ଖବର କାଗଜ ବିକୁଥିବା ଲୋକ ଆଜି ୮ ଟି ରେସ୍ଟୋରେଂଟର ମାଲିକ, ଜାଣନ୍ତୁ କଣ ଅଟେ ତାଙ୍କର ରୋଡ଼ପତିରୁ କୋଟିପତି ହେବାର କାହାଣୀ

ସମସ୍ତେ ସ୍ଵପ୍ନ ଦେଖିଥାନ୍ତି । କିନ୍ତୁ ସବୁ ବ୍ୟକ୍ତି ନିଜର ସ୍ଵପ୍ନକୁ ପୁରା କରି ପାରନ୍ତି ନାହିଁ । ଆପଣ ଆଜି ପର୍ଯ୍ୟନ୍ତ କେତେକ ଲୋକମାନଙ୍କୁ ଦେଖିଥିବେ ଯିଏକି ଏକ ସାଧାରଣ ନାଗରିକରୁ ଉଠି ଆଜି ଦେଶ ବିଦେଶରେ ଜଣାଯାଉଛନ୍ତି । ଉଦାହରଣ ସ୍ୱରୂପ ଭାରତର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ । ଯିଏକି ଗୋଟିଏ ସମୟରେ ଚା ବିକୁ ଥିଲେ । କିନ୍ତୁ ବର୍ତ୍ତମାନ ଦେଶର ସତ୍ତା ଚଳାଉଛନ୍ତି ।

ସେଥିପାଇଁ ଯେଉଁ ବ୍ୟକ୍ତି ନିଜର ହୃଦୟର ସହିତ କାମ ଏବଂ ପରିଶ୍ରମ କରିଥାଏ ତାହାକୁ ଜୀବନରେ ସଫଳତା ନିଶ୍ଚିତ ମିଳିଥାଏ । ଏମିତି ହିଁ ଏକ ବ୍ୟକ୍ତିଙ୍କ ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ, ଯିଏ ୨ – ୨ ଟଙ୍କାରେ ଖବର କାଗଜ ବିକ୍ରି କରିବା ଆରମ୍ଭ କରିଲେ କିନ୍ତୁ ବର୍ତ୍ତମାନ ସେ କୋଟି କୋଟି ଟଙ୍କା ସମ୍ପତିର ମାଲିକ ଅଟନ୍ତି ।

ଏହା ଏକ ସତ ଘଟଣା ଅଟେ । ଏହି କାହାଣୀ ଚେନ୍ନାଇର ପଲ୍ଲ୍ୱରମ ଅଞ୍ଚଳର ଏକ ବହୁତ ଗରିବ ପରିବାରରେ ଜନ୍ମ ଆସିଫ ଅହମଦଙ୍କର ଅଟେ । ଗୋଟିଏ ସମୟରେ ସେ ଖବର କାଗଜ ବିକ୍ରି କରି ନିଜ ପରିବାର ଲୋକଙ୍କର ପେଟ ପୋଷୁଥିଲେ । ସେହି ସମୟରେ ତାଙ୍କ ପାଖରେ ଏତେ କମ ଟଙ୍କା ଥିଲା କି ସେ କେତେ ଥର ଭୋକିଲା ପେଟରେ ବି ଶୋଇଛନ୍ତି । କିନ୍ତୁ ଆସିଫ ଆହମଦ କେବେ ବି ହାର ମାନି ନାହାନ୍ତି ।

ସେ ସବୁବେଳେ ଆଗକୁ ବଢିବା ପାଇଁ ଭାବିଛନ୍ତି । ଟଙ୍କା ଆୟ କରିବା ପାଇଁ ଖବର କାଗଜର କାମ ଛାଡି ଆସିଫ ଜୋତା ଏବଂ ଚପଲ ବିକ୍ରି କରିବା ଆରମ୍ଭ କରିଲେ । ପ୍ରଥମେ ତାଙ୍କୁ ଏଥିରେ ଭଲ ଲାଭ ମିଳିଲା ।

କିନ୍ତୁ ପରେ ତାଙ୍କୁ ଏଥିରେ କ୍ଷତି ହେବାକୁ ଲାଗିଲା । ସେଥିପାଇଁ ସେ ଏହି କାମକୁ ବି ବନ୍ଦ କରିଦେଲେ । ଏହା ପରେ ସେ ବାହାଘରରେ ଯାଇ ବିରିୟାନୀ ତିଆରି କରିବାର କାମ କରିଲେ । ଏହା ପରେ ସେ ଏଥିରେ ଭଲ ଟଙ୍କା ପାଇବାକୁ ଲାଗିଲେ ଏବଂ ନିଜର ସ୍ଵପ୍ନକୁ ପୁରା କରିବା ପାଇଁ ମୁମ୍ବାଇ ଆସିଲେ ।

କହିବାକୁ ଗଲେ ଆସିଫ ଯେତେବେଳେ ମୁମ୍ବାଇ ଆସିଲେ ସେତେବେଳେ ସେ ତାଙ୍କ ପାଖରେ ମାତ୍ର ୪୦୦୦ ଟଙ୍କା ଆଣିଥିଲେ । ଏବଂ ସେ ସେହି ଟଙ୍କାରେ ରାସ୍ତାରେ ଠେଲାଗାଡି ଲାଗାଇ ବିରିୟାନୀ ବିକ୍ରି କରିବାକୁ ଲାଗିଲେ । ତାଙ୍କର ବିରିୟାନୀ ସ୍ଵାଦରେ ଗ୍ରାହକମାନଙ୍କର ଭିଡ ଲାଗିଲା । ଏହା ପରେ ସେ ଏକ ବ୍ୟାଙ୍କରୁ ଲୋନ ନେଇ ନିଜର ଏକ ବିରିୟାନୀ ଆଉଟଲେଟ ଖୋଲିଲେ ।

ଏହା ପରେ ସେ ସଫଳତାର ସିଢି ଚଢିବାକୁ ଲାଗିଥିଲେ । ଆଜି ତାଙ୍କର ଏହି ବିରିୟାନୀ ବିଜନେସ କାରଣରୁ ବର୍ତ୍ତମାନ ତାଙ୍କ ପାଖରେ ୮ ଟି ରେସ୍ଟୋରେଂଟ ଏବଂ କୋଟୋ କୋଟି ଟଙ୍କାର ସମ୍ପତି ଅଛି । ଆସିଫ ଅହମଦ ବର୍ତ୍ତମାନ ଯୁବ ପିଢି ପାଇଁ ଏକ ଉଦାହରଣ ଅଟନ୍ତି ।

ଆପଣଙ୍କୁ ଯଦି ଆସିଫ ଙ୍କ ସଙ୍ଘର୍ଷର କାହାଣୀ ଭଲ ଲାଗିଲା ତେବେ ତାଙ୍କ ପାଇଁ ଗୋଟେ ଶେୟାର କରନ୍ତୁ । ଆଗକୁ ଏମିତି ଅନେକ ପ୍ରେରଣା ଦେବାଭଳି ଘଟଣା ଆମେ ଆପଣଙ୍କୁ ଦେଇ ପାରିବୁ ସେଥି ପାଇଁ ଆମ ପେଜକୁ ଲାଇକ କରନ୍ତୁ ।