କଣ ଆପଣ ବା ଆପଣଙ୍କର କୌଣସି ସାଙ୍ଗଙ୍କ ନାମ ‘R’ ରୁ ଆରମ୍ଭ ହେଉଛି ? ଜାଣନ୍ତୁ “R’ ନାମର ଲୋକଙ୍କ ବିଷୟରେ କିଛି ଖାସ୍ କଥା

ନାମର ପ୍ରଥମ ଅକ୍ଷରରୁ ରାଶି ଜଣାପଡିଥାଏ ଓ ରାଶି ଅନୁସାରେ ବ୍ୟକ୍ତିର ସ୍ଵଭାବ ଓ ଭବିଷ୍ୟତ ବିଷୟରେ ଜଣା ପଡିଥାଏ । ଆଜି ଆମେ ଇଂଗ୍ଲିଶ ର ଅକ୍ଷର ‘R’ ବିଷୟରେ କଥା ହେବା । ଆସନ୍ତୁ ଜାଣିବା କେମିତି ହୋଇଥାନ୍ତି ‘R’ ନାମର ବ୍ୟକ୍ତି ।

ସ୍ଵଭାବ

ଯେଉଁ ଲୋକଙ୍କର ନାମ ‘R’ ରୁ ଆରମ୍ଭ ହୋଇଥାଏ ସେହି ଲୋକ ହୁଏ ତ ଅଧିକ ଗପିବା ସ୍ଵଭାବର ହୋଇଥାନ୍ତି ବା ଅଧିକ ଶାନ୍ତ ହୋଇଥାନ୍ତି । ଶାନ୍ତ ରହୁଥିବା ବ୍ୟକ୍ତିଙ୍କୁ ଫାଲତୁ କଥା ନ ଗପି କେବଳ କାମର କଥା କରିବାକୁ ପସନ୍ଦ କରିଥାନ୍ତି । ଏମାନେ କମ କହିଥାନ୍ତି ଓ ନିଜ ଦୁନିଆରେ ହିଁ ମଗ୍ନ ରହିଥାନ୍ତି । ସେହିଠାରେ ଅଧିକ ଗପିବା ସ୍ଵଭାବର ବ୍ୟକ୍ତି ନିଜ ଗପିବା ସ୍ଵଭାବ କାରଣରୁ ଲୋକଙ୍କୁ ହଇରାଣ କରିଥାନ୍ତି । ଏମାନେ ସବୁବେଳେ କିଛି ନୂଆ ଜିନିଷ କରିବାକୁ ଚାହାଁନ୍ତି । ଏମାନକୁ ସେହିଠାରେ ଭଲ ଲାଗିଥାଏ ଯେଉଁଠାରେ ସେମାନଙ୍କୁ ଜ୍ଞାନ ମିଳିଥାଏ ।

କ୍ୟାରିୟର

ଏହି ଲୋକ ଯେଉଁ କ୍ଷେତ୍ରରେ ରୁହନ୍ତି ନିଜ କାର୍ଯ୍ୟକୁ ମନ ଲଗାଇ କରିଥାନ୍ତି । ଏମାନଙ୍କୁ ଷ୍ଟାଟସ ଓ ଦୌଲତ ଦୁଇଟା ଯାକ ମିଳିଥାଏ । ଏମାନେ ଆବଶ୍ୟକ ପଡିଲେ ଅନ୍ୟକୁ ସାହାର୍ଯ୍ୟ ମଧ୍ୟ କରିଥାନ୍ତି । ନିଜ ପରିଶ୍ରମ ବଳରେ ସଫଳତା ପାଇଥାନ୍ତି । ଏମାନଙ୍କ ପାଖରେ ଅନ୍ୟକୁ ପରଖିବାର ଅଦ୍ଭୁତ କଳା ଥାଏ ।

ପ୍ରେମ

ଏହି ନାମର ଲୋକ ଦେଖିବାକୁ ସ୍ମାର୍ଟ ଓ ସୁନ୍ଦର ହେବା କାରଣରୁ ଲୋକମାନେ ଏମାନଙ୍କ ଆଡକୁ ସହଜରେ ଆକର୍ଷିତ ହୋଇଥାନ୍ତି । ଏହି ଲୋକଙ୍କୁ ଭଲ ପାଇବା ଲୋକଙ୍କର ଏକ ଲମ୍ବା ଲିଷ୍ଟ ଥାଏ । କିନ୍ତୁ ସେମାନେ ନିଜର ପୁରା ଜୀବନ ଜଣଙ୍କୁ ହିଁ ଭଲ ପାଇଥାନ୍ତି କିନ୍ତୁ ଏମାନେ ନିଜ ପ୍ରେମ ପାଇଁ ବହୁତ ଅନଲକି ହୋଇଥାନ୍ତି କାରଣ ଏମାନଙ୍କୁ ପ୍ରେମରେ ପ୍ରାୟତଃ ପ୍ରତାରଣା ମିଳିଥାଏ । ନିଜ ପ୍ରେମ କୁ ନେଇ ଏହି ଲୋକ ସ୍ଵାର୍ଥୀ ହୋଇଥାନ୍ତି  ।

ଗୁଣ

ଜ୍ଞାନର ସାଗର କୁହାଯାଉଥିବା ଏହି ଲୋକମାନେ ସମାଜ ପାଇଁ ବହୁତ ମୂଲ୍ୟବାନ ହୋଇଥାନ୍ତି କିନ୍ତୁ ଭିତରୁ ବହୁତ କୋମଳ ସ୍ଵଭାବର ହୋଇଥାନ୍ତି ।

ନିଜର ଉଚ୍ଚାଧିକାରୀ ଅଥବା କାହା ଠାରୁ କାମ ହାସଲ କରିବା ଏମାନଙ୍କର ବାଁ ହାତର ଖେଳ ହୋଇଥାଏ । ଯେମିତି ଏମାନଙ୍କର ବୟସ ବଢିଥାଏ ସେହି ହିସାବରେ ଏମାନଙ୍କର  ମାନ, ପ୍ରତିଷ୍ଠା ପଦ, ଇଜ୍ଜତ ଓ ସମ୍ମାନ ବୃଦ୍ଧି ହୋଇଥାଏ । ଏମାନେ ସ୍ଵାର୍ଥୀ ସ୍ଵଭାବର ହୋଇଥାନ୍ତି ।

କିଏ କଣ କହୁଛି, କଣ କରୁଛି ସେଥିରୁ ଏମାନଙ୍କୁ କିଛି ଫରକ ପଡେ ନାହିଁ । ଏଥିପାଇଁ ସବୁବେଳେ ଏମାନଙ୍କ ବୈବାହିକ ଜୀବନରେ ଅଶାନ୍ତି ଲାଗିରହେ । ଏମାନେ ହୃଦୟରୁ ବହୁତ ଭଲ ହୋଇଥାନ୍ତି ।

ଏହି ଲୋକ ଶ୍ରେଷ୍ଠ ବ୍ୟକ୍ତିତ୍ତ୍ଵ, ଧନୀ, ପ୍ରଭାବଶାଳି ଓ ମଧୁର ଭାଷି ହୋଇଥାନ୍ତି ।

ଆପଣଙ୍କୁ ଏହି ପୋଷ୍ଟ ଟିକୁ R ନମଥିବା ସାଙ୍ଗମାନକ ସହିତ ସେୟାର କରନ୍ତୁ ଓ ଆମ ପେଜ କୁ ଲାଇକ କରିବାକୁ ଭୁଲିବେନି ।