ଦୁନିଆର ସବୁଠୁ ବଡ ରହସ୍ୟର ପର୍ଦାଫାସ, Titanic କୁ ଜାଣିଶୁଣି ଡୁବାଇ ଦିଆ ଯାଇଥିଲା ?

ଆଜି ଆମେ କଥା ହେବା ଏମିତି ଏକ ପାଣି ଜାହାଜ ବିଷୟରେ ଯାହାର ପ୍ରଥମ ଯାତ୍ରା ହିଁ ପାଲଟି ଯାଇଥିଲା ତାର ଶେଷ ଯାତ୍ରା । ଯେଉଁଥିରେ ୧୫୦୦ ରୁ ବି ଅଧିକ ଲୋକ ପ୍ରାଣ ହରାଇଥିଲେ ଆଉ ଯେଉଁ ଜାହାଜର ନାମ ଶୁଣିଲେ ଆଜି ବି ଲୋକମାନଙ୍କ ଆଖି ଭରି ଆସେ । ସେହି ଜାହାଜର ନାମ ହେଉଛି RMS TITANIC ।

ଆପଣ ଜାଣିଥିବେ ଟାଇଟାନିକ ଜାହାଜ ତାର ପ୍ରଥମ ଯାତ୍ରା ୧୪ ଏପ୍ରିଲ ୧୯୧୨ ରେ ଇଂଲଣ୍ଡର ସାଉଥମ୍ପଟନ ଠାରୁ ଆରମ୍ଭ କରିଥିଲା । ସେହି ଦିନ ରାତି ୧୧ ତା ବାଜି ୪୦ ମିନିଟରେ ଗୋଟିଏ ବଡ ବରଫ ପାହାଡ ସହ ଧକା ହୋଇଥିଲା ଯାହା ଫଳରେ ଜାହାଜରେ ଏକ ଛିଦ୍ର ହେଲା ଆଉ ସେହି ଛିଦ୍ର ମାଧ୍ୟମରେ ପାଣି ପଶିବାକୁ ଲାଗିଲା ଏବଂ ଜାହାଜଟି ଆସ୍ତେ ଆସ୍ତେ ବୁଡିବାକୁ ଲାଗିଲା । ରାତି ୨ ଟା ୨୦ ରେ ଜାହାଜଟି ସଂପୂର୍ଣ୍ଣ ଭାବେ ବୁଡି ଯାଇଥିଲା ।

ଏହା ହେଉଛି ଆପଣ ଶୁଣିଥିବା ଆରଏମଏସ ଟାଇଟାନିକ ର ଘଟଣା । କିନ୍ତୁ କଣ ଆପଣ ଜାଣନ୍ତି କି ଟାଇଟାନିକ ଜାହାଜ ତିଆରି ହେବା ପୂର୍ବରୁ ଜଣା ଥିଲା କି ସେହି ଜାହାଜ ଦିନେ ଡୁବିବ ବୋଲି । ଏହି ଘଟଣା ପଛରେ ଏମିତି ଏକ ରହସ୍ୟ ରହିଛି ଯାହାକୁ ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଆଜି ଇତିହାସର ବଡ ଘଟଣା ସେହି ଜାହାଜର ପରଦା ଉଠାଇବା ପାଇଁ ଛେଷ୍ଠା କରିବା ।

ଆଜିଠାରୁ ପ୍ରାୟ ୬ ବର୍ଷ ପୂର୍ବରୁ ୧୦ ଏପ୍ରିଲ ୧୯୧୨ ମସିହାରେ ସେହି ସମୟର ସବୁଠୁ ଆଧୁନିକ ଓ ବଡ ଜାହାଜ RMS TITANIC ଇଂଲଣ୍ଡ ର ସାଉଥମ୍ପଟନ ଠାରୁ ତାର ପ୍ରଥମ ଯାତ୍ରାରେ ବାହାରି ଗଲା । ଏହାର ଉଚ୍ଚତା ୨୬୯ ମିଟର ଯାହାକି ସେହି ସମୟର ସବୁଠୁ ବଡ ବଡ ବିଲ୍ଡିଂ ଠାରୁ ମଧ୍ୟ ଉଚ୍ଚା ଥିଲା ଓ ଏହି ଜାହାଜର ଚିମ୍ନି ଗୁଡିକ ଏତେ ବଡ ଥିଲା ଯେ ସେଥିରେ ଆରାମ ରେ ଦୁଇଟା ଟ୍ରେନ ପଶି ପାରିବେ ।

