ଏହି 11 ଟି ଲକ୍ଷଣ ଦେଖାଦେଉଛି କି ? ହୋଇପାରେ କିଡନୀ ଖରାପ ହେବାର ଲକ୍ଷଣ ? ସମୟ ଥାଇ ହେଇଯାନ୍ତୁ ସାବଧାନ !

ଆମ ଦେଶରେ କିଡନୀ ଖରାପ ହେବାର ସମସ୍ଯା ଦ୍ରୁତଗତିରେ ବୃଦ୍ଧି ପାଉଛି । ଖାଦ୍ୟପେୟରେ ଅନିୟମିତତା, ବ୍ୟସ୍ତବହୁଳ ଜୀବନଶୈଳୀ, ପ୍ର-ଦୂ-ଷି-ତ ପାଣି ଏବଂ ବାୟୁ ଯୋଗୁଁ ଦିନକୁ ଦିନ କିଡନୀ ରୋଗ ବଢିବାରେ ଲାଗିଛି । କିନ୍ତୁ ଜୀବନଶୈଳୀ ଏବଂ ଖାଦ୍ୟପେୟରେ ପରିବର୍ତ୍ତନ କରି ଏହି ରୋଗକୁ ରୋକାଯାଇ ପାରିବ । କିଡନୀ ରୋଗକୁ ଗମ୍ଭୀର ହେବାରୁ ରୋକିବା ପାଇଁ ଆରମ୍ଭରୁ ହିଁ ଏହାର ଚିକିତ୍ସା କରିବା ଅତ୍ୟନ୍ତ ଜରୁରୀ ହୋଇଥାଏ । ତେବେ ଆଜି ଆମେ ଆପଣଙ୍କୁ କିଡନୀ ଖରାପ ହେଲେ କେଉଁ ସବୁ ଲକ୍ଷଣ ଦେଖାଦିଏ ସେହି ବିଷୟରେ କହିବୁ ।

ପ୍ରଥମ ଲକ୍ଷଣ ହେଉଛି ଗୋଡ, ହାତ ଏବଂ ଗଣ୍ଠି ଫୁଲିବା । କିଡନୀ ଆମ ରକ୍ତକୁ ଛାଣି ଏଥିରୁ ଅଦରକାରୀ ପଦାର୍ଥ ପରିସ୍ରା ବାଟେ ବାହାର କରିଦିଏ । କିଡନୀ ଠିକ ଭାବେ କାର୍ଯ୍ୟ ନକଲେ ଏହି ବି-ଷା-କ୍ତ ପଦାର୍ଥ ଶରୀରରୁ ବାହାରି ନପାରି ଆଣ୍ଠୁଗଣ୍ଠିରେ ଜମିବାକୁ ଲାଗେ । ଏମିତି ଲକ୍ଷଣ ଥିଲେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ।

ଯଦି ଆପଣଙ୍କୁ ବାରମ୍ବାର ପରିସ୍ରା ଲାଗୁଛି କିନ୍ତୁ ଠିକ ଭାବେ ପରିସ୍ରା ହେଉନାହିଁ ବା ପରିସ୍ରାର ରଙ୍ଗ ଗାଢ ଦିଶୁଛି ତେବେ ଏହା ମଧ୍ୟ କିଡନୀ ଖରାପ ହେବାର ଲକ୍ଷଣ ହୋଇପାରେ । ଅତ୍ୟଧିକ ପରିସ୍ରା ହେବା, ଅତି କମ ପରିସ୍ରା ହେବା ବା ବିଲକୁଲ ପରିସ୍ରା ନହେବା ଏବଂ ପରିସ୍ରା କରିବା ସମୟରେ କଷ୍ଟ ଅନୁଭବ ହେବା ଆଦି କିଡନୀ ଖରାପ ହେବାର ଲକ୍ଷଣ ଅଟେ ।

