ମାଡି ଆସୁଛି ବାତ୍ୟା ‘ଫେଲିସିଆ’ : ଘଣ୍ଟାପ୍ରତି ୨୦୦ରୁ ଅଧିକ ବେଗରେ ବହିବ ପବନ, ସତର୍କ ରହିବାକୁ ପରାମର୍ଶ ଦେଲା ପ୍ରଶାସନ

ନମସ୍କାର ବନ୍ଧୁଗଣ ମାଡି ଆସୁଛି ଆଉ ଏକ ବାତ୍ୟା ଯାହାର ପବନ ୧୩୦ ମାଇଲ ବା ୨୦୦ ରୁ ଅଧିକ ବେଗ ରେ ବହିପାରେ । ତେବେ ଆସନ୍ତା ବୁଧବାର ଏହା ଏକ ଗଭୀର ଅଵପାତ ର ରୂପ ନେଇ ବାତ୍ୟା ରେ ପରିଣତ ହୋଇପାରେ ଏହା ବିଶେଷଜ୍ଞ ମାନଙ୍କ ର ମତ ।

ବର୍ତ୍ତମାନ ଫେଲିସିଆ ପୂର୍ବ ପ୍ରଶାନ୍ତ ମହାସାଗର ରେ ବଳ ଗୋଟାଉଛି । ଯାହା ଧୀରେ ଧୀରେ ଘଂଟା ପ୍ରତି ୧୫ କିମି ରେ ଭୂପୃଷ୍ଠକୁ ମାଡି ଆସୁଛି । ଏହା ଆମେରିକା ର ହିଲୋ ପ୍ରାନ୍ତ ରୁ ୨୧୨୦ ମାଇଲ ଏବଂ କାଲିଫର୍ଣ୍ଣିଆ ଉପକୂଳରୁ ଏହା ୧୦୩୦ ମାଇଲ ଦୂରରେ ରହିଛି । ବାତ୍ୟା ଯେଉଁଠି କେନ୍ଦ୍ରୀଭୂତ ହେଉଛି ସେଠାରେ ଘଂଟା ପ୍ରତି ୨୫ କିମି ବେଗ ରେ ପବନ ବୋହୁଥିବା ବେଳେ ସ୍ଥଳଭାଗ ରେ ମାଡ଼ହେବା ପରେ ୨୦୦ କିମି ବେଗ ରେ ପ୍ରତି ପବନ ବହିପାରେ ।

ବଡ଼ କଥା ହେଉଛି ଏହି ବାତ୍ୟା ସ୍ଥଳ ଭାଗରେ ମାଡ଼ ହେବାର ବହୁତ କମ ସମ୍ଭାବନା ରହିଛି । ଏହା ସମୁଦ୍ର ଭିତରେ ହିଁ ଦୁର୍ବଳ ହୋଇଯିବ । କାରଣ ଏହା ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି । ମିଆମି ନ୍ୟାସନାଲ ହରିକେନ୍ ସେଣ୍ଟର ରିପୋର୍ଟ ଅନୁସାରେ ଫେଲିସିଆ କେନ୍ଦ୍ରୀୟ ପ୍ରଶାନ୍ତ ମହାସାଗରୀୟ ଭିତରେ ପ୍ରବେଶ ବେଳ କୁ ଦୁର୍ବଳ ହୋଇସାରି ଥିବ ।

କେନ୍ଦ୍ରୀୟ ପ୍ରଶାନ୍ତ ମହାସାଗର ରେ ପ୍ରବେଶ କରିବା ସତ୍ତ୍ୱେ ହାୱା ଲିୟନ ଦ୍ବୀପ ରୁ ଦୂରରେ ରହିବ । ରବିବାର ରାତିରୁ ଦୁର୍ବଳ ହେବାର ପ୍ରକ୍ରିୟା ଆରମ୍ଭ ହୋଇ ଆସନ୍ତା ବୁଧବାର ପର୍ଯ୍ୟନ୍ତ ରହିବ । ତେବେ ଏହା ଦୁର୍ବଳ ହେବା ପରେ ଦକ୍ଷିଣ ପଶ୍ଚିମ ରେ ଅବସ୍ଥିତ ହାୱାଇ ଦ୍ବୀପ ଆଡେ ମୁହାଁଇ ପାରେ । କିନ୍ତୁ ଏହା ଦୁର ରେ ରହିଥିବାରୁ କୌଣସି ଅଧିକ ପ୍ରଭାବ ପକାଇ ନପାରେ । କିନ୍ତୁ ତଥାପି ସତର୍କ ସୂଚନା ଏବଂ ଆବଶ୍ୟକ ସାମଗ୍ରୀ କୁ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଆମେରିକା ଜାତୀୟ ହରିକେନ୍ ସେଣ୍ଟରର ସୂଚନା ଅନୁସାରେ ଫେଲିସିଆ କୁ କାଟାଗୋରି ୪ ରେ ରଖାଯାଇଛି । କାରଣ ଏହା ଭୟଙ୍କର ରୁପ ନେଇପାରେ । ମାଡ଼ ହେବା ପରେ ଏହା ଘଂଟା ପ୍ରତି ୧୩୦ ମାଇଲ ବେଗ ର୍ସ ପବନ ବହିପାରେ । ତେବେ ଏହା ଘଣ୍ଟାପ୍ରତି ୧୫ କିମି ବେଗରେ ଗତି କରୁଥିବା ହରିକେନ୍ ସେଣ୍ଟର କହିଛନ୍ତି । ତେଣୁ ସତର୍କ ରହିବା ଆବଶ୍ୟକ ଅଟେ ।