ଯେତେବେଳେ କାହାକୁ ସହଜରେ ସଫଳତା ମିଳିଯାଏ ତେବେ ତାହାର ମଜା ସେତେ ମିଳେ ନାହିଁ ଯେତେ ମଜା କି ମାଟିରୁ ଆକାଶକୁ ଯିବାରେ ମିଳିଥାଏ । କିଛି ଏମିତି ହିଁ ଜୀବନ ଅଟେ ଅଟୋ ରିକ୍ସା ଡ୍ରାଇଭରଙ୍କର ପୁଅ ମୋହମ୍ମଦ ସିରାଜଙ୍କର, ଯିଏକି ୨୪ ବର୍ଷ ବୟସରେ ହିଁ ହାଇଦ୍ରାବାଦ ଗଳୀରୁ ବାହାରି କ୍ରିକେଟ ଦୁନିଆର ଭଲ ଖେଳାଳି ହୋଇ ପାରିଥିଲେ । ସିରାଜଙ୍କୁ ଅସ୍ଟ୍ରେଲିୟାର ୩ ଟି ୱନଡେ ମ୍ୟାଚରେ ବଛା ଯାଇଥିଲା ।
ଆଜି ଆମେ ଟିମ ଇଣ୍ଡିଆର ସେହି ଖେଳାଳିଙ୍କ ବିଷୟରେ କହିବାକୁ ଯାଉଛୁ ଯାହାର ଘରର ତଳେ ବସି ଖାଇଥିଲେ ବିରାଟ କୋହଲି, ତାଙ୍କ ପିତା ଅଟୋ ଡ୍ରାଇଭର ଅଟନ୍ତି ।
ଟିମ ଇଣ୍ଡିଆର ସେହି ଖେଳାଳି ଯାହାର ଘରର ତଳେ ବସି ଖାଇଥାନ୍ତି ବିରାଟ କୋହଲି
ମୋହମ୍ମଦ ସିରାଜଙ୍କର ଟିମରେ ସିଲେକ୍ଶନ ହେବ ପରେ ସୋସିୟାଲ ମିଡିୟାରେ ତାଙ୍କର ଚର୍ଚା ହେବାର ଲାଗିଛି । ସିରାଜଙ୍କର ପିତା ପ୍ରଥେମ ଅଟୋ ଚଳାଇ ନିଜର ଘର ଚଲାଉ ଥିଲେ କିନ୍ତୁ ବର୍ତ୍ତମାନ ସିରାଜ ନିଜ ଘରର ସବୁ ଅସୁବିଧାକୁ ଦୂର କରି ପାରିବେ । ସୋସିୟାଲ ମିଡିୟାରେ ଗୋଟିଏ ଫଟୋ ଭାଇରାଲ ହେଉଛି ଯେଉଁଠି ସିରାଜଙ୍କ ଘରେ ବିରାଟ କୋହଲି ଏବଂ ବାକି ଖେଳାଳି ତଳେ ବସି ତାଙ୍କ ମାଆଙ୍କ ହାତରେ ତିଆରି ହାଇଦ୍ରାବାଦ ବିରାୟାନୀର ମଜା ନେଉଛନ୍ତି ।
ଏହି ଫଟୋ ଗତ ବର୍ଷର ଅଟେ ଯେତେବେଳେ IPLରେ ସନରାଇଜର୍ସ ହାଇଦ୍ରାବାଦ ଏବଂ ରୟ ଚୈଲେଂଜର୍ସ ବୈଂଗଲୁରୂ ମଧ୍ୟରେ ମ୍ୟାଚ ହେଉଥିଲା କିନ୍ତୁ ଆପଣ ମାନଙ୍କୁ କହିଦେଉହକୁ ଯେ ମ୍ୟାଚ ପୂର୍ବରୁ କୋହଲି ସିରାଜଙ୍କ ଘରେ ପହଞ୍ଚି ଥିଲେ । ସିରାଜ ନିଜେ ହାଇଦ୍ରାବଦର ଅଟନ୍ତି କିନ୍ତୁ ସେ ରୟାଲ ଚୈଲେଂଜର୍ସ ବୈଂଗଲୁରୂ ପାଇଁ ଖେଳନ୍ତି ।
ମୋହମ୍ମଦ ସିରାଜଙ୍କର ପିତା ମୋହମ୍ମଦ ଗୌସଙ୍କର ଆୟ ବହୁତ କମ ଅଟେ ତଥାପି ନିଜର ଆର୍ଥିକ ଅସୁବିଧାରେ ବି ସିରାଜର ସ୍ଵପ୍ନକୁ ପୁରା କରିଛନ୍ତି । ବହୁତ ଅସୁବିଧା ଥିଲେ ବି ସିରାଜଙ୍କର ପିତା ସିରାଜ ପାଇଁ ଦାମିକିଆ କ୍ରିକେଟ କୀଟ କିଣି ଦେଇଛନ୍ତି ଏବଂ ସିରାଜ ବି ଦରିଦ୍ରତା କଣ ଜାଣିଛନ୍ତି । ସେଥିପାଇଁ ସେ ଗରିବ ପିଲାଙ୍କୁ ଫ୍ରୀରେ କ୍ରିକେଟ କୋଚିଙ୍ଗ ଦିଅନ୍ତି ।
ମୋହମ୍ମଦ ସିରାଜଙ୍କୁ ଏମିତି ମିଳିଲା ବ୍ରେକ
କ୍ରିକେଟ ଦୁନିଆରେ ସିରାଜଙ୍କୁ ପ୍ରଥମ ବ୍ରେକ IPLରେ ମିଳିଥିଲା । IPL ଦଶମ ସିଜିନରେ ସନରାଇଜର୍ସ ହାଇଦ୍ରାବାଦ ତାଙ୍କୁ ୨.୬ କୋଟି ଟଙ୍କାରେ କିଣିଥିଲେ ଏବଂ ବର୍ତ୍ତମାନ ତାଙ୍କର ବୟସ ୨୩ ବର୍ଷ ଅଟେ । ସିରାଜ ହାଇଦ୍ରାବାଦ ପାଇଁ ଭଲ ଖେଳିଥିଲେ ଏବଂ ଏହା ମଧ୍ୟରେ ତାଙ୍କର ବନ୍ଧୁତା ବିରାଟଙ୍କ ସହ ହୋଇଥିଲା । ସିରାଜର ଏକ ଇଣ୍ଟରଭିୟୁରେ କହିଥିଲେ କି ତାଙ୍କର ପ୍ରଥମ ଆୟ ୫୦୦ ଟଙ୍କା ଥିଲା ।
୭ ବର୍ଷ ବୟସରୁ ହିଁ ସେ କ୍ରିକେଟ ଖେଳିବା ଆରମ୍ଭ କରିଦେଇଥିଲେ । ସେ ୨୦୧୫ରେ ପ୍ରଥମ ଥର କ୍ରିକେଟ ବଳରେ ବୋଲିଙ୍ଗ କରିଥିଲେ । ୨୦୧୭ରେ ନ୍ଯୂଜୀଲୈଂଡ ବିରୁଦ୍ଧରେ ଟି୨୦ ମ୍ୟାଚରେ ଡେବ୍ୟୁ କରିଥିଲେ ।