ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଏପରି ଏକ ତେଲ ବନାଇବା ଶିଖାଇବୁ ଯାହା ଆପଣ ପ୍ରୟୋଗ କଲେ ଆପଣଙ୍କ କେଶ ସଂପୂର୍ଣ୍ଣ ଭାବେ ଧଳା ହୋଇଯିବ । ଯଦି ଆପଣଙ୍କ ପିଲାଙ୍କ କେଶ ଧଳା ହେବାକୁ ଲାଗୁଛି ତେବେ ସେମାନଙ୍କ କେଶରେ ମଧ୍ୟ ଆପଣ ଏହା ପ୍ରୟୋଗ କରି ପାରିବେ ।
ଏହାଦ୍ବାରା ସେମାନଙ୍କ କେଶ ଧଳା ହେବା ବନ୍ଦ ହେବା ସହ ଲମ୍ବା ସମୟ ପର୍ଯ୍ୟନ୍ତ ମଧ୍ୟ କେଶ କଳା ରହିବ । ଏହା ସହ ଏହା ଆପଣଙ୍କର କେଶ ଝଡିବା ମଧ୍ୟ ବନ୍ଦ କରିଦେବ । ଏହା ଆପଣଙ୍କ କେଶକୁ ବୃଦ୍ଧି ପାଇବାରେ ସାହାଯ୍ୟ କରିବ ସହ ରୂପୀ ସମସ୍ଯା ଥିଲେ ତାକୁ ମଧ୍ୟ ସଂପୂର୍ଣ୍ଣ ଭାବେ ଭଲ କରିଦେବ । ରୂପୀ ଯୋଗୁଁ ମଧ୍ୟ କେଶ ଝଡେ ଏବଂ ଶୁଖିଲା ଦେଖିଲା ଦେଖାଯାଏ । ଏହି ଚମତ୍କାରୀ ତେଲ ଆପଣଙ୍କ କେଶ ଜନିତ ସମସ୍ତ ସମସ୍ଯା ଦୂର କରିଦେବ । ତେବେ ଚାଲନ୍ତୁ ଦେଖିବା କିପରି ଏହି ତେଲକୁ ପ୍ରସ୍ତୁତ କରିବେ ।
ଏହି ତେଲ ପ୍ରସ୍ତୁତ କରିବା ପାଇଁ ଆପଣଙ୍କୁ ପ୍ରଥମେ ଦରକାର ହେବ କଳାଜୀରା । କଳାଜୀରାକୁ ଆମେ ଅଧିକାଂଶ ଆଚାର କରିବା ପାଇଁ ହିଁ ବ୍ୟବହାର କରିଥାଉ । ଏହି କଳାଜୀରାର ଖୁବ ଔଷଧୀୟ ଗୁଣ ରହିଛି । ଏହା ଆପଣଙ୍କ ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ, ଆପଣଙ୍କ ଚରମ ପାଇଁ ଲାଭଜନକ ହୋଇଥାଏ, କେଶ ଝଡିବା ରୋକିବା ସହ କେଶକୁ ବୃଦ୍ଧି ପାଇବାରେ ମଧ୍ୟ ସାହାଯ୍ୟ କରେ । ଆପଣ ଦୁଇ ଚାମୁଚ କଳାଜୀରାକୁ ଏକ ତାୱାରେ ଭଲ ଭାବେ ଭାଜି ଦିଅନ୍ତୁ । ସେଥିରେ ୫ ରୁ ୬ ଟି ଲବଙ୍ଗ ମଧ୍ୟ ପକାନ୍ତୁ । ଏହାକୁ ଏକଦମ କମ ଆଞ୍ଚରେ ଭାଜନ୍ତୁ ।
