Vastu Tips- ଶୋଇବା ସମୟରେ ନିଜ ପାଖରେ ଜଳ ପାତ୍ର ରଖୁଛନ୍ତି କି ? ତ ଏହାକୁ ଥରେ ନିଶ୍ଚୟ ଦେଖନ୍ତୁ

ଆମ ଦୈନନ୍ଦିନ ଜୀବନରେ ପାରିବାରିକ ଓ ଆର୍ଥିକ ସମସ୍ୟା ହେଉ ବା ବ୍ୟାପାର ସମ୍ବନ୍ଧିତ ହେଉ ପ୍ରତ୍ୟେକ ସମସ୍ୟା ଅର୍ଥ ପାଖେ ଯାଇ ଅଟକି ଯାଏ । କିନ୍ତୁ ଏହାର କାରଣ କେବଳ ଅର୍ଥର ଅଭାବ ନୁହେଁ ବରଂ ଆମ ଚତୁଃପାର୍ଶ୍ଵରେ ଥିବା ନକାରାତ୍ମକ ଶକ୍ତିର ପ୍ରଭାବ ମଧ୍ୟ ହୋଇଥାଏ ।

ଯାହାକୁ ଆମେ ଅଜାଣତରେ ଆମ ଘରକୁ ଡ଼ାକି ଆଣି ଥାଉ । ଛୋଟ ଛୋଟ ବିଷୟ ହେଲେ ମଧ୍ୟ ସେଗୁଡ଼ିକର ପ୍ରଭାବ ଆମ ଜୀବନରେ ଖୁବ୍ ଗଭୀର ଭାବେ ପଡ଼ିଥାଏ । ତେବେ ଆସନ୍ତୁ ଜାଣିବା କେଉଁ କାର୍ଯ୍ୟ ସବୁ ରାତିରେ ଶୋଇବା ପୁର୍ବରୁ କରିବା ଉଚିତ୍ ନୁହେଁ । ଅନେକ ସମୟରେ ମହିଳାମାନେ ଆଳସ୍ୟ ହେତୁ ହେଉ ବା ଶୀଘ୍ର କାମ ଶେଷ କରିବା ପାଇଁ ରାତିରେ ଖାଇ ସାରିବା ପରେ ଅଇଁଠା ବାସନ ଅଧୁଆ ରଖି ଦିଅନ୍ତି ।

କିନ୍ତୁ ବାସ୍ତୁଶାସ୍ତ୍ର ଅନୁସାରେ ରାତିରେ ଅଇଁଠା ବାସନ ଗୁଡ଼ିକୁ ରୋଷେଇ ଘରେ ଛାଡ଼ିଦେବା ଦ୍ଵାରା ନକାରାତ୍ମକ ଛାଇ ଯାଏ । ଯାହା ଫଳରେ ରୋଷେଇ ଘରେ ଦୁର୍ଗନ୍ଧ ହୋଇଥାଏ ଓ ଆପଣଙ୍କ ରୋଷେଇ ଘରେ ମାସ ଅନ୍ନପୂର୍ଣ୍ଣା ନିବାସ କରନ୍ତି ନାହିଁ । ରୋଷେଇ ଘରେ କୌଣସି ପ୍ରକାର ଆବର୍ଜନା ଓ ଆବର୍ଜନା ରଖୁଥିବା ଡବା ବା ଥଳି ମଧ୍ୟ ରଖନ୍ତୁ ନାହିଁ । ରୋଷେଇ ଘରେ ପ୍ରତିଦିନ ସକାଳେ ଧୂପ ଦୀପ ନିଶ୍ଚୟ ଦିଅନ୍ତୁ ।

ବାସ୍ତୁଶାସ୍ତ୍ର ଅନୁସାରେ ସନ୍ଧ୍ୟା ବା ରାତ୍ରି ସମୟରେ ସଫା ବା ଧଳା ଦ୍ରବ୍ୟ ଯଥା ଦୁଗ୍ଧ, ଦହି, ଚାଉଳ ଆଦି ଦାନ କରନ୍ତୁ ନାହିଁ । କାରଣ ବାସ୍ତୁଶାସ୍ତ୍ର ଅନୁସାରେ ରାତ୍ରି ସମୟରେ ଧଳା ଦ୍ରବ୍ଯ ଦାନ କରିବା ଦ୍ୱାରା ଦୁର୍ଭାଗ୍ୟ ଆସେ ଓ ପାରିବାରିକ କଳହ ଉପୁଜେ । ଆହୁରି ମଧ୍ୟ ବିଶ୍ଵାସ ରହିଛି ଧଳା ଦ୍ରବ୍ଯ ଗୁଡିକ ପ୍ରତି ନକାରାତ୍ମକ ଶକ୍ତି ଶୀଘ୍ର ଆକର୍ଷିତ ହୋଇଥାଏ, ସେଥିପାଇଁ ରାତ୍ରି ସମୟରେ ଏହା ଦାନ କଲେ ତାର ପ୍ରଭାବ ଆପଣଙ୍କ ଉପରେ ପଡ଼ିପାରେ ।

ଅନେକ ଘରେ ରାତ୍ରି ଭୋଜନ ପରେ ଝାଡୁ ପୋଛା କରାଯାଏ । ଯଦି ଆପଣ ମଧ୍ୟ ଏହି ଭୁଲ୍ କରୁଛନ୍ତି ତେବେ ସାବଧାନ ହୋଇ ଯାଆନ୍ତୁ । ଏହା ଦ୍ବାରା ଆପଣଙ୍କ ଘର ଉନ୍ନତି ଓ ସମୃଦ୍ଧି ଆପଣ ନକାରାତ୍ମକ ଶକ୍ତି ପାଖେ ସମର୍ପଣ କରିଥାନ୍ତି । ଯଦି ବି ରାତ୍ରି ସମୟରେ ଝାଡୁ ପୋଛା କରୁଛନ୍ତି ତେବେ ଅଳିଆକୁ ଘର ବାହାରେ ନ ପକାଇ ଘରେ ଥିବା ଅଳିଆ ଡବାରେ ରଖନ୍ତୁ ଓ ସକାଳେ ଫୋପାଡନ୍ତୁ ।

ରାତ୍ରି ସମୟରେ ନକାରାତ୍ମକ ଶକ୍ତି ଗୁଡ଼ିକ ସକ୍ରିୟ ରହିଥାନ୍ତି ଓ ଖୋଲା କେଶରେ ଖୁବ୍ ଆକର୍ଷିତ ହୁଅନ୍ତି । ସେଥିପାଇଁ ରାତିରେ କେଶ ଧୋଇ ଶୁଖାନ୍ତୁ ନାହିଁ କିମ୍ବା କେଶ ଖୋଲା ରଖି ଶୁଅନ୍ତୁ ନାହିଁ କି ବୁଲନ୍ତୁ ନାହିଁ ।

ଶୋଇବା ସମୟରେ ନିଜ ପାଖେ ଜଳପାତ୍ର ରଖି ଶୋଇବା ଅନେକ ଲୋକଙ୍କର ଅଭ୍ୟାସ ହୋଇଥାଏ । କିନ୍ତୁ ବାସ୍ତୁଶାସ୍ତ୍ର ଅନୁସାରେ ଏହା ଅନୁଚିତ୍ ଅଟେ । ଏପରି କରିବା ଦ୍ବାରା ବାସ୍ତୁ ଦୋଷ ଉତ୍ପନ ହୁଏ ଓ ଏହାର ପ୍ରଭାବ ଆମ ମାନସିକ ସ୍ଥିତି ଉପରେ ମଧ୍ୟ ପଡ଼ିଥାଏ । ସେଥିପାଇଁ ଶୋଇବା ବେଳେ ମୁଣ୍ଡ ପାଖେ ଜଳ ରଖି ଶୁଅନ୍ତୁ ନାହିଁ । ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ବିବରଣୀଟି ପସନ୍ଦ ଆସିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।