ସପିଙ୍ଗ ବିଲ ଦେବା ପାଇଁ ମହିଳାଙ୍କ ପାଖରେ ନ ଥିଲା ପଇସା, ଆଖି ଭରିଆସୁଥିଲା କି କ୍ୟାସିୟର … ଜାଣନ୍ତୁ ପୁରା ଘଟଣା

ଆଜିର ଏହି ଫାଷ୍ଟ ଫରୱାର୍ଡ ସମୟରେ ମଣିଷ ବହୁତ ଲୋଭୀ ହୋଇ ଯାଇଛି । ଏମିତିରେ ସମସ୍ତେ କୌଣସି ନା କୌଣସି ସ୍ଵାର୍ଥ ପାଇଁ ଅନ୍ୟକୁ ସାହାର୍ଯ୍ୟ କରିଥାନ୍ତି । କିନ୍ତୁ ଆମେରିକା ର ଟେକ୍ସାସ ସହରର ଏକ କାହାଣୀ ଏବେ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାକୁ ଲାଗିଛି । ଏହି ଷ୍ଟୋରିକୁ ପଢି ସମସ୍ତେ କ୍ୟାସିୟର ଉପରେ ଗର୍ବ କରୁଛନ୍ତି ଯିଏ ବିନା କୌଣସି ସ୍ଵାର୍ଥରେ ମାନବତାର ପରିଚୟ ଦେଇଛି । ଅନ୍ୟ ପକ୍ଷରେ ଏହି ଘଟଣାର କାହାଣୀ ଶୁଣିବା ପରେ ୱାଲମାର୍ଟ ସପିଙ୍ଗ ସେଣ୍ଟର ବହୁତ ପ୍ରସିଦ୍ଧ ହେବାକୁ ଲାଗିଛି ଓ ଲୋକ ଏହି କ୍ୟାସିୟର ର ପ୍ରଶଂସା କରୁଛନ୍ତି ।

ଖବର ଅନୁସାରେ ଟେକ୍ସାସ ର ୱାଲମାର୍ଟ ସପିଙ୍ଗ ସେଣ୍ଟରରେ ଗୋଟିଏ ମହିଳା ନିଜ ଝିଅ ସାଥିରେ କିଛି ଜରୁରୀ ଜିନିଷ କିଣିବାକୁ ପହଞ୍ଚେ । ରାସନ ଓ ଅନ୍ୟ ଆବଶ୍ୟକ ଜିନିଷ କିଣିବା ପରେ ଯେବେ ସେହି ମହିଳା ବିଲ ଦେବାପାଇଁ କ୍ୟାସ କାଉଣ୍ଟର ଲାଇନ ରେ ଠିଆ ହେଲା, ବିଲ ର ପରିମାଣ ଦେଖି ଚକିତ ହୋଇଗଲା । ପ୍ରକୃତରେ ମହିଳା ଜଣଙ୍କର ଯେତିକି ବିଲ ଥିଲା, ତା ପାଖରେ ସେତିକି ପଇସା ନ ଥିଲା । କ୍ୟାସିୟର ମହିଳା ଜଣଙ୍କ ଆଖିରେ ଲୁହ ଦେଖି ସବୁ ବୁଝି ଯାଇଥିଲା ।

ମହିଳା ହେଲେ ଇମୋସନାଲ

ନିଜ ପାଖରେ ଥିବା ପଇସାର ଦୁଇ ଗୁଣ ବିଲ ଦେଖି ମହିଳା ଜଣଙ୍କ ବହୁତ ଚିନ୍ତିତ ହୋଇଗଲେ। ଚେହେରାରୁ ଜଣା ପଡୁଥିଲା କି ସେ କିଛି ସମୟରେ କାନ୍ଦିବାକୁ ଲାଗିବେ । କିନ୍ତୁ ସେତିକିବେଳେ କ୍ୟାସିୟର ମହିଳାଙ୍କୁ ସାଇଡ ହେବାକୁ ଇଙ୍ଗିତ କଲେ ଓ କହିଲେ କି ଚିନ୍ତା କରନ୍ତୁ ନାହିଁ, ମୁ ବୁଝିଗଲି । କ୍ୟାସିୟର ର ଏହି କଥାକୁ ମହିଳା ଜଣଙ୍କ ଠିକ ଭାବରେ ବୁଝି ପାରିଲେ ନାହିଁ । ତେବେ କ୍ୟାସିୟର କହିଲେ କି ମ୍ୟାଡମ ଆପଣ ଚିନ୍ତା କରନ୍ତୁ ନାହିଁ, ମୁଁ ଆପଣଙ୍କର ସମସ୍ୟା କଣ ବୁଝିଗଲି, ବିଲ କରି ସାରିବା ପରେ ମୁଁ ଆପଣଙ୍କର ପୁରା ବିଲ ଦେଇଦେବି। ଆପଣ ଜିନିଷ ନେଇ ଯାଇ ପାରନ୍ତି ।

ବୁଝିପାରିଥିଲେ ଆର୍ଥିକ ସ୍ଥିତି

ମହିଳା ଜଣଙ୍କର ଆଖି ଓ ଭାବରୁ ସେହି କ୍ୟାସିୟର ବୁଝି ଯାଇଥିଲେ କି ମହିଳା ଜଣଙ୍କର ଆର୍ଥିକ ସ୍ଥିତି ଠିକ ନୁହେଁ । ଏମିତିରେ ସେ ଯେତେବେଳେ ମହିଳା ଜଣଙ୍କର ଟ୍ରଲିକୁ ଦେଖିଲେ ସେଥିରେ ଖାଇବା ଜିନିଷ ଦେଖି ବୁଝି ଗଲେ କି ସେ ନିଜ ପିଲାଙ୍କ ପେଟ ପୋଷିବାକୁ ଚାହୁଁଛି କିନ୍ତୁ ପଇସା ଅଭାବ କାରଣରୁ ଦୁଃଖୀ ଅଛି ଓ ବିଲ ଦେବାକୁ ମଧ୍ୟ ଅସମର୍ଥ ଅଛି । ଏମିତିରେ ମହିଳା ଜଣଙ୍କୁ ସମସ୍ତଙ୍କ ସାମ୍ନାରେ ବେଇଜ୍ଜତ ହେବାକୁ ନ ପଡୁ ଭାବି ସବୁ ବିଲ ଦେଇ ଦେଇଥିଲେ । ଏହି ପୁରା ଘଟଣାକୁ କ୍ୟାସିୟର ପାଖରେ ଠିଆ ହୋଇଥିବା ବ୍ୟକ୍ତି ଜଣଙ୍କ ଦେଖିଥିଲେ ଯାହା ପରେ ସେ ଘଟଣାର ଷ୍ଟୋରି ସୋସିଆଲ ମିଡିଆରେ ସେୟାର କରିଥିଲେ ।

ବହୁତ ଭାଇରାଲ ହେବାକୁ ଲାଗିଛି ଏହି ଘଟଣା

ଆପଣଙ୍କ ଜାଣିବା ପାଇଁ ଆମେ କହି ରଖୁଛୁ କି ୱାଲମାର୍ଟ ସପିଙ୍ଗ ମଲର ଏହି କ୍ୟାସିୟର ଙ୍କ ନାମ ଲୋପୋଜ ଅଟେ ଯିଏ କିଛି ବର୍ଷରୁ ଏଠାରେ କାମ କରୁଛନ୍ତି । ଲୋପୋଜ ନିଜ ଦୟାଳୁ ମନୋଭାବ ଯୋଗୁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ତାଙ୍କର ମହିଳାଙ୍କ ପ୍ରତି ସମ୍ମାନ କୁ ଦେଖି ସମସ୍ତେ ଭାବୁକ ହେଉଛନ୍ତି । ଜଣାଇ ଦେଉଛୁ କି ସୋସିଆଲ ମିଡିଆରେ ଏହି ଷ୍ଟୋରିକୁ ଲକ୍ଷ ଲକ୍ଷ ସେୟାର ମିଳିଛି ଓ ସମସ୍ତେ ସେହି କ୍ୟାସିୟରଙ୍କର ପ୍ରଶଂସା କରୁଛନ୍ତି ।

ଏହା ଥିଲା ସେହି କ୍ୟାସିୟର ଜଣଙ୍କ ମାନବିକତା ଯେଉଁଟା ଆଜିର ଏହି ସ୍ଵାର୍ଥୀ ସମାଜରେ ଦେଖିବାକୁ ମିଳୁନାହିଁ । ଆପଣମାନେ ବି ନିଜ ଭିତରର ମାନବିକତା କୁ ଦେଖାନ୍ତୁନା ଦେଖିବେ ଏହି ଦୁନିଆ କେତେ ସୁନ୍ଦର ହୋଇଯିବ ।  ଆପଣମାନଙ୍କୁ ଆମର ଏହି ପୋଷ୍ଟ ଟି ଭଲ ଲାଗିଥିଲେ ସେୟାର କରନ୍ତୁ ଓ ଆହୁରି ଏହି ଭଳି ପୋଷ୍ଟ ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।