ଭାଜି ସାରିବା ପରେ ଏହାକୁ ଗ୍ରାଇଣ୍ଡିଙ୍ଗ କରି ଗୁଣ୍ଡ ପ୍ରସ୍ତୁତ କରି ନିଅନ୍ତୁ । ଏହା ପରେ ଆପଣଙ୍କୁ ଆବଶ୍ୟକ ହେବ ଖାଇବା କର୍ପୁର । କର୍ପୁର ଆପଣଙ୍କ କେଶ ପାଇଁ ଖୁବ ଲାଭଦାୟକ । ଏହା ଆପଣଙ୍କ କେଶକୁ କଳା ଏବଂ ସୁସ୍ଥ ରଖିବାରେ ଖୁବ ସହାୟକ ହୋଇଥାଏ । ମୁଣ୍ଡ କୁଣ୍ଡାଇ ହେଉଥିଲେ କି ଅନ୍ୟ କୌଣସି ସଂକ୍ରମଣ ହୋଇଥିଲେ ଏହି ସମସ୍ୟାକୁ ମଧ୍ୟ କର୍ପୁର ଦୂର କରିଥାଏ । ଦୁଇଟି କର୍ପୂରକୁ ଏକ ହେମଦସ୍ତାରେ ଭଲ ଭାବେ ଛେଚି ଗୁଣ୍ଡ କରି ଦିଅନ୍ତୁ । ବର୍ତ୍ତମାନ ଏକ କଡେଇରେ ୧୦୦ ଗ୍ରାମ ନଡିଆ ତେଲକୁ ଉଷୁମ କରି ଦିଅନ୍ତୁ ।
ଆପଣ ଚାହିଁଲେ ସୋରିଷ ତେଲ କିମ୍ବା ଓଲିଭ ଅଏଲ ମଧ୍ୟ ନେଇ ପାରିବେ । ଗ୍ଯାସ ବନ୍ଦ କରି ସାରିବା ପରେ ଆପଣ ସେଥିରେ କଳାଜୀରା ଏବଂ ଲବଙ୍ଗ ଗୁଣ୍ଡ ମିଶାନ୍ତୁ ଓ ତାପରେ କର୍ପୁର ଗୁଣ୍ଡ ମିଶାନ୍ତୁ । ଧ୍ୟାନ ରଖନ୍ତୁ ତେଲ ଯେପରି ବହୁତ ଅଧିକ ଗରମ ହେବ ନାହିଁ । ଏହି ସବୁକୁ ଆପଣ ଭଲ ଭାବେ ମିଶାଇ ଦିଅନ୍ତୁ । ଏହି ତେଲ ଆପଣଙ୍କୁ ଆରୋମା ଥେରାପି ମଧ୍ୟ ଦେଇଥାଏ । ଏହା ମାନସିକ ଶାନ୍ତି ଦେବା ସହ ମୁଣ୍ଡ ବିନ୍ଧା ମଧ୍ୟ ଭଲ କରିଥାଏ । ଆପଣ ଏହି ତେଲ ମିଶ୍ରଣକୁ ରାତି ସାରା ସେମିତି ରଖି ଦିଅନ୍ତୁ ଓ ସକାଳେ ଏକ କପଡା ସାହାଯ୍ୟରେ ଛାଣି ଦିଅନ୍ତୁ ।
ଶେଷରେ ଏହି ତେଲରେ ଚାରୋଟି ଭିଟାମିନ-ଇ କ୍ୟାପସୁଲ ମିଶାଇ ଦିଅନ୍ତୁ । ଭିଟାମିନ-ଇ ଆପଣଙ୍କ କେଶକୁ ପୋଷଣ ଦେଇଥାଏ । ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କ ତେଲ । ଏହାକୁ ସମସ୍ତ ବୟସର ଲୋକମାନେ ବ୍ୟବହାର କଇପାରିବେ । ଏହାକୁ ଉଷୁମ କରି କେଶରେ ଲଗାଇ ରାତିସାଡ଼ା ରଖନ୍ତୁ । ଏହାସହ ଆପଣ ନଖ ଘଷିବା ବ୍ୟାୟମ ମଧ୍ୟ କରନ୍ତୁ । ଦେଖିବେ କେଶଜନିତ ସମସ୍ତ ସମସ୍ଯା ଦୂର ହୋଇଯିବ । ଏହିପରି ଅପଡେଟ ପାଇବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।