କେଶ ଝଡ଼ିବା ସମସ୍ୟା ପାଇଁ ଚିନ୍ତିତ ଅଛନ୍ତି କି ? ଜାଣନ୍ତୁ ଏହାର କାରଣ ଓ ନିରାକରଣ- Dr Manas Ranjan Puhan

ଆଜିକାଲି କେଶ ଝଡିବା ଏକ ପ୍ରମୁଖ ସମସ୍ଯା । ପ୍ରତ୍ଯେକ ଦିନ ପ୍ରତ୍ଯେକ ବ୍ୟକ୍ତିଙ୍କ କିଛି ନା କିଛି କେଶ ଝଡିଥାଏ । ମାତ୍ର କେଶ ଝଡିବା ତୁଳନାରେ ଯଦି କେଶ ତିଆରି ହେବା କମିଯାଏ, ତେବେ ତାହାକୁ କେଶ ଝଡିବା ସମସ୍ଯା ବୋଲି କୁହାଯାଏ ।

ଆଜିକାଲି କେବଳ ଷ୍ଟ୍ରେ-ସ ବା ଅତ୍ୟଧିକ ଚିନ୍ତା ଯୋଗୁଁ ଅଧିକାଂଶ ଲୋକଙ୍କ କେଶ ଝାଡୁଛି । କେଶ ଝାଡିବାର ଅନେକ କାରଣ ରହିଛି ଓ ଏହା ସବୁ ବର୍ଗର ଲୋକଙ୍କ ଠାରେ ଦେଖାଯାଇ ଥାଏ । ଥାଇରଏଡ, ହରମୋନରେ ଅସନ୍ତୁଳନତା ଆଦି ଏହିପରି କେତେ ଅନ୍ଯାନ୍ଯ ରୋଗ ଯୋଗୁଁ କେଶ ଝଡିଥାଏ । କେଉଁ ମାନଙ୍କର ବୟସ ବଢିବା ହେତୁ କେଶ ଝଡିଥାଏ ତ କାହାର ବଂଶଗତ କାରଣରୁ କେଶ ଝଡିଥାଏ । ତେଣୁ ଆପଣ ଯଦି ପ୍ରଥମେ କେଶ ଝଡିବାର କାରଣ ଜାଣି ପାରିବେ ତେବେ ଯାଇ ଏହାର ସଠିକ ଭାବେ ଚିକିତ୍ସା କରିପାରିବେ ।

ଷ୍ଟ୍ରେସକୁ କେଶ ଝଡିବାର ସବୁଠୁ ମୁଖ୍ୟ କାରଣ ବୋଲି କୁହାଯାଏ  । ଷ୍ଟ୍ରେସ ଉଭୟ ଶା-ରୀ-ରି-କ ଏବଂ ମା-ନ-ସି-କ ହୋଇପାରେ । ଉଦାହରଣ ସ୍ୱରୂପ ଯେପରି ଟାଇ-ଫ-ଏଡ, କ୍ୟା-ନ-ସ-ର ଆଦି ରୋଗରେ କେଶ ଝଡିବାକୁ ଶା-ରୀ-ରି-କ ଷ୍ଟ୍ରେ-ସ ବୋଲି କୁହାଯାଏ । ଏହା ବ୍ଯତୀତ ଆଜିକାଲି ପ୍ରାୟ ପ୍ରତ୍ଯେକ ଲୋକ ବିଭିନ୍ନ ପ୍ରକାର ମା-ନ-ସି-କ ଷ୍ଟ୍ରେ-ସରେ ମଧ୍ୟ ରହୁଛନ୍ତି । କେଶ ଭଲ ଭାବେ ବଢିବାକୁ ହେଲେ କେଶକୁ ପ୍ରଚୁର ମାତ୍ରାରେ ଭିଟାମିନ, ବାୟୋଟିନ, ମିନେରାଲ, ଆଣ୍ଟି ଅକ୍ସିଡାନ୍ଟ ଆଦି ଆବଶ୍ୟକ ଅଟେ ।

