ବୋର୍ଡ ଇତିହାସରେ ପ୍ରଥମ ଥର: ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀ ମାନଙ୍କ ପାଇଁ ନୂଆ ସିଷ୍ଟମରେ ଖୋଲିବ ସ୍କୁଲ, ଦେଖନ୍ତୁ ତାହା କଣ ?

ବନ୍ଧୁଗଣ ନମସ୍କାର,ବନ୍ଧୁଗଣ କୋରନା ମହାମାରୀ ର ବିକଟ ପରିସ୍ଥିତି ଯୋଗୁଁ ରାଜ୍ୟ ରେ ଲକଡାଉନ ହୋଇଥିଲା ଏବଂ ସମସ୍ତ ସ୍କୁଲ କଲେଜ ବନ୍ଦ ହୋଇ ଯାଇଥିଲା ଏବଂ ଅନଲାଇନ ମାଧ୍ୟମରେ ପାଠପଢ଼ା ଆରମ୍ଭ ହୋଇଥିଲା ଏବଂ ଅନଲାଇନ ରେ ହିଁ ଦଶମ ପରୀକ୍ଷା ହୋଇଥିଲା ।

ତେବେ ପୂର୍ବ ଥର ଭଳି ଏଥର ସେହି ପ୍ରକ୍ରିୟା ରେ ନକରି ନବମ ଏବଂ ଦଶମ ଶ୍ରେଣୀ ପାଇଁ କିଛି ନୂତନ ଶିଷ୍ଟମ କରାଯାଇଛି ତେବେ ଆସନ୍ତୁ ଜାଣିନେବା ସେହି ସିଷ୍ଟମ ବିଷୟରେ । ଏଥର ପ୍ରଥମ ଥର ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ନିଜ ଇତିହାସ ଭିତରେ କରିବାକୁ ଯାଉଛନ୍ତି କଣ୍ଟିନିୟୁସ କପ୍ରେନେସିଭ ଇଭାୟୁଲେସଁନ । ସିସିଇ ଯାହା ସିଭିଏସି ଏବଂ ଅନ୍ୟାନ୍ୟ ବୋର୍ଡ ମଧ୍ୟ ଆଗକୁ କରି ଆସୁଛନ୍ତି ସେହି ବ୍ୟବସ୍ଥା ରେ ମାଧ୍ୟମିକ ଶିକ୍ଷା ତରଫରୁ ନବମ ଏବଂ ଦଶମ ଶ୍ରେଣୀ ପାଇଁ ଆସେସମେଣ୍ଟ ର ପ୍ରକ୍ରିୟା ଆରମ୍ଭ ହୋଇଯିବ ।

ଶିକ୍ଷା ବର୍ଷ ଜୁଲାଇ ରୁ ଆରମ୍ଭ ହୋଇ ଯାଇଛି ଏବଂ ଏହା ଅପ୍ରେଲ-୨୨ ପର୍ଯ୍ୟନ୍ତ ଚାଲିବ । ସେଥିପାଇଁ ସମସ୍ତ ଛାତ୍ରଛାତ୍ରୀ ତଥା ଅଭିବାବକ ମାନଂକୁ ଅନୁରୋଧ କରାଯାଉଛି କି ଯାହା ବି ପରୀକ୍ଷା ନବମ ଦଶମ ପିଲା ଦେବେ ସେସବୁ କୁ ଗୁରୁତ୍ୱ ର ସହିତ ନିଅନ୍ତୁ କାରଣ ଯଦି ଭବିଷ୍ୟତରେ ଫୁଣି ଥରେ କରୋନା ର ପ୍ରଭାବ ଦେଖାଦେଲା ଏବଂ ଲକଡାଉନ ହେଲା ଏବଂ ଫାଇନାଲ ପରୀକ୍ଷା ନ ହୋଇ ପାରିଲା ତେବେ ଏହି ପରୀକ୍ଷା ର ନମ୍ବର ଦେଖି କରି ହିଁ ପାସ କରାଯିବ ।

ଚଳିତ ଶିକ୍ଷା ବର୍ଷ ରେ ୪ ଟି ଫର୍ମାଟିକ ଆସେସମେଣ୍ଟ ଦୁଇଟି ସମେଟିଭ ଆସେସମେଣ୍ଟ କରାଯିବ । ଏହାକୁ ସେପ୍ଟେମ୍ବର ଦ୍ଵିତୀୟ ସପ୍ତାହ, ନଭେମ୍ବର ପ୍ରଥମ ସପ୍ତାହ, ଜାନୁଆରୀ ଦ୍ଵିତୀୟ ସପ୍ତାହ, ମାର୍ଚ୍ଚ ଦ୍ଵିତୀୟ ସପ୍ତାହ ରେ କରାଯିବ ଏବଂ ବୋର୍ଡ ପରୀକ୍ଷା ମାର୍ଚ୍ଚ କିମ୍ବା ଅପ୍ରେଲ ରେ ହେବାକଥା ହେବ । ମାଧ୍ୟମିକ ଶିକ୍ଷା ପରିଷଦ ପ୍ରଶ୍ନ ପତ୍ର ପ୍ରସ୍ତୁତ କରିବେ । ଏହି ପରୀକ୍ଷା ଗୁଡିକ ଶ୍ରେଣୀ ଶିକ୍ଷକ ଏବଂ ବିଷୟ ଶିକ୍ଷକ ଙ୍କ ଦ୍ୱାରା ବିଦ୍ୟାଳୟ ସ୍ତର ରେ ସୁପରଭାଇସ କରାଯିବ ।

ନବମ,ଦଶମ, ଏବଂ ଯୁକ୍ତ ଦୁଇ ର ପ୍ରୋଜେକ୍ଟ କିମ୍ବା ପ୍ରାକ୍ଟିକାଲ ଶେଷ ରେ ନ କରାଯାଇ ଆରମ୍ଭ ରେ କରାଯିବ । ଉଚ୍ଚ ମାଧ୍ୟମିକ ଶିକ୍ଷା ଙ୍କ ଅନୁସାରେ ସେମାନେ ଜୁଲାଇ ୩୧ ସୁଦ୍ଧା ଯୁକ୍ତ ଦୁଇ ର ଫଳ ବାହାର କରିବାକୁ ଉଦ୍ୟମ ଜାରି ରଖିଛନ୍ତି ।

ଏହି ସିସିଇ ବ୍ୟବସ୍ଥା ଯୁକ୍ତ ଦୁଇ ରେ ମଧ୍ୟ କରିବା ପାଇଁ ଯୋଜନା ଚାଲିଛି । ବର୍ତ୍ତମାନ ସେମାନେ ଯୁକ୍ତ ଦୁଇ ର ରେଜଲ୍ଟ କିପରି ଭାବରେ ବାହାରିବ ସେ କାର୍ଯ୍ୟ ରେ ବ୍ୟସ୍ତ ଅଛନ୍ତି ତେବେ ପରେ ଏହାକୁ ନେଇ ବିଚାର କରାଯିବ । ଏହା ଛଡା ଯେଉଁମାନେ ନିଜ ରେଜଲ୍ଟ ରେ ସନ୍ତୁଷ୍ଟ ନ ଥିବେ ତେବେ ସେମାନଙ୍କ ପାଇଁ ଅଫଲାଇନ ମାଧ୍ୟମରେ ଆଉଥରେ ପରୀକ୍ଷା ଦେବାର ବ୍ୟବସ୍ଥା କରାଯାଇଛି ।

ଏଥିରେ ଆପଣଙ୍କ ମତାମତ କଣ ଆମକୁ ନିଶ୍ଚୟ ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