Special Report: କଣ ଜୁଲାଇ 1 ରୁ ଅନଲକ ହେବ Odisha ? ଜାଣନ୍ତୁ କଣ ରହିବ ଜୁଲାଇ ଗାଇଡଲାଇନ

ନମସ୍କାର ବନ୍ଧୁଗଣ । ପୁରା ରାଜ୍ୟରେ ଚାଲିଥିବା ଲକ ଡାଉନ ଓ ସଟ ଡାଉନ ଯୋଗୁ ସବୁ କିଛି ବନ୍ଦ ହୋଇ ରହିଛି । ତେଣୁ ଜୁଲାଇ ମାସରେ ସରକାର କଣ ନୂଆ ନିଷ୍ପତି ନେବେ ସେ ନେଇ ଚିନ୍ତାର ବିଷୟ ହୋଇ ପଡିଛି ।

ଆଗକୁ ପୁରୀରେ ରଥଯାତ୍ରାକୁ ନେଇ କିପରି ପାଳନ କରାଯିବ ତାହା ଚିନ୍ତାର ବିଷୟ ହୋଇଛି । ବର୍ତ୍ତମାନ କଟକ, ଖୋର୍ଦ୍ଧା, ଯାଜପୁର ଓ ବାଲେଶ୍ବରରେ ଅଧିକ କୋରୋନା ସଂକ୍ରମଣ ସଂଖ୍ୟା ଅଧିକ ରହୁଛି । ଜୁଲାଇ ମାସରେ ସରକାରଙ୍କ ଗାଇଡ ଲାଇନ କଣ ରହିବ ତାହାର ଅପେକ୍ଷାରେ ସବୁ ରାଜ୍ୟବାସୀ ଅଛନ୍ତି । ସୂଚନା ଅନୁସାରେ ୩ଟି ଜିଲ୍ଲାରେ ୭.୫% ପଜେଟିଭ ହାର ରହିଛି । ପୁରୀ, ନୟାଗଡରେ ପଜେଟିଭ ହାର ୭.୫%ରୁ ଅଧିକ ରହିଛି ।

କିଛି ଜିଲାରେ ସ୍ଵାଭାବିକ କୋରୋନା ସଂକ୍ରମଣ ରହିଛି । ତିନି ଚାରି ଦିନ ମଧ୍ୟରେ ସରକାର କଣ ନିଷ୍ପତି ନେବେ ତାହା ଚିନ୍ତାର ବିଷୟ ହୋଇଛି । ଜୁଲାଇ ୧୨ରେ ଶ୍ରୀ କ୍ଷେତ୍ରରେ ରଥଯାତ୍ରାର କିପରି ରହିବ ତାହା ନେଇ ପ୍ରାଧାନ୍ଯ ଦିଆ ଯାଇଛି । ୩ଟି ଜିଲାରେ ୧୦୦୦ରୁ ଅଧିକ କୋରୋନା ଆକ୍ଟିଭ କେସ ରହିଛି ।

ସୂଚନା ଅନୁସାରେ ଯେ ହେତୁ କୋରୋନା ସଂକ୍ରମଣ ହାର କିଛି ଜିଲା ଗୁଡିକରେ ଅଧିକ ହେବାରେ ଲାଗିଛି କିନ୍ତୁ ଜୀବିକାକୁ ନେଇ ଦୋକାନ ବଜାର ଖୋଲାଯିବ କି ନାହି ତାହା ଠିକ ଭାବେ ଜଣାପଡି ନାହି । ଏହା ଛଡା ଗତ ବର୍ଷ ଅପେକ୍ଷା ଏହି ବର୍ଷ କୋରୋନା ସଂକ୍ରମଣ ଅଧିକ ରହିଥିବାରୁ ଲୋକ ମାନେ କଟକଣା ପ୍ରତି ଅଧିକ ସାବଧାନ ରହି ନ ଥିବାରୁ କୋରୋନା ବଢିବାରେ ଲାଗିଛି ।

ତେଣୁ ଜିବାକାକୁ ଅଧିକ ଧ୍ୟାନ ଦେଲେ ଲୋକ ମାନଙ୍କର ଜୀବନ ଚାଲି ଯାଇପାରେ । ଏ ସବୁକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଗକୁ କଣ ନିଷ୍ପତି ନେବେ ତାହା ଜୁଲାଇ ମାସରେ ଜଣ ପଡିବ । ଗୋଟେ ଦ୍ରୁଷ୍ଟିରୁ ଦେଖିବାକୁ ଗଲେ ଯଦି ଦୋକାନ ବଜାର ନ ଖୋଲା ଯାଉଛି ତେବେ ଲୋକ ମାନେ ଅନେକ ସମସ୍ୟାର ସାମ୍ନା କରୁଛନ୍ତି । ଆଉ ଏକ କ୍ଷେତ୍ରରେ ଦେଖିବାକୁ ଗଲେ ଯଦି ଦୋକାନ ଖୋଲା ହୁଏ ତେବ ଜଣ ଗହଳି ବଢି ପୁଣି ଠାରେ କୋରୋନା ସଂକ୍ରମଣ ବହିଢିଯିବ । ଏଠି ପାଇଁ ଅନେକ ଲୋକଙ୍କ ଜୀବନ ମଧ୍ୟ ହାନି ହୋଇପାରେ ।

ଯଦି କୌଣସି ବ୍ୟକ୍ତି କୋରୋନା ଗାଇଡ ଲାଇନକୁ ଅବମାନନା କରୁଥାଏ ତେବେ ତାକୁ କଠିନରୁ କଠିନ ଦଣ୍ଡ ମିଳିବା ଉଚିତ । ଅନ୍ୟ ଏକ କ୍ଷେତ୍ରରେ ଦେଖିଲେ କୋରୋନା ସଂକ୍ରମଣ ବଢିବାରେ କିଛି ଅମାନିଆ ଲୋକଙ୍କର ଅସାବଧାନତା ଯୋଗୁ ବଢିଛି । ଯେଉଁ ଜିଲା ଗୁଡିକରେ କୋରୋନା ପଜେଟିଭ ହାର ବଢିଛି ହୁଏ ତ ଏହି ଦୁଇ ତିନି ଦିନ ମଧ୍ୟରେ କମିପାରେ ବୋଲି ଆଶା କରା ଯାଉଛି । ଏହି ସବୁକୁ ଆଖି ଆଗରେ ରଖି ସରକାର କଣ ନିଷ୍ପତି ନେବେ ତାହା ଦେଖିବାର ଅଛି ।

ତେବେ ଫ୍ରେଣ୍ଡ୍ସ ଏଥିରେ ଆପଣଙ୍କ ମତାମତ କଣ ? ଲକଡାଉନ ଉଠିବା ଆବଶ୍ୟକ କି ନୁହେଁ ନିଶ୍ଚୟ କମେନ୍ଟ କରନ୍ତୁ ଓ ଅଧିକ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