କିନ୍ତୁ ଆମେ ଅସନ୍ତୁଳିତ ଖାଦ୍ଯ ଭୋଜନ କରୁଥିବାରୁ ଆମ କେଶକୁ ଭଲ ଭାବେ ପୋଷଣ ମିଳି ପାରୁ ନାହିଁ । ସବୁଜ ପନିପରିବା ଅଧିକ ପରିମାଣରେ ଖାଇବା ଆମ କେଶ ପାଇଁ ଖୁବ ଲାଭଦାୟକ ହୋଇଥାଏ । ଆପଣଙ୍କ କେଶକୁ ଯେଉଁ ନିର୍ଦ୍ଧିଷ୍ଟ ପୋଷକତତ୍ତ୍ଵର ଆବଶ୍ୟକ ରହିଛି ସେହି ଅନୁସାରେ ତାର ଚିକିତ୍ସା କରିବାକୁ ପଡିବ । କିମ୍ବା ଅନ୍ୟ କେଉଁ ରୋଗ କାରଣରୁ କେଶ ଝଡୁଛି ଯାହା ଆପଣ ଜାଣି ନାହାନ୍ତି, ତେବେ ସେହି ରୋଗକୁ ଚିହ୍ନି ସେହି ଅନୁସାରେ ତାର ଚିକିତ୍ସା କରିବା ଦ୍ଵାରା ଅନେକ ମାତ୍ରାରେ କେଶ ଝଡିବା ସମସ୍ୟାକୁ ରୋକା ଯାଇ ପାରିବ ।

କେବେ କେବେ ଆମେ ଖାଉଥିବା ଔଷଧ ପାଇଁ ମଧ୍ୟ କେଶ ଝଡେ । ଆଉ କିଛି କେଶ ଝଡିବା ସମସ୍ଯା ବଂଶଗତ ହୋଇଥାଏ । ମାତ୍ର କେଶ ଝଡିବା ବନ୍ଦ କରିବା ପାଇଁ ଆମେ ଅନେକ ସମୟରେ ଯିଏ ଯାହା କହିଲା ସେହି ଅନୁସାରେ ବିଭିନ୍ନ ପ୍ରକାର ଉପଚାର କରିଥାଉ । ସେପରି ବିଲକୁଲ ମଧ୍ୟ କରନ୍ତୁ ନାହିଁ କିମ୍ବା କୌଣସି ଅନ୍ଧବିଶ୍ବାସକୁ ଆପଣାନ୍ତୁ ନାହିଁ । ଏହା ଆପଣଙ୍କୁ କେବେ ମଧ୍ୟ ସ୍ଥାୟୀ ସମାଧାନ ଦେବ ନାହିଁ ।

ବରଂ ଆପଣଙ୍କ ସମସ୍ଯା ଆହୁରି ଗମ୍ଭୀର ମଧ୍ୟ ହୋଇ ଯାଇପାରେ । ସର୍ବଦା ଡାକ୍ତରଙ୍କ ପରାମର୍ଶ କରି ସେହି ଅନୁସାରେ ଚିକିତ୍ସା କରନ୍ତୁ । ଏହି ଚିକତ୍ସା ଦୀର୍ଘ ଦିନ ପର୍ଯ୍ୟନ୍ତ ଚାଲିଥାଏ, ସେଥିପାଇଁ ଆପଣଙ୍କୁ ଧୈର୍ଯ୍ୟର ମଧ୍ୟ ଆବଶ୍ୟକ ଅଟେ । ଏହି ଚିକିତ୍ସା ଅତି ବେଶୀରେ ୬ ମାସରୁ ବର୍ଷେ ପର୍ଯ୍ୟନ୍ତ ଲଗାତର କରିବାକୁ ପଡେ । ଧୈର୍ଯ୍ୟର ସହ ଚିକିତ୍ସା କଲେ ଯାଇ ଆପଣ ସୁଫଳ ପାଇ ପାରିବେ । ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ ।