1 ଅଗଷ୍ଟରୁ ବଦଳିଯିବ ଏହି ସବୁ ଜରୁରୀ ନିୟମ, ଦେଖନ୍ତୁ ପୁଣି ଥରେ ଆପଣଙ୍କ ପକେଟ ଓ ବଜେଟ ଉପରେ କଣ ରହିବ ଏହାର ପ୍ରଭାବ

ନୂଆ ତାରିଖ, ନୂଆ ମାସ ଓ ପୁଣି ଠାରେ ନୂଆ ନିୟମ । ୧ ଅଗଷ୍ଟ ୨୦୨୧ରୁ ଆମ ଦୈନନ୍ଦିନ ଜୀବନ ସହ ଜଡିତ ଅନେକ ନିୟମରେ ପରିବର୍ତ୍ତନ ହେବାକୁ ଯାଉଛି । ସେଥିପାଇଁ ଏହି ସବୁ ନିୟମ ବିଷୟରେ ଆପଣଙ୍କୁ ନିଶ୍ଚୟ ଜଣାଥିବା ଆବଶ୍ୟକ ।

କାରଣ ଏ ସବୁର ସିଧାସଳଖ ପ୍ରଭାବ ଆମ ପକେଟ ଓ ବଜେଟରେ ପଡିବାକୁ ଯାଉଛି । ତେବେ ଆସନ୍ତୁ ଆମେ ଆପଣଙ୍କୁ ଜଣାଇବୁ କି କେଉଁ ନିୟମ ଗୁଡିକ ବଦଳିବାକୁ ଯାଉଛି ଓ ଏହାର ଆମ ଦୈନନ୍ଦିନ ଜୀବନ ଉପରେ କଣ ପ୍ରଭା ପଡିବ । ଖବର ଅନୁସାରେ ୧ ଅଗଷ୍ଟରୁ ଇନ୍ଧନ ଗ୍ଯାସର ଦାମରେ ବୃଦ୍ଧି ହେବାକୁ ଯାଉଛି । ଆପଣଙ୍କୁ ଜଣାଇ ଦେଉଛି କି, ପ୍ରତ୍ଯେକ ମାସ ଏକ ତାରିଖରେ ଘରୋଇ ଇନ୍ଧନ ଗ୍ଯାସ ଓ କମରସିଆଲ ସିଲିଣ୍ଡର ଗ୍ଯାସର ମୂଲ୍ୟ ଧାର୍ଯ୍ୟ ହୋଇଥାଏ । ତେବେ ୧ ଅଗଷ୍ଟରୁ ଏହାର ପରିବର୍ତ୍ତନ ଧାର୍ଯ୍ୟ ଅଟେ ।

ରିଜର୍ଭ ବ୍ଯାଙ୍କ ଅଫ ଇଣ୍ଡିଆ (RBI) ମଧ୍ୟ ୧ ଅଗଷ୍ଟରୁ ବଡ ପରିବର୍ତ୍ତନ କରିବାକୁ ଯାଉଛି । ମିଡିଆ ରିପୋର୍ଟ ଅନୁସାରେ RBI ଦ୍ଵାରା ନ୍ୟାଶନାଲ ଅଟୋମେଟେଡ କ୍ଲିୟରିଂ ହାଉସ (NACH) ସହ ଜଡିତ କିଛି ନିଯମରେ ପରିବର୍ତ୍ତନ କରାଯାଇଛି ଓ ୧ ଅଗଷ୍ଟ ୨୦୨୧ରୁ ଏହା ଲାଗୁ ହୋଇଯିବ । ଜଣାଇ ଦେଉଛୁ କି, NACH କୁ ନ୍ୟାଶନାଲ ପେମେଣ୍ଟସ କର୍ପୋରେସନ ଅଫ ଇଣ୍ଡିଆ ଦ୍ଵାରା ସଞ୍ଚାଳିତ କରାଯାଏ । NACH ଅନ୍ତର୍ଗତରେ ଲାଭାଂଶ, ଋଣ, ପେନସନ ଓ ବେତନ ଆଦି ପ୍ରଦାନ କରାଯାଏ ।

ନୂଆ ନିୟମ ମୁତାବକ, NACH ସୁବିଧା ଏବେ ସବୁ ସମୟରେ ଅର୍ଥାତ ସପ୍ତାହରେ ସାତ ଦିନ ଓ ୨୪ ଘଣ୍ଟା ଉପଲବ୍ଧ ହେବ । ଏହା ଦ୍ଵାରା ଏବେ ରବିବାର ବା ଅନ୍ୟ କେଉଁ ଅବସରରେ ଲୋକଙ୍କ ପେନସନ, ଋଣ, ଲାଭାଂଶ ଓ ବେତନ ଆଦି ଅଟକିବ ନାହିଁ । ରିଜର୍ଭ ବ୍ଯାଙ୍କ ଅଫ ଇଣ୍ଡିଆ (RBI) ଏହି ବାବଦରେ ଏକ ଅଧିକାରିକ ନୋଟିସ ଜାରି କରି ଏହା ସ୍ପଷ୍ଟ କରିଛି । ପୂର୍ବରୁ କେବଳ କାର୍ଯ୍ୟଦିବସରେ ହିଁ ଏହି ସୁବିଧା ଉପଲବ୍ଧ ଥିଲା ।

ICICI ବ୍ଯାଙ୍କ ମଧ୍ୟ ନିଜର ନିୟମ ଗୁଡିକରେ ବଡ ପରିବର୍ତ୍ତନ କରିବାକୁ ଯାଉଛି । ଆସନ୍ତା ୧ ଅଗଷ୍ଟ ୨୦୨୧ରୁ ICICI ବ୍ଯାଙ୍କର ଏହି ନୂଆ ନିୟମ ଗୁଡିକ ଲାଗୁ ହୋଇଯିବ । ଏବେ ପର୍ଯ୍ୟନ୍ତ ପ୍ରତି ମାସରେ ICICI ବ୍ଯାଙ୍କ ରେଗୁଲାର ସେଭିଙ୍ଗ ଆକାଉଣ୍ଟ ଗୁଡିକ ପାଇଁ ୪ଟି ନଗଦ ବ୍ୟବହାର ଫ୍ରି ଦେଉଥିଲା । କିନ୍ତୁ ୧ ଅଗଷ୍ଟ ଠାରୁ ଏହି ଲିମିଟ ଶେଷ ହେବା ପରେ ପ୍ରତି ମାସରେ ଖାତା ଧାରକ ମାନଙ୍କୁ ପ୍ରତ୍ଯେକ ବ୍ୟବହାର ପାଇଁ ୧୫୦ ଟଙ୍କା ଦେବାକୁ ପଡିବ ।

ଏହାଠୁ ଅଧିକ ନଗଦ ବ୍ୟବହାର ପାଇଁ ବ୍ଯାଙ୍କ ଅନୁମତି ଦିଏ ନାହିଁ । ICICI ଚେକବୁକ ସମ୍ବନ୍ଧିତ କିଛି ନିୟମରେ ମଧ୍ୟ ପରିବର୍ତ୍ତନ କରିବାକୁ ଯାଉଛି । ସମସ୍ତ ଖାତାଧାରକଙ୍କୁ ୨୫ ପୃଷ୍ଠାର ଚେକବୁକ ଫ୍ରି ରେ ଉପଲବ୍ଧ କରାଯିବ ଓ ଏହା ଉପରେ ହେଲେ ପ୍ରତି ୧୦ ପୃଷ୍ଠା ପାଇଁ ଆପଣଙ୍କୁ ୨୦ ଟଙ୍କା ଅଲଗା ଦେବାକୁ ହେବ । ଆପଣଙ୍କ ମତ ଆମକୁ କମେଣ୍ଟ କରି ଜଣାଇବେ ଓ ଲାଇକ ଏବଂ ସେୟାର ମଧ୍ୟ କରନ୍ତୁ ।