ଭାଗ୍ୟଶାଳୀ ନାରୀର ହୋଇଥାଏ ଏହି ପରିଚୟ- Chanakya Niti

ଆଚାର୍ଯ୍ୟ ଚାଣକ୍ୟ ଜଣେ ମହାନ ବ୍ୟକ୍ତି ଓ ମହାନ ପୁରୁଷ ଥିଲେ । ତାଙ୍କର ରଚିତ ଚାଣକ୍ୟ ନୀତି ଗ୍ରନ୍ଥରେ ମାନବ ସମାଜକୁ ସଠିକ ମାର୍ଗ ଦେଖାଇବା ପାଇଁ କିଛି ନୀତି ନିୟମ ଉଲ୍ଲେଖ କରା ଯାଇଛି । ଚାଣକ୍ୟ ଜଣେ ମହାନ ଜ୍ଞାନୀ ଥିବାରୁ ନିଜ ନୀତି ଓ ଆଦର୍ଶ ବଳରେ ରାଜା ଚନ୍ଦ୍ରଗୁପ୍ତଙ୍କୁ ରାଜଗାଦିରେ ବସାଇ ଥିଲେ । ଆଜି ଆମେ ଆପଣ ମାନକୁ ଭାଗ୍ୟଶାଳୀ ସ୍ତ୍ରୀ ମାନଙ୍କର କେଉଁ ଭଳି ଲକ୍ଷଣ ରହିଥାଏ ସେହି ବିଷୟରେ କହିବାକୁ ଯାଉଛୁ ।

ପ୍ରତେକ ଝିଅ ନିଜ ବିବାହ ପରେ ନିଜ ସ୍ଵାମୀ ସହ ହସଖୁସିରେ ରହିଥାଏ । ଗୋଟେ ଝିଅର ଭାଗ୍ୟ ବିବାହ ପରେ ତା ସ୍ଵାମୀ ସହ ଯୋଡା ହୋଇଯାଏ । ନାରୀଟିଏ ଯାହା କହିଥାଏ ବା ଯାହା କାର୍ଯ୍ୟ କରିଥାଏ ତାର ଭଲ ବା ଖ-ରା-ପ ପ୍ରଭାବ ସିଧାସଳଖ ତା ସ୍ଵାମୀ ଉପରେ ପଡିଥାଏ । ବିବାହ ଏମିତି ଏକ ବନ୍ଧନ ଯାହା ଦୁଇଟି ମଣିଷକୁ ନୁହେଁ ବରଂ ଦୁଇଟି ହୃଦୟକୁ ମଧ୍ୟ ଯୋଡିଥାଏ ।

ବିବାହ ପରେ କେତେକ ନାରୀମାନେ ନିଜ ସ୍ବାମୀଙ୍କ ପାଇଁ ଭାଗ୍ୟଶାଳୀ ହୋଇଥାନ୍ତି ତ ଆଉ କେତେକ ନିଜ ସ୍ବାମୀଙ୍କ ପାଇଁ ଦୁ-ର୍ଭା-ଗ୍ୟ ଆଣିଥାନ୍ତି । ସେହି ଭାଗ୍ୟଶାଳୀ ନାରୀ ମାନଙ୍କ ଠାରେ କେଉଁ ସବୁ ଗୁଣ ରହିଥାଏ ତାହା ନିମ୍ନରେ ଦିଆଗଲା ।

୧- ଯେଉଁ ନାରୀ ବିବାହ ପରେ ପ୍ରତି ଦିନ ସକାଳୁ ଉଠି ଠାକୁର ଘରେ ଭକ୍ତିର ସହ ପୂଜା ଆରାଧନା କରିଥାଏ ତା ସ୍ଵାମୀ ଜୀବନରେ ଅଧିକ ଉନ୍ନତି କରିବା ସହ ପ୍ରଚୁରରୁ ପ୍ରଚୁର ଧନ ଲାଭ କରିଥାଏ । ନାରୀଟିଏ ଭକ୍ତିର ସହ ପୂଜା କରିଲେ ମା ଲକ୍ଷ୍ମୀଙ୍କର ମଧ୍ୟ ବାସ ରହିଥାଏ । ସେହି ଭଳି ଲକ୍ଷଣ ଥିବା ନାରୀର ବୈବାହିକ ଜୀବନ ସୁଖମୟ ହୋଇଥାଏ ।

୨- ଯେଉଁ ନାରୀ ଘରର ଧ୍ୟାନ ରଖିବା ସହ ଘରର ସଦସ୍ୟ ମାନଙ୍କ ମଧ୍ୟ ଯତ୍ନ ନେଇଥାଏ ବା ନିଜ ସ୍ଵାମୀର ସବୁ କଥା ପାଳନ କରିଥାଏ ସେହି ନାରୀ ମାନେ ସୌଭାଗ୍ୟଶାଳି ହୋଇଥାନ୍ତି । ଯେଉଁ ନାରୀ ମାନେ ନିଜ ସ୍ବାମୀଙ୍କର ମନ ସମାନକୁ ନିଜ ଜୀବନରେ ଅଧିକ ଗୁରୁତ୍ଵ ଦେଇଥାନ୍ତି ଏହି ନାରୀ ମାନଙ୍କର ସ୍ବାମୀମାନେ ଜୀବନରେ ସଫଳତା ହାସଲ କରିଥାନ୍ତି । ଏହି ନାରୀ ମାନଙ୍କର ସ୍ଵାମୀ ବ୍ୟବସାୟରେ ଅଧିକ ଉନ୍ନତି କରିବା ସହ ଅଧିକରୁ ଅଧିକ ଧନ ଲାଭ ମଧ୍ୟ କରିଥାନ୍ତି ।

୩- ଯେଉଁ ନାରୀ ଗରିବ ମାନଙ୍କୁ ସାହାଜ୍ଯ କରି ଦାନ ଧର୍ମ କରିଥାନ୍ତି ସେହି ନାରୀର ଘର ସଦାବେଳେ ଧନଧାନ୍ୟରେ ପୂର୍ଣ ହୋଇ ରହିଥାଏ । ସେହି ନାରୀର ସ୍ଵାମୀ ଅଧିକ ଧନ ଲାଭ କରିବା ସହ ଜୀବନର ସବୁ କ୍ଷେତ୍ରରେ ବିଜୟ ଲାଭ କରିଥାଏ । ଯେଉଁ ନାରୀ ଦୁଖୀ ଗରିବ ମାନଙ୍କୁ ଖାଲି ହାତରେ ଫେରାଇ ନ ଥାନ୍ତି ସେମାନଙ୍କ ଉପରେ ମା ଲକ୍ଷ୍ମୀଙ୍କର ମଧ୍ୟ କୃପା ରହିଥାଏ ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ବିବରଣୀଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।