ପ୍ରାୟ ସମସ୍ତଙ୍କ ଘରେ ମୃ-ତ ପରିଜନଙ୍କ ଫଟୋ କାନ୍ଥରେ ଲଗାଯାଇ ଥାଏ । କିଛି ଲୋକ ତ ସେମାନଙ୍କ ସହ ଜଡିତ ପ୍ରତ୍ଯେକ ଛୋଟ ବଡ ଜିନିଷକୁ ମଧ୍ୟ ସାଇତି ରଖନ୍ତି । କିନ୍ତୁ ଆପଣ କେବେ ଭାବିଛନ୍ତି କି ଏପରି କରିବା ଉଚିତ କି ଅନୁଚିତ ? ଏପରି କରିବା ମୃ-ତ ପରିଜନଙ୍କ ପାଇଁ ସମସ୍ଯା ସୃଷ୍ଟି କରିପାରେ ? ଆଜି ଆମେ ଆପଣଙ୍କୁ ବାସ୍ତୁ ଶାସ୍ତ୍ର ଅନୁସାରେ ମୃତ ପରିଜନଙ୍କ ସହ ସମ୍ବନ୍ଧିତ କିଛି ବିଶେଷ କଥା ଆପଣଙ୍କୁ ଜଣାଇବୁ ।
ଧାର୍ମିକ ଗ୍ରନ୍ଥ ମାନଙ୍କରେ ପିତୃପୁରୁଷଙ୍କ ଫଟୋ ଘରେ ଲଗାଇବାକୁ ନେଇ ଭିନ୍ନ ଭିନ୍ନ ମତଭେଦ ରହିଛି । କିଛି ଧାର୍ମିକ ଗ୍ରନ୍ଥ ଅନୁସାରେ ଘରେ ପିତୃଙ୍କ ଫଟୋ ଲଗାଇବେ କି ନାହିଁ ଏହା ତାଙ୍କ ସହ ଆପଣଙ୍କ ସମ୍ବନ୍ଧ କିପରି ଥିଲା ତାହା ଉପରେ ନିର୍ଭର କରେ । ଉଦାହରଣ ସ୍ୱରୂପ ସେ ଯଦି ଆପଣଙ୍କ ପିତାମାତା ହୋଇଥିବେ ତେବେ ଅବଶ୍ୟ ସେମାନଙ୍କ ସହ ଆପଣଙ୍କ ସମ୍ବନ୍ଧ ଉତ୍ତମ ହୋଇଥିବ । ଏପରି ସ୍ଥଳେ ଆପଣ ପିତାମାତାଙ୍କ ଫଟୋ ଲଗାଇବା ଦ୍ଵାରା ପ୍ରତ୍ଯେକ ଭଲ ଏବଂ ମନ୍ଦ ସମୟରେ ସେମାନଙ୍କୁ ସ୍ମରଣ କରିପାରିବେ ।
ଆମ ପିତୃ ଆମକୁ ଆସୁଥିବା ସମସ୍ଯାର ପୂର୍ବାଭାସ ଦିଅନ୍ତି ଓ ଆମକୁ ସେଥିରୁ ରକ୍ଷା କରନ୍ତି ବୋଲି ମଧ୍ୟ ବିଶ୍ବାସ କରାଯାଏ । ଯଦି ଆପଣ ଜୀବନରେ କୌଣସି କଠିନ ପରିସ୍ଥିତି ଦେଇ ଗତି କରୁଛନ୍ତି ଓ ଆପଣଙ୍କୁ ମାର୍ଗଦର୍ଶନ କରୁଥିବା ପରିଜନ ଆପଣଙ୍କ ପାଖରେ ନାହାନ୍ତି । ଏହିପରି ସ୍ଥିତିରେ ଆପଣ ଉକ୍ତ ପିତୃଙ୍କ ଫଟୋ ଘରେ ଲଗାଇ ତାଙ୍କୁ ପୂଜା ଏବଂ ସ୍ମରଣ କରି ଆପଣଙ୍କୁ ମାର୍ଗଦର୍ଶନ ଦେବାକୁ ପ୍ରାର୍ଥନା କରିପାରିବେ । ଏହାଦ୍ବାରା ସେ ସ୍ଵପ୍ନରେ ଆସି ନିଶ୍ଚୟ ଆପଣଙ୍କୁ ସମସ୍ଯାରୁ ବାହାରିବା ପାଇଁ ରାସ୍ତା ଦେଖାଇବେ ।
କିନ୍ତୁ ସେ ଆମ ଜୀବନରେ ପୁନର୍ବାର ଫେରି ଆସନ୍ତୁ ବୋଲି ପ୍ରାର୍ଥନା କରିବା ଆପଣଙ୍କ ଜୀବନରେ ଦୁଷ୍ପରିଣାମ ନେଇ ଆସିବାର ସମ୍ଭାବନା ରହିଥାଏ । ସବୁ ପିତୃ ଉତ୍ତମ ପ୍ରବୃତ୍ତିର ହୋଇ ନଥାନ୍ତି । ମୃତ୍ୟୁ ପରେ ମଧ୍ୟ ସେ ସେଭଳି ମନ୍ଦ ପ୍ରବୃତ୍ତିର ରହିଥାନ୍ତି ଯେଉଁଭଳି ଜୀବିତ ଥିବା ସମୟରେ ଥିଲେ । ସେଥିପାଇଁ ସେମାନଙ୍କ ଆମ ଜୀବନରେ ହସ୍ତକ୍ଷେପ କରିବା ଆପଣଙ୍କ ପାଇଁ ଅଶୁଭ ସାବ୍ୟସ୍ତ ହୋଇପାରେ ।
ଏହା ବ୍ଯତୀତ ଆଉ କିଛି ଧର୍ମ ଗ୍ରନ୍ଥ ଅନୁଯାୟୀ ଆମକୁ ପିତୃପୁରୁଷ ତଥା ମୃ-ତ ପରିଜନଙ୍କ ଫଟୋ ଘରେ ଲଗାଇବା ଉଚିତ ନୁହେଁ । ଏପରି କରିବା ଦ୍ଵାରା ଆମେ ସେମାନଙ୍କ ସଦଗତିରେ ବାଧା ସୃଷ୍ଟି କରିଥାଉ । ଜୀବିତ ଥିବା ପର୍ଯ୍ୟନ୍ତ ସେ ଆପଣଙ୍କ ସହ ଜଡିତ ଥିଲେ । କିନ୍ତୁ ମୃ-ତ୍ୟୁ ପରେ ତାଙ୍କୁ ସ୍ମରଣ କରିବା ଦ୍ଵାରା ସେ ପୃଥିବୀ ଏବଂ ଏଠାରେ ତିଆରି କରିଥିବା ସମ୍ବନ୍ଧରୁ ନିଜ ମୋହ ତୁଟାଇ ପାରନ୍ତି ନାହିଁ । ଯାହାଫଳରେ ସେ ଏହିଠାରେ ହିଁ ଫସି ରହିଯାନ୍ତି ।
ତେବେ ଯଦି ଆପଣ ଘରେ ପିତୃପୁରୁଷଙ୍କ ଫଟୋ ଲଗାଇବାକୁ ଚାହୁଁଛନ୍ତି ତେବେ ଯେଉଁଠାରେ ଅନ୍ୟ କାହା ନଜର ପଡିବ ନାହିଁ ତାଙ୍କୁ ସେହିପରି ସ୍ଥାନରେ ଲଗାନ୍ତୁ ଓ ଆପଣ ମଧ୍ୟ ତାହା ପ୍ରତିଦିନ ନ ଦେଖିବା ଉଚିତ ହେବ । ରୋଷେଇ ଘରେ, ସୟନ କକ୍ଷରେ କିମ୍ବା ପୂଜା ଘରେ କେବେ ପିତୃଙ୍କ ଫଟୋ ଲଗାନ୍ତୁ ନାହିଁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।