ମୁହଁରେ ବ୍ରଣ କେମିତି କରିବେ ଦୂର ? Dr Kumar Abhishek

ମୁଖ ବ୍ରଣ ଏକ ସାଧାରଣ ଚର୍ମ ରୋଗ ଅଟେ । ବିଶେଷ କରି ଯୌବନାବସ୍ଥାରେ ଏହା ଉଭୟ ପୁରୁଷ ଓ ମହିଳାଙ୍କ ଠାରେ ଦେଖାଯାଏ । ଏହା ମୁଖ୍ଯତଃ ହରମୋନ ଯୋଗୁଁ ହୋଇଥାଏ । ଯୌବନ ଯେତେବେଳେ ଆରମ୍ଭ ହୁଏ ସେତେବେଳେ ଆମ ଶରୀରରେ ବିଭିନ୍ନ ପ୍ରକାର ହରମୋନ ସକ୍ରିୟ ହୋଇଯାନ୍ତି ।

ସେଥି ମଧ୍ୟରୁ ଆଣ୍ଡ୍ରୋଜେନ ନାମକ ହରମୋନ ଆମ ମୁହଁରେ ବ୍ରଣ ସୃଷ୍ଟି କରାଇଥାଏ । ଏହା ଛଡା ଏକ ପ୍ରକାର ମୁଖ ବ୍ୟାକ୍ଟେରିଆ ସୃଷ୍ଟି ହେଲେ ମଧ୍ୟ ତାହା ବ୍ରଣ କରାଇ ଥାଏ । ବ୍ରଣ ଯେତେବେଳେ ଆରମ୍ଭ ହୁଏ ଆମେ ସେଗୁଡିକୁ ଚିପି ଦେଉ । କିନ୍ତୁ ଏପରି କରିବା ଉଚିତ ନୁହେଁ । ଏହା ଦ୍ଵାରା ଦାଗ ହେବା ସହ ସଂକ୍ରମଣ ହେବାର ଭୟ ମଧ୍ୟ ରହିଥାଏ । ଯୌବନାବସ୍ଥାରେ ପିଲାମାନେ ନିଜ ଲୁକ କୁ ନେଇ ବହୁତ ଚିନ୍ତିତ ରୁହନ୍ତି । ବ୍ରଣକୁ ନେଇ ଅନେକ ସମୟରେ ପିଲାମାନେ ଅଧିକ ଷ୍ଟ୍ରେସ ନେଇଥାନ୍ତି ।

ଅଧିକ ଷ୍ଟ୍ରେସ ନେବା ଦ୍ଵାରା ବ୍ରଣ ହୋଇଥାଏ ଓ ବ୍ରଣ ହେଲେ ମଧ୍ୟ ଅନେକଙ୍କ ଠାରେ ଷ୍ଟ୍ରେସ ବଢିଥାଏ । ସେଥିପାଇଁ ସବୁବେଳେ ସକାରାତ୍ମକ ଭାବେ ରହିବାକୁ ଚେଷ୍ଟା କରନ୍ତୁ ଓ ଖୁସି ରୁହନ୍ତି । ଖାଦ୍ଯପେୟ ମଧ୍ୟ ମୁଖ ବ୍ରଣ କରାଇବାରେ ମୁଖ୍ୟ ଭୂମିକା ନେଇଥାଏ । ଅଧିକ ତେଲ ମସଲାଯୁକ୍ତ ଖାଦ୍ଯ କହିବ ଫଳରେ ମୁହଁରେ ବ୍ରଣ ହୋଇଥାଏ । କାହା କାହାର ଅଧିକ କ୍ଷୀର ଜାତୀୟ ଖାଦ୍ଯ ଖାଇବା ଦ୍ଵାରା ମଧ୍ୟ ମୁଖରେ ବ୍ରଣ ହୋଇଥାଏ । ସେଥିପାଇଁ ଏହି ସମସ୍ତ ଖାଦ୍ୟ କମ ମାତ୍ରାରେ ଖାଇବା ଉଚିତ ।

ଭିଟାମିନ ଏ, ସି ଓ ଓମେଗା-3 ଫ୍ୟାଟି ଏସିଡ ଯୁକ୍ତ ଖାଦ୍ଯ ଖାଇବା ଆପଣଙ୍କ ତ୍ଵଚା ପାଇଁ ଖୁବ ଲାଭଦାୟକ ହେବ । ଅଧିକ ମାତ୍ରାରେ ପନିପରିବା ଓ ଫଳମୂଳ ଆଦି ଖାଇବାକୁ ଚେଷ୍ଟା କରନ୍ତୁ । ଏହା ଆପଣଙ୍କ ଚର୍ମ ପାଇଁ ଖୁବ ଉପାଦେୟ ଅଟେ । ମହିଳାମାନଙ୍କ ଠାରେ PCOD ନାମ ଏକ ହରମୋନ ଡିଜଅର୍ଡର ଯୋଗୁଁ ମଧ୍ୟ ଅତ୍ୟଧିକ ବ୍ରଣ ହୋଇଥାଏ, ମୋଟାପଣ ବଢିଥାଏ, କେଶ ମଧ୍ୟ ଝଡିଥାଏ ଓ ଋତୁଚକ୍ରରେ ମଧ୍ୟ ଅନିୟମିତା ଦେଖା ଦେଇଥାଏ । ଏହି ସମସ୍ଯା ଥିବା ମହିଳା ମାନଙ୍କୁ ସେହି ଅନୁସାରେ ହର୍ମୋନାଲ ଥେରପି ଦେଇ ଚିକିତ୍ସା କରାଯାଏ ।

ଅନେକ ସମୟରେ ଆମେ ଅନ୍ୟ ଠୁ ଶୁଣି ଯାହା ବି ମେଡିସିନ ଓ ଲୋଶନ ଆଦି ଲଗାଇ ଦେଉ । ଏପରି ବିଲକୁଲ ମଧ୍ୟ କରନ୍ତୁ ନାହିଁ । ଏହା ଦ୍ଵାରା ଆପଣଙ୍କ ଚର୍ମ ଆହୁରି ଖରାପ ହୋଇଯାଇ ପାରେ । ଅନେକ ଲୋକ ଘରୋଇ ଉପାୟରେ ଚିକିତ୍ସା କରିବା ପାଇଁ ପିଆଜ ରସ, ଲେମ୍ବୁ ରସ ଆଦି ଲଗାଇ ଦିଅନ୍ତି । ଏହା କରିବାରୁ ସାବଧାନ ରୁହନ୍ତୁ । ଏହା ଦ୍ଵାରା ଆପଣଙ୍କ ଚର୍ମ ଜଳି ଯାଇପାରେ । ଯଦି ଅଧିକ ବ୍ରଣ ହେଉଛି ଓ ଆପଣ ଅଧିକ ବ୍ୟସ୍ତ ହୋଇ ପଡ଼ୁଛନ୍ତି ତେବେ ଯେକୌଣସି ଚର୍ମରୋଗ ବିଶେଷଜ୍ଞଙ୍କୁ ଦେଖାଇ ଚିକିତ୍ସା କରିବା ହିଁ ଶ୍ରେୟସ୍କର ହେବ ।

ପ୍ରଚୁର ମାତ୍ରାରେ ପାଣି ପିଇବା ମଧ୍ୟ ମୁଖ ବ୍ରଣ ପାଇଁ ଏକ ଖୁବ ଗୁରୁତ୍ୱପୂର୍ଣ୍ଣ ଚିକିତ୍ସା ଅଟେ । ଖରାରେ ଗଲେ ସନସ୍କ୍ରିନ ଲଗାନ୍ତୁ ଓ ଅଧିକ ଝାଳ ହେଲେ ମୁହଁ କୁ ପରିଷ୍କାର ମଧ୍ୟ ରଖନ୍ତୁ । ମୁହଁରେ ଅଧିକ ସାବୁନ ବ୍ୟବହାର କରନ୍ତୁ ନାହିଁ । ଏହା ସହ ବ୍ୟାୟମ ମଧ୍ୟ କରନ୍ତୁ । ଏହି ସବୁ ସାଧାରଣ ନିରାକରଣ କଲେ ବ୍ରଣ ହେବାର ସମ୍ଭାବନା ଅନେକ ମାତ୍ରାରେ କମିଯିବ । ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ ।