Health Tips- ତାକତ ର ଖଜାନା ଅଟେ ଏହି 7 ଜିନିଷ, କମଜୋରି ଓ Calcium ର ଅଭାବ ଦୂର କରି ଶଶିରକୁ କରିଦିଏ ଲୁହା ପରି ଶକ୍ତ

ଅନେକ ସମୟରେ ସ୍ୱାସ୍ଥ୍ୟ ସମ୍ବନ୍ଧିତ ଅନେକ ଗୁଡିଏ ସମସ୍ଯା ଏକା ସାଥିରେ ହୋଇଥାଏ । ଯେପରିକି ହାର୍ଟ ସମସ୍ଯା, ମୋଟାପଣ, ଉଚ୍ଚ ରକ୍ତଚାପ, ରକ୍ତ ହୀନତା, କେଶ ଝଡିବା ବା ଧଳା ହୋଇଯିବା, ଆଁଠୁ ଗଣ୍ଠି ଆଦିରେ ବ୍ୟଥା ଆଜି ରୋଗ ସବୁ ହୋଇଥାଏ ।

ଯେଉଁ ସବୁରୁ ମୁକ୍ତି ପାଇବା ପାଇଁ ଆମେ ଅନେକ ପ୍ରକାର ଔଷଧ ସେବନ କରିଥାଉ । ଯାହା ଫଳରେ ଆମ ଶରୀର ଆହୁରି ଦୁର୍ବଳ ହୋଇପଡେ । ଆଜି ଆମେ ଆପଣଙ୍କୁ କିଛି ଶକ୍ତି ବୃଦ୍ଧି କରିବା ନିମନ୍ତେ ଏପରି ଖାଇବା ସାମଗ୍ରୀ ବିଷୟରେ କହିବୁ ଯାହା କ୍ୟାଲସିୟମ ଓ ପ୍ରୋଟିନରେ ଭରପୁର ଅଟେ । ଏହି ସବୁ ନିୟମିତ ସେବନ କରିବା ଦ୍ଵାରା ଆପଣଙ୍କ ଶରୀରର ଅନେକ ରୋଗ ଜଡରୁ ଶେଷ ହୋଇଯିବ ।

ଏଥିପାଇଁ ଆପଣ ପ୍ରତିଦିନ ରାତିରେ ୧୦-୧୫ଟି କିସମିସ ଭିଜାଇ ସକାଳୁ ଏହାକୁ ଖାଇ ପାରିବେ । ଏଥିରେ ଭରପୁର ମାତ୍ରାରେ ଆଇରନ, କ୍ୟାଲସିୟମ, ପୋଟାସିୟମ, ମ୍ୟାଗ୍ନେସିୟମ ଓ ଫାଇବାର ମିଳିଥାଏ । ଏହା ଆପଣଙ୍କ ଶରୀରରେ ରକ୍ତ ବୃଦ୍ଧି କରିବା ସହ ଆପଣଙ୍କ ଶରୀରକୁ ହୃଷ୍ଟପୃଷ୍ଟ କରିବ । ଫ୍ଲାକ୍ସ ସିଡରେ ଓମେଗା-୩, ଫ୍ୟାଟି ଏସିଡ ଓ ଆଣ୍ଟି ଅକ୍ସିଡାନ୍ଟ ପ୍ରଚୁର ମାତ୍ରାରେ ରହିଥାଏ । ଏହା ଆପଣଙ୍କ ଶରୀରରୁ ଖରାପ କୋଲେଷ୍ଟେରୋଲ ଦୂର କରିଥାଏ । ଏହା ଆପଣଙ୍କ ହଜମ ସମସ୍ଯା ଦୂର କରିବା ସହ ହାର୍ଟକୁ ମଧ୍ୟ ସୁସ୍ଥ ରଖିବାରେ ସାହାଯ୍ୟ କରେ ।

ଅଧା ଚାମୁଚ କଳା ଜୀରା ଏକ ଗ୍ଳାସ ପାଣିରେ ଭିଜାଇ ରଖି ସକାଳୁ ଖାଲି ପେଟରେ ସେହି ପାଣି ସେବନ କରିବା ପାଇଁ ଶରୀର ପାଇଁ ଖୁବ ଲାଭଦାୟକ ଅଟେ । ଏହା ଡାଇବେଟିସ, ଉଚ୍ଚ ରକ୍ତଚାପ ଓ ମୋଟାପଣ ଦୂର କରିବା ସହ କ୍ୟାଲସିୟମ ଅଭାବ ମଧ୍ୟ ଦୂର କରିଥାଏ । ରାତିରୁ ୫-୬ଟି କାଜୁ ଭିଜାଇ ରଖି ସକାଳେ ଖାଲି ପେଟରେ ସେବନ କଲେ ଏହା ଆପଣଙ୍କ ଚେହେରାର ଚମକ ବୃଦ୍ଧି କରିବା ସହ ଏଥିରେ ଥିବା ପ୍ରୋଟିନ ଆପଣଙ୍କ ଶରୀରର ସମସ୍ତ ଦୁର୍ବଳତା ଦୂର କରିବାରେ ସହାୟକ ହେବ ।

ଗୁଡ ଆପଣଙ୍କ ହଜମ ଶକ୍ତିକୁ ଠିକ କରିଥାଏ ଓ ଏସିଡିଟି ମଧ୍ୟ ଭଲ କରିଥାଏ । ଗୁଡରେ ପ୍ରଚୁର ମାତ୍ରାରେ କ୍ୟାଲସିୟମ ଓ ଫସଫରସ ମିଳିଥାଏ । ଏହା ହାଡକୁ ଶକ୍ତ କରିବା ସହ ଉଚ୍ଚ ରକ୍ତଚାପ ଭଲ କରିବାରେ ମଧ୍ୟ ସାହାଯ୍ୟ କରେ । ଯଦି ଆପଣଙ୍କୁ ଉଚ୍ଚ ରକ୍ତଚାପ ସମସ୍ୟା କିମ୍ବା ଉଚ୍ଚ ସୁଗାର ସମସ୍ଯା ରହିଛି ତେବେ ସେମାନଙ୍କ ପାଇଁ ଆଲମଣ୍ଡ ଖୁବ ଫଳଦାୟକ ଅଟେ । ସକାଳୁ ୪-୫ଟି ଭିଜି ରହିଥିବା ବାଦାମ ଖାଲି ପେଟରେ ସେବନ କଲେ ଲାଭବାନ ହେବ । ଏହା ସହ ବାଦାମ ଆପଣଙ୍କ ବ୍ରେନ ପାୱାର ମଧ୍ୟ ବୃଦ୍ଧି କରିଥାଏ ।

ପାନମଧୁରୀ ଓଜନ କମ କରିବାରେ ଖୁବ ସହାୟକ ହୋଇଥାଏ । ଉଚ୍ଚ ରକ୍ତଚାପ, କୋଷ୍ଠକାଠିନ୍ୟ, ବଦ ହଜମ,  ଏସିଡିଟି ଆଦି ସମସ୍ୟାକୁ ପାନମଧୁରୀ ଦୂର କରିଥାଏ । ଏହା ସହ ଦିନ ସାରା ଶରୀରକୁ ଥଣ୍ଡା ରଖିବା ପରି ଫଳ ତରଭୁଜ, ଖରଭୁଜ ଆଦି ସେବନ କରନ୍ତୁ । ସନ୍ତୁଳିତ ଭୋଜନ କରିବା ସହ ବ୍ୟାୟମ ମଧ୍ୟ କରନ୍ତୁ । ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ ।