ଲକଡାଉନ ଦ୍ୱାରା କିଛି ମାତ୍ରାରେ କୋରନା ମହାମାରୀ ର ପ୍ରଭାବ ହ୍ରାସ ପାଇବାରେ ସଫଳ ହୋଇଛି । ବର୍ତ୍ତମାନ ମେ ମାସ ୫ ତାରିଖ ରେ ହୋଇଥିବା ଏହି ଲକଡାଉନ କୁ ଦୀର୍ଘ ୨ ମାସ ପରେ ଅଳ୍ପ ମାତ୍ରାରେ କୋହଳ କରାଯାଇଛି ।
ଏହି ସମ୍ବନ୍ଧରେ ଏସ୍ଆରସି ଘୋଷଣା କରିଛନ୍ତି । ଆସନ୍ତା ଅଗଷ୍ଟ ମାସରେ ଲକଡାଉନ କଟକଣା କୁ କୋହଳ କରାଯାଇଛି । ସଂକ୍ରମଣ କୁ ଦୃଷ୍ଟି ରେ ରଖି ସରକାର ଅଗଷ୍ଟ ମାସର ନିୟମାବଳୀ ଜାରି କରିଛନ୍ତି । କିନ୍ତୁ ରାଜ୍ୟ ର କେତୋଟି ଜିଲ୍ଲା ରେ ସଂକ୍ରମଣ ର ହାର କିଛି ମାତ୍ରାରେ ରହିଛି । ଉଦବେଗଜନକ ନ ହେଲେ ମଧ୍ୟ ଆମକୁ ସତର୍କତା ଅବଲମ୍ବନ କରିବାକୁ ପଡିବ ।
ଗତ ମାସ ରେ ହୋଇଥିବା କଟକଣା କୁ କୋହଳ କରାଯାଇଛି । ଏହି ନିୟମାବଳୀ ଅଗଷ୍ଟ ୧ ତାରିଖ ସକାଳ ୬ ଘଟିକା ରୁ ଆରମ୍ଭ ହୋଇ ସେପ୍ଟେମ୍ବର ୧ ତାରିଖ ସକାଳ ୬ ଘଟିକା ପର୍ଯ୍ୟନ୍ତ ବଲବତ୍ତର ରହିବ । ଏହି ସମୟ ରେ ରାଜ୍ୟ ରେ ଅନଲକ ପ୍ରକ୍ରିୟା ଜାରି ରହିବ ଏବଂ ସମସ୍ତ ରାଜ୍ୟ ରେ ରାତି ୮ ଟା ରୁ ସକାଳ ୬ ଟା ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ଜାରୀ ରହିବ । ଭୁବନେଶ୍ୱର, କଟକ ଏବଂ ପୁରୀ ଠାରେ ସପ୍ତାହନ୍ତ ସଟ୍ଡାଉନ ଜାରି ରହିବ ।
ରାଜ୍ୟର ସମସ୍ତ ଆହାର କେନ୍ଦ୍ର ଖୋଲା ରହିବ । ମଲ ତଥା ସପିଂ ସେଣ୍ଟର ଖୋଲା ରହିବ । ସମସ୍ତ ରେଷ୍ଟରାଣ୍ଟ ଓ ଢାବା ୫୦% କ୍ଷମତା ରେ ଖୋଲା ରହିବ । ସେହିପରି ସିନେମା ହଲ, ଥିଏଟର, ନାଟ୍ୟଶାଳା ଆଦି ୫୦% କ୍ଷମତା ରେ ଖୋଲାଯିବ । ପୂର୍ବରୁ ପାର୍କ ଏବଂ ସମୁଦ୍ର କୁଳ ତଥା ବିଚ ବନ୍ଦ ରହିଥିଲା । ବର୍ତ୍ତମାନ ପାର୍କ ଓ ସମୁଦ୍ର କୁଳ ଖୋଲା ରହିବ । କିନ୍ତୁ ପର୍ଯ୍ୟଟକ ମାନେ ମାସ୍କ ଓ ସାନିଟାଇଜର୍ ବ୍ୟବହାର କରିବେ ଏବଂ ସାମାଜିକ ଦୂରତା ବଜାୟ ରଖିବେ ।
ସେଠାରେ ମଧ୍ୟ ପର୍ଯ୍ୟଟକ ମାନଙ୍କୁ କୋରନା ନିୟମାବଳୀ କୁ ମାନି ଯିବାକୁ ପଡ଼ିବ । ଦୁଇ ଚକିଆ ଓ ଚାରି ଚକିଆ ଗାଡ଼ି ସେମାନଙ୍କ ନିର୍ଧାରିତ ସିଟ ଅନୁସାରେ ଯାତ୍ରୀ ପରିବହନ କରି ପାରିବେ । ରାତ୍ରି ସମୟ କର୍ଫ୍ୟୁ ଓ ସପ୍ତାହନ୍ତ ସଟ୍ଡାଉନ ସମୟ ରେ ପୂର୍ବ ନିୟମ ବଲବତ୍ତର ରହିବ । ଅନଲାଇନ ଫୁଡ଼ ଡେଲିଭରି ମଧ୍ୟ ଚାଲୁ ରହିବ ।
ଧାର୍ମିକ ଅନୁଷ୍ଠାନ କୋରନା କଟକଣା ଅନୁଯାୟୀ ଖୋଲାଯିବ । ବିବାହ କାର୍ଯ୍ୟ ସର୍ବାଧିକ ୨୫ ଜଣ କୁ ନେଇ କରାଯାଇ ପାରିବ । କିନ୍ତୁ ଭୋଜି ଭାତ କୁ ବାରଣ କରାଯାଇଛି । କାର୍ଯ୍ୟରତ ପୋଲିସ, ଡାକ୍ତର, ସରକାରୀ କର୍ମଚାରୀ, ସ୍ୱାସ୍ଥ୍ୟ କର୍ମଚାରୀ ଆଦି ଙ୍କ ପାଇଁ କୌଣସି କଟକଣା ରହିବ ନାହିଁ । କୋଭିଡ଼ ଟୀକାକରଣ ଚାଲୁ ରହିବ ।
ତେଣୁ କୋଭିଡ଼ ଟୀକା ନେବାକୁ ଯାଉଥିବା ଯାତ୍ରୀ ବାଧାପ୍ରାପ୍ତ ହେବେ ନାହିଁ । ଜରୁରୀକାଳୀନ ସେବା ଆୟୋଗ ଙ୍କୁ ମଧ୍ୟ କୌଣସି କଟକଣା ନାହିଁ । ଏହି ସବୁ ମଧ୍ୟରେ କୋରନା ର ସମସ୍ତ ନିୟମାବଳୀ କୁ ମାନିବା ବାଧ୍ୟତାମୂଳକ । ଯିଏ ନିୟମ ର ବିରୋଧୀ ହେବ ତାଙ୍କ ପାଇଁ ଦୃଢ଼ ପଦକ୍ଷେପ ଗ୍ରହଣ କରାଯିବ ।