ଯଦି ପରିସ୍ରା କରିବା ସମୟରେ ଫେଣ ବାହାରୁଛି କିମ୍ବା ରକ୍ତ ପଡୁଛି ତେବେ ବିନା କୌଣସି ଦ୍ଵିଧାରେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ । ଏହା ମଧ୍ୟ କିଡନୀ ଖରାପ ହେବାର ଲକ୍ଷଣ ଅଟେ । ବେଳେବେଳେ ଏହି ରକ୍ତ କଣିକା ଏତେ ଛୋଟ ହୋଇଥାନ୍ତି ଯେ ଖାଲି ଆଖିକୁ ଦେଖା ଯାଆନ୍ତି ନାହିଁ । ତେଣୁ ଯଦି ଆପଣଙ୍କ ପରିସରରେ ପରିବର୍ତ୍ତନ ହେଉଛି ତେବେ ନିଶ୍ଚୟ ରକ୍ତ ପରୀକ୍ଷା କରାନ୍ତୁ ।

ଯଦି ଅଳ୍ପ କାମ କରି ଦୁର୍ବଳ ଲାଗୁଛି ଏବଂ ଦିନସାରା ଠକିବା ପରି ଲାଗୁଛି ତେବେ ଏହା ମଧ୍ୟ କିଡନୀ ଖରାପ ହେବାର ସଙ୍କେତ ହୋଇଥାଇ ପାରେ । କିଡନୀ ଖରାପ ହେବା ଦ୍ବାରା ଶରୀରର ହରମୋନ ସନ୍ତୁଳନ ବିଗିଡି ଯାଏ, ଯାହା ଫଳରେ ଏହିପରି ଅନୁଭବ ହୋଇଥାଏ ।

ଏହାସହ କିଡନୀ ଖରାପ ହେଲେ ଏକାଗ୍ରତା ହ୍ରାସ ପାଇବା ସହ ଚିଡିଚିଡାପଣ ମଧ୍ୟ ବଢିଥାଏ । ଶରୀରଉ ଅମ୍ଳଜାନ ହ୍ରାସ ପାଇବା ଦ୍ଵାରା ଏପରି ଲାଗିଥାଏ । ଯଦି ଆପଣଙ୍କୁ ଖରାଦିନେ ମଧ୍ୟ ଥଣ୍ଡା ଲାଗେ ଏବଂ ଜ୍ଵର ଆସିବା ପରି ଅନୁଭବ ହୁଏ ତେବେ ଏହା ମଧ୍ୟ କିଡନୀ ଖରାପ ହେବାର ସଙ୍କେତ ଅଟେ । କିଡନୀ ଠିକ ଭାବେ କାର୍ଯ୍ୟ ନକଲେ ଚର୍ମରୋଗ ମଧ୍ୟ ହୋଇଥାଏ । କିଡନୀ ଖରାପ ହେଲେ ରକ୍ତରେ ୟୁରିଆର ମାତ୍ର ବଢିଯାଏ ଯାହା ଆମୋନିଆ ଭାବେ ଉତ୍ପନ ହୋଇଥାଏ ।

ଏଥିପାଇଁ କିଡନୀ ଖରାପ ହେଲେ ପାଟିଦୁର୍ଗନ୍ଧ ମଧ୍ୟ ବଢିଯାଏ ଓ ସ୍ଵାଦ ମଧ୍ୟ ବଦଳିଯାଏ । ବାନ୍ତି ଲାଗିବା ବା ବାନ୍ତି ହେବା, ଅଣ୍ଟା-ପିଠିରେ ଯ-ନ୍ତ୍ର-ଣା ହେବା, ନିଃଶ୍ଵାସ ପ୍ରଶ୍ଵାସରେ ଅସୁବିଧା ହେବା ଆଦି ମଧ୍ୟ କିଡନୀ ରୋଗର ଲକ୍ଷଣ ହୋଇଥାଇ ପାରେ । ଏହି ଲକ୍ଷଣ ଗୁଡିକ ମଧ୍ୟରୁ ଅନେକ ଲକ୍ଷଣ ଅନ୍ୟ ରୋଗରେ ମଧ୍ୟ ଦେଖା ଦେଇଥାଏ ।

ଏଥିମଧ୍ୟରୁ ଯଦି ଅଧିକାଂଶ ଲକ୍ଷଣ ଦେଖାଯାଉଛି ତେବେ ତୁରନ୍ତ କିଡନୀ ପରୀକ୍ଷା କରେଇ ନିଅନ୍ତୁ । ଆମ ପୋଷ୍ଟ ଭଲ ଲାଗିଥିଲେ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଏହିପରି ଅପଡେଟ ପାଇବାକୁ ହେଲେ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ।