ନିଜ ବାହାଘରକୁ ପୁରୁଣା ପ୍ରେମିକକୁ ପ୍ରେମିକା ଦେଲା ନିମନ୍ତ୍ରଣ, କହିଲା ଏମିତି କଥା..ଶୁଣିଲେ ଆପଣ ମୁଣ୍ଡରେ ହାତ ଦେବେ !

ଆମ ଦେଶରେ କୋରୋନାର ଦିତୀୟ ଲହର ଯେପରି ଭାବେ ମାତିବାରେ ଲାଗିଛି ତାହର ପ୍ରକୋପ କେବେ ଶେଷ ହେବ ତାହା କହିବା ସମ୍ଭବ ନୁହେ । କୋରୋନା ଲହରକୁ ରୋକିବା ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର କଡା ନିସ୍ପତି ନେଇଛନ୍ତି ।

ପୁରା ରାଜ୍ୟରେ କିଛି ଦିନ ପାଇଁ ଲକଡାଉନର ଘୋଷଣା କରା ଯାଇଛି । ଆଗରୁ ନାଇଟ କରଫୁ ଓ ସଟ ଡାଉନ ଲାଗୁ ହୋଇଥିଲେ ମଧ୍ୟ କୋରୋନାର ପରିସ୍ଥିତିକୁ ଆଖି ଆଗରେ ରଖି ଆମ ଦେଶର ସରକାର ଏବେ ଲକଡାଉନର ଚରମ ନିଷ୍ପତି ନେଇଛନ୍ତି । ଏହି ସମୟରେ ସୋସିଆଲ ମିଡିଆରେ ଏମିତି ଏକ କାହାଣୀ ଭାଇରାଲ ହୋଇଛି ଯାହା ବୋଧ ହୁଏ ଆଗରୁ କେବେ କେହି ଶୁଣି ନ ଥିବେ କି ଦେଖି ନ ଥିବେ ।

ସେହି କାହାଣୀ କଣ ଓ ତାହାର କାରଣ କଣ ଆଜି ଆମେ ଆପଣ ମାନଙ୍କୁ ସେହି ବିଷୟରେ କହିବାକୁ ଯାଉଛୁ । ଗତ ମେ ୧୩ ତାରିଖରେ କୋରୋନା ଭାଇରସକୁ ଦୃଷ୍ଟିରେ ରଖି ବିହାରର ମୁଖ୍ୟମନ୍ତ୍ରୀ ଲକଡାଉନ କରିବାକୁ ଘୋଷଣା କରିଥିଲେ । ବିହାରରେ ଆଉ ୧୦ ଦିନ ପାଇଁ ଲକଡାଉନ ବଢାଯିବାର ଘୋଷଣା ବିହାର ମନ୍ତ୍ରୀ କରିଛନ୍ତି । ନୀତିଶ କୁମାରଙ୍କର ଏହି ଟ୍ବିଟରେ ପଙ୍କଜ କୁମାର ନାମ ଜଣେ ଯୁବକ କମେଣ୍ଟ କରି କହିଛନ୍ତି ଯେ “ସାର ବିବାହ ଉପରେ କୌଣସି ନୂଆ ନିୟମ ଲାଗୁ କରନ୍ତି ।

କାରଣ ୧୯ ମେରେ ମୋ ପ୍ରେମିକାର ବାହାଘର ହେବାକୁ ଯାଉଛି । ଆପଣ କୌଣସି କଡା ନିଷ୍ପତି ନେଲେ ଏ ବାହାଘର ବନ୍ଦ ହୋଇଯିବ । ମୁଁ ଆପଣଙ୍କ ପାଖରେ ସବୁ ଦିନ ପାଇଁ ଚିରରୁଣୀ ହୋଇ ରହିବି ବୋଲି ଯୁବକ ଜଣକ ପରିପ୍ରକାଶ କରିଛନ୍ତି” । ଏହି ଟ୍ବିଟର ଉତ୍ତରରେ ଜଣେ ଯୁବତୀ ଏଭଳି କିଛି ଲେଖିଛନ୍ତି ଯାହା ବିସ୍ମୟକର କଥା ଅଟେ ।

ସେହି ଯୁବତୀ ଜଣକ ଆଉ କେହି ନୁହେ ସେ ହେଉଛନ୍ତି ପଙ୍କଜଙ୍କର ପ୍ରେମିକା ଯିଏ ଉତ୍ତରରେ ଲେଖିଛନ୍ତି ଯେ “ଯଦି ପଙ୍କଜ ମତେ ଛାଡି ଅନ୍ୟ କାହାକୁ ଭଲ ପାଇ ନ ଥାନ୍ତେ ତେବେ ଆଜି ଏ ଦିନ ଆସି ନ ଥାନ୍ତା । ଯୁବତୀ ଜଣକ ବିବାହ କରିବାକୁ ଯାଉଛନ୍ତି ଓ ସେ ତାଙ୍କର ପ୍ରେମିକ ପଙ୍କଜଙ୍କୁ ଏ ବିବାହ ନ ରୋକିବା ପାଇଁ ଅନୁରୋଧ କରିଛନ୍ତି । ଯୁବତୀ ଜଣକ ଏମିତି ବି ଲେଖିଛନ୍ତି ଯେ ସେ ଆଉ କାହାକୁ ବିବାହ କରୁଥିଲେ ମଧ୍ୟ ତାଙ୍କ ମନରେ କେବଳ ତାଙ୍କ ପ୍ରେମିକ ହିଁ ରହିବେ” ।

ପ୍ରେମିକର ବାହାଘରକୁ ପ୍ରେମିକ ଆସିବେ ଓ ସେ ତାଙ୍କୁ ଶେଷ ଥର ପାଇଁ ଦେଖି ତାଙ୍କ ଶାଶୁ ଘରକୁ ଯିବେ ବୋଲି ଏଭଳି କିଛି ନିଜ ଟ୍ବିଟରେ ଯୁବତୀ ଜଣକ ଯବକ ଜଣଙ୍କୁ କହିଛନ୍ତି । ଅଭଳି ଏକ କୌତୁହଳ ଘଟଣା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଘଟଣାକୁ ଅନେକ ଲୋକ ମାନେ କମେଣ୍ଟ ମଧ୍ୟ କରୁଛନ୍ତି । ନିଜ ପ୍ରେମିକର ବାହାଘରକୁ ରୋକିବା ପାଇଁ ଅନୁରୋଧ କରିବା ଘଟଣା ଆଗରୁ ମଧ୍ୟ ଘଟି ସାରିଛି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।