ଆଉ ଏହି ଜାହାଜକୁ ଅନସିଙ୍କେବୁଲ  ଜାହାଜ ବା କେବେ ବି ନ ଡୁବିବା ଜାହାଜ କୁହା ଯାଉଥିଲା । RMS TITANIC ତାର ପ୍ରଥମ ଯାତ୍ରାରେ ରାତି ୧୧ ତା ୪୦ ରେ ଦୁର୍ଘଟଣା ଗ୍ରସ୍ତ ହେଲା । ଦେଖୁ ଦେଖୁ ୨ ତା ୨୦ ସୁଧା RMS TITANIC ଆଟଲାଣ୍ଟିକ ମହାସାଗରରେ ମିଶିଗଲା ।

ଆସନ୍ତୁ ଜାଣିବା RMS TITANIC ଡୁବିବା ପଛର ମୁଖ୍ୟ କାରଣ କଣ ଥିଲା

ଆରମ୍ଭରେ ୧୮୦୩ ମସିହାରେ ଆମେରିକା ପାଖରେ ସେଣ୍ଟ୍ରାଲ ବ୍ୟାଙ୍କ ନ ଥିଲା ଯାହା ଫଳରେ ଯୁଦ୍ଧ ସମୟରେ ଦରକାର ହେଲେ ହଠାତ ପଇସା ମିଳୁ ନଥିଲା । ସେଥିପାଇଁ ୧୯୧୦ ମସିହାରେ ସେହି ସମୟର ଧନୀ ଲୋକମାନେ ମିଶି ଚାଲାଖ ର ସହିତ ଫେଡେରାଲ ରିଜର୍ଭ ନାମକ ଏକ ବ୍ୟାଙ୍କ ସ୍ଥାପନ କରିବାର ଯୋଜନା କଲେ । କିନ୍ତୁ ତାଙ୍କ କାମରେ ବାଧା ଦେଲେ ଦେଶର ୩ ଜଣ ଶକ୍ତିଶାଳୀ ଲୋକ ଯାହାଙ୍କ ନାମ ଥିଲା ବେଞ୍ଜାମିନ ଗୁଗେନହେନ, ଇଶା ଷ୍ଟ୍ରାସ୍ସ, ଜନ ଜ୍ୟାକବ ଏବଂ ଏହି ତିନି ଜଣ ଶକ୍ତିଶାଳୀ ଲୋକ ମଧ୍ୟ ଟାଇଟାନିକର ଯାତ୍ରୀ ଥିଲେ ।

ଫେଡେରାଲ ରିଜର୍ଭ ବ୍ୟାଙ୍କ ର ମୁଖ୍ୟ ଜେପି ମରଗାନ ଥିଲେ ଓ ସେ ମଧ୍ୟ ଟାଇଟାନିକ ଓନର ଅଟନ୍ତି ଏବଂ ଜେପି ମରଗାନ ମଧ୍ୟ ଟାଇଟାନିକ ରେ ଯାତ୍ରା କରିବା ଯାତ୍ରୀମାନଙ୍କ ଲିଷ୍ଟରେ ଥିଲେ । କିନ୍ତୁ ଶେଷ ସମୟରେ ସେ ତାଙ୍କ ଟିକେଟ କ୍ୟାନସେଲ କରି ଦେଇଥିଲେ । ଟାଇଟାନିକ ରେ ଯାତ୍ରା କରିଥିବା ୧୫୦୦ ଯାତ୍ରୀଙ୍କ ମଧ୍ୟରେ ବେଞ୍ଜାମିନ ଗୁଗେନହେନ, ଇଶା ଷ୍ଟ୍ରାସ୍ସ, ଜନ ଜ୍ୟାକବ ମଧ୍ୟ ଥିଲେ ।

ଟାଇଟାନିକ ଜାହାଜ ତିଆରି ପଛରେ ଜେପି ମରଗାନ ଫଣ୍ଡିଙ୍ଗ କରିଥିଲେ ଯାହା ଫଳରେ ଟାଇଟାନିକର ଇନସାରାନ୍ସ ପଇସା ଜେପି ମରଗାନ ପାଇଥିଲେ । ୧୯୧୨  ମସିହାରେ ଟାଇଟାନିକ ଜାହାଜ ଡୁବିଲା ଓ ୧୯୧୩ ମସିହାରେ ଫେଡେରାଲ ରିଜର୍ଭ ବ୍ୟାଙ୍କ ଉଦ୍ଘାଟନ ହେଲା । ତା ହେଲେ କଣ ଟାଇଟାନିକ ର ଓନର ଜେପି ମରଗାନ ଟାଇଟାନିକ କୁ ଡୁବାଇ ଥିଲେ ? ଏହି ପ୍ରଶ୍ନ ଆଜି ବି ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି କରୁଛି ।

କଣ ଟାଇଟାନିକ ଡୁବିବ ବୋଲି ପ୍ରଥମରୁ ଜଣା ଥିଲା?

ମରଗାନ ରବର୍ଟସନ ନାମକ ଏକ ଲେଖକ ୧୮୯୮ ମସିହାରେ ଏକ ଉପନ୍ୟାସ ଲେଖିଥିଲେ ଯାହାର ନାମ ଥିଲା ଦ ରେକ ଅଫ ଦ ଟାଇଟାନ, ଅର ଫୁଟିଲିଟି । ଏହି ଉପନ୍ୟାସରେ ରବର୍ଟସନ ଟାଇଟାନ ନାମକ ଏକ ଜାହାଜର କାହାଣୀ ବର୍ଣନା କରିଛନ୍ତି । ସେ ଲେଖିଥିଲେ ଟାଇଟାନ କେବେ ବି ନ ଡୁବିବା ଭଳି ଜାହାଜ ଥିଲା ଯାହା ସେହି ସମୟର ବଡ ଓ ଆଧୁନିକ ପାଣି ଜାହାଜ ଥିଲା ।

ଏହି ଉପନ୍ୟାସରେ ବର୍ଣନା ଥିବା ଜାହାଜର କାହାଣୀ RMS TITANIC ର କାହାଣୀ ସହିତ ଏତେ ସାମଞ୍ଜସ୍ୟ ଥିଲା କି ଯେମିତି ମନେ ହୁଏ ରବର୍ଟସନ ଟାଇଟାନିକ ଡୁବିବାର କାହାଣୀର ଭବିଷ୍ୟବାଣୀ କରି ଦେଇଥିଲେ । ଦୁଇଟି ଯାକ ଜାହାଜର ଆକାର ମଧ୍ୟ ସମାନ ଥିଲା । ଏହି ଉପନ୍ୟାସ ପବ୍ଲିସ ହେବାର ୧୪ ବର୍ଷ ପରେ ଏହା କଳ୍ପନାରୁ ବାସ୍ତବ ରୂପ ନେବ ବୋଲି କାହାର ଧାରଣା ନ ଥିଲା । ଆପଣ ଶୁଣି ଆଶ୍ଚର୍ଯ୍ୟ ହେବେ ଟାଇଟାନିକ ଡୁବିବାର ୩ ବର୍ଷ ପରେ ମାର୍ଚ୍ଚ ୧୯୧୫ ରେ ଉପନ୍ୟାସର ଲେଖକ ରବର୍ଟସନ ଙ୍କୁ ବିଷ ଦେଇ ହତ୍ୟା କରାଗଲା।

ତେବେ RMS TITANIC ଜାହାଜର ଦୁର୍ଘଟଣା ଷଡଯନ୍ତ୍ର ଥିଲା ନା ପ୍ରାକୃତିକ ଥିଲା ଏହା ଆପଣ କମେଣ୍ଟ ମାଧ୍ୟମରେ ଜଣାଇବେ । ଆମର ଏହି ପୋଷ୍ଟ ଟି ଭଲ ଲାଗିଥିଲେ ସେୟାର କରନ୍ତୁ ଓ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି ।