ରାଜଧାନୀର ଛତି ଉପରେ ଘ-ଟି-ଗ-ଲା ଏତେ ବଡ ଘ-ଟ-ଣା । ହେଲେ ସାମାନ୍ଯ ସୌଜନ୍ୟତା ଭୁଲିଗଲେ ବାବୁ, ମୁହଁ ଖୋଲିଲେନି କି ପଦୁଟିଏ କହିଲେନି । ବିଏମସି ପ୍ରଶାସକ ଓ କମିଶନରଙ୍କ ଏଭଳି ନୀରବତାକୁ ସବୁଠି ନିନ୍ଦା କରାଯାଉଛି । ପ୍ରଶଂସା ବେଳେ ଆଗରେ ଓ ଦୁ-ର୍ଘ-ଟ-ଣା ବେଳେ ପଛରେ ରହି ଯାଉଥିବା ଲୋକେ କହୁଛନ୍ତି । ବିଏମସି ଓ ସ୍ମାର୍ଟ ସିଟି କର୍ତ୍ତୁପକ୍ଷଙ୍କ ଅବହେଳା ପାଇଁ ଚାଲିଗଲା ନିରୀହ ଜୀବନ ।
ଯଦ୍ୟପି ଏଥିପାଇଁ ଶାସକ ଦଳ ବିପର୍ଯ୍ୟୟକୁ ଦୋ-ଷ ଦେଇ ଖସିଯିବାକୁ ବସିଛନ୍ତି, ହେଲେ ସରକାରଙ୍କ ଏଭଳି ଦାୟିତ୍ଵହୀନତା ପାଇଁ ରାଜଧାନୀ ବାସୀ କେବେ ମଧ୍ୟ କ୍ଷମା ଦେବେ ନାହିଁ । ସମସ୍ତଙ୍କ ମନରେ ସେଇ ସମାନ ପ୍ରଶ୍ନ । ଦୁଇ ଥର ମେୟର, ୨୧ ବର୍ଷର ସରକାର ଆଉ ନମ୍ବର ୱାନ ସ୍ମାର୍ଟ ସିଟି, ହେଲେ ବି କେଉଁଠି ରହିଲା ସମସ୍ଯା ? କଣ ପାଇଁ ଘର ଆଗରେ ମୁକୁଳା ପଡିଛି ଡ୍ରେନ ? ଏପରି ଭୁଲ ପାଇଁ କିଏ ନିଜ କାନ୍ଧକୂ ଦୋ-ଷ ନେବ ? ଗତ କିଛି ଦିନ ଧରି ରାଜଧାନୀରେ ଯେଉଁ ସମସ୍ଯା ଦେଖାଯାଇଛି ସେଥିପାଇଁ ପଛଘୁଞ୍ଚା ଦେଉଛନ୍ତି ସରକାର ।
ବିକାଶର ମଡେଲ ପାଇଁ ପ୍ରଶଂସାପତ୍ର ଗୋଟାଇବାରେ ବ୍ୟସ୍ତ ଥିବା ସରକାରଙ୍କ ଅସଲ ମୁଖା ଖୋଲି ଦେଇଛି ବର୍ଷା ଆଉ ଡ୍ରେନ । ସବୁଠୁ ଦୁଃଖର କଥା ହେଉଛି ବର୍ଷା ବିପତ୍ତି ସାଙ୍ଗକୁ ଏକ ନିରୀହ ନାବାଳକର ଜୀବନ ଚାଲିଗଲା, ହେଲେ ବାବୁଙ୍କ ମୁହଁରେ ତୁଣ୍ଡି ପଡିଛି । ଏନେଇ ବିଏମସି ପ୍ରଶାସକ ଏବଂ କମିଶନର ପଦୁଟିଏ କହିଲେ ନାହିଁ କି ଟ୍ବିଟ ମଧ୍ୟ କଲେ ନାହିଁ । ଯାହାକୁ ନେଇ ଏବେ ସବୁଠୁ ପ୍ରଶ୍ନ ଉଠୁଛି । ଏଭଳି ସମୟରେ ବାବୁଙ୍କ ସ୍ଥାନ ନେଲେ ଶାସକ ଦଳ ନେତା ।
ଶ୍ରେୟ ନେଲା ବେଳେ ନେତାଙ୍କର ଖୋଜା ପଡେନାହିଁ କିମ୍ବା ପୁରସ୍କାର ନେବାକୁ ଆସନ୍ତି ନାହିଁ । ଆଉ ଅ-ଘ-ଟ-ଣ ବେଳେ ନେତା ହେଲେ କ୍ରାଇସିସ ମ୍ୟାନେଜର । ବର୍ତ୍ତମାନ ମ୍ଯୁନିସିପାଲଟି ନିର୍ବାଚନଙ୍କୁ ସରକାର ଅଟକାଇ ଥିବା ବେଳେ ଏବେ ପ୍ରଶାସକ ହିଁ ସର୍ବେସର୍ବା । କିନ୍ତୁ ବାବୁଙ୍କ ନୀରବତା ଉପରେ ଏବେ ଲୋକେ ପ୍ରଶ୍ନ କଲେଣି କି ଏହା କି ପ୍ରକାର ସୌଜନ୍ୟତା ?
ପରୋକ୍ଷରେ ଅଫିସର ରାଜ୍ ରୟ ଭଳି ଜ୍ଵଳନ୍ତ ଉଦାହରଣ ସରକାରଙ୍କ ମୁଖା ଖୋଲି ଦେଇଥିବା ଅନେକ କହୁଛନ୍ତି । ଆମ ପୋଷ୍ଟ ଆପଣଙ୍କୁ ଭଲ ଲାଗିଥିଲେ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଏହିପରି ଅପଡେଟ ପାଇବାକୁ ହେଲେ ଆମ ପେଜ୍ କୁ ଲାଇକ କରନ୍ତୁ ।