗୋଲାପି ରଙ୍ଗ କରିଲେ ଶୁଭ ହୋଇଥାଏ ଏବଂ ଘରର ଆର୍ଥିକ ସ୍ଥିତି ଭଲ ରହିଥାଏ ।
ମଙ୍ଗଳବାର ଦିନ ଘରର ମୁଖ୍ୟଦ୍ଵାରରେ ସୋରିଷ ତେଲରେ ଦୀପ ଲଗାଇବା ଦ୍ଵାରା ମଙ୍ଗଳ ହୋଇଥାଏ ଏବଂ ଅଶୁଭତ୍ଵ ଦୂର ହୋଇଥାଏ । ପଇସା ରଖୁଥିବା ବାକ୍ସ କିମ୍ବା ଆଲମାରି ଉପରେ ଅନାବଶ୍ୟକ ବହିଖାତା ଆଦି ରଖିବା ମଧ୍ୟ ଉଚିତ ନୁହେଁ, ଏହା ଅଶୁଭ ହୋଇଥାଏ । ଘରର ମୁଖ୍ୟଦ୍ଵାରରେ ହାତୀ ପାଣି ଢାଳୁଥିବା ଲକ୍ଷ୍ମୀଙ୍କ ଫଟୋ ଲଗାଇବା ଦ୍ଵାରା ଶୁଭ ହୋଇଥାଏ ଏବ॰ ପଇସାର ଅଭାବ ଦୂର ହୋଇଥାଏ ।
ଘରେ ପଇସା ରଖୁଥିବା ଆଲମାରି ସବୁବେଳେ ଉତ୍ତର ଦିଗରେ ରଖିବା ସହ ଆଲମାରିର ଉପର ଥାକରେ ପଇସା ରଖିଲେ ଶୁଭ ହୋଇଥାଏ । ରବିବାର ଦିନ ସକାଳୁ ପ୍ରାଚୀନ ଶିବ ମନ୍ଦିର ଯାଇ ଜଳ ଚଢାଇବା ଦ୍ଵାରା ଅର୍ଥ ଅଭାବ ଦୂର ହୋଇଥାଏ ଏବଂ ପଇସାର ଆଗମନ ହୋଇଥାଏ । ତିନୋଟି ନୂଆ ଝାଡୁ କିଣି ରବିବାର ଦିନ ଦେବୀ ମନ୍ଦିରରେ ଦାନ କରିବା ଦ୍ଵାରା ମଙ୍ଗଳ ହୋଇଥାଏ ଏବଂ ଅର୍ଥ ଅଭାବ ଦୂର ହୋଇଥାଏ ।
ରବିବାର ଦିନ ଏକ ବରଗଛ ପତ୍ରରେ ନିଜ ମନୋସ୍କାମନା ଲେଖି ନଦୀରେ ପ୍ରବାହିତ କରିବା ଦ୍ଵାରା ତାହା ପୂର୍ଣ୍ଣ ହୋଇଥାଏ ଓ ଟଙ୍କାର ଅଭାବ ମଧ୍ୟ ରୁହେ ନାହିଁ । ପ୍ରତ୍ଯେକ କାର୍ଯ୍ୟରେ ସଫଳତା ପାଇବାକୁ ହେଲେ ଘରେ ରୋଷେଇ ହେଉଥିବା କିଛି ଖାଦ୍ଯରୁ ପଶୁପକ୍ଷୀଙ୍କୁ ଖୁଆଇବା ଉଚିତ ।ଏବଂ ଗୋଟିଏ ବାସନରେ ଆମିଷ ଓ ନିରାମିଷ ରୋଷେଇ କରିବା ଉଚିତ ନୁହେଁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।