ନିଜକୁ ଚିନ୍ତା ମୁକ୍ତ ରଖିବାର ସବୁଠୁ ଭଲ ଉପାୟ ଖୁସିରେ ରହିବା । ସେଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ଏହି ପୋସ୍ଟରେ କିଛି ମଜାଦାର ଜୋକ ନେଇ ଆସିଛୁ । ଯାହାକୁ ପଢିବା ପରେ ଆପଣଙ୍କ ହସିବା ବନ୍ଦ ହେବ ନାହିଁ । ଆଜି ଆମେ ଆପଣଙ୍କ ପାଇଁ ଡବଲ ମୀନିଂଗ ଜୋକ୍ସ ନେଇ ଆସିଛୁ । ଡବଲ ମୀନିଂଗ ଜୋକ୍ସର ଅର୍ଥ କୌଣସି ବି ଶବ୍ଦର ଦୁଇଟି ଅର୍ଥ ବାହାର କରିବା ।
୧ – ଗୋଟିଏ ଛାତ୍ର ଭଗବାନଙ୍କୁ କହିଲା –
ଟଙ୍କାର ମୂଲ୍ୟ ୭୬ ହେଲା, କ୍ଷୀରର ମୂଲ୍ୟ ୫୦ ହେଲା,
ପେଟ୍ରୋଲର ୮୦ ହେଲା, ଓ ପିଆଜର ୧୦୦ ପହଞ୍ଚିଲା ।
ତଥାପି ଧନ୍ୟବାଦ ଭଗବାନ,
ମନ୍ଦିର ପୂଜାରୀ – କଣ ପାଇଁ ??
ଛାତ୍ର – କାରଣ ଆଜି ବି ପାସ ମାର୍କ ୩୫ ହିଁ ଅଛି….
୨ – ଯଦି କାମ ହିସାବରେ, ଭାରତୀୟମାନଙ୍କ ନାମ ରଖାଯିବ
ତେବେ ୯୦ % ଭାରତୀୟଙ୍କ, ନାମହେବ ରାୟଚନ୍ଦ
ଓ ବାକି ବଞ୍ଚିଥିବା ୧୦% ର ନାମ ହୁକୁମଚନ୍ଦ
୩ – ଶଶୁର ଜ୍ଵାଇଁକୁ କହିଲେ – କାଲି ଆମେ ଗପୁ ପାଇଁ ଝିଅ ଦେଖିବାକୁ ଯିବୁ
ତେବେ କାଲି ଆପଣଙ୍କୁ ବି ମୋ ସହିତ ଯିବାର ଅଛି
ଜ୍ଵାଇଁ – ଆପଣ ନିଜ ହିସାବରେ ଦେଖିନେବେ
ମୋର ନିଜର ତ Decision, ଭୁଲ ହେଇ ପଡିଛି….
୪ – ଚୋର ବ୍ୟାଙ୍କର କ୍ୟାସିୟରକୁ ବାନ୍ଧି ଦେଲା,
ଏହା ପରେ ଚୋର ବ୍ୟାଙ୍କ ଲୁଟି ଚାଲି ଯାଉ ଥିଲା
କ୍ୟାସିୟର କହିଲା – ସାଙ୍ଗ ଦୟା କରି ରେଜିଷ୍ଟର ବି ନେଇ ଯାଆ
ମୋ ହିସାବରେ ଲକ୍ଷେ ଟଙ୍କା ଗଡବଡ ଅଛି…..
୫ – ସ୍ଵାମୀ – ତୁମେ ଜାଣିଛ, ବିଦେଶରେ ତଲାକ ନେବା ବହୁତ ସହଜ ଅଟେ
ସ୍ତ୍ରୀ – ଜାଣିଛି, ସେଥିପାଇଁ ତ, ସେଠି ବାହଘର ସମୟରେ
ଝିଅ କାନ୍ଦେ ନାହିଁ….
୬ – ପପୁ ହଷ୍ଟେଲରେ ବସି କାନ୍ଦୁ ଥିଲା
ତାହାର ବନ୍ଧୁ ଗପୁ ପଚାରିଲା – କଣ ହେଲା ??
ପପୁ – ସାଙ୍ଗ, ମୋ ସହିତ ବଡ ଧୋଖା ହେଇଗଲା
ମୁଁ ବାପାଙ୍କୁ ବହି ପାଇଁ ଟଙ୍କା ମାଗିଥିଲି, କିନ୍ତୁ ବାପା ବହି କିଣି ପଠେଇ ଦେଲେ…..
୭ – ଭଡାଟିଆ – ଆପଣ କେମିତି ଘର ଭଡାରେ ଦେଲେ
ଘରେ କେବଳ ମୂଷା ଦଉଡୁ ଛନ୍ତି
ଘର ମାଲିକ – ତେବେ କଣ ତୁମେ ଏତେ କମ ଟଙ୍କାରେ
ଘୋଡା ଦୌଡ ଦେଖିଥାନ୍ତ…
୮ – ମାଳିକିଆଣୀ – ତୁ ଫ୍ରିଜ ସଫା କରି ଦେଇଛୁ ?
ଚାକରାଣୀ – ହଁ, ମୁଁ ସବୁ ସଫା କରି ଦେଇଛି
ଫ୍ରିଜରେ ପଡିଥିବା ଆଇସକ୍ରିମ, ସବୁଠୁ ଟେଷ୍ଟି ଥିଲା !!
୯ – ସ୍ତ୍ରୀ – ଜାନୁ ତୁମେ ମୋତେ, କେତେ ଭଲ ପାଅ ?
ସ୍ଵାମୀ – ବହୁତ
ସ୍ତ୍ରୀ – ତଥାପି କେତେ ?
ସ୍ଵାମୀ – ଏତେ କି ଇଚ୍ଛା ହେଉଛି…. ତୁମ ଭଳି ଆଉ ଗୋଟିଏ ନେଇ ଆସିବି…..
ଆପଣଙ୍କୁ ଆମର ଏହି ସବୁ ହସକଥା ଭଲ ଲାଗିଥିଲେ ସାଙ୍ଗମାନଙ୍କ ସହିତ ସେଆର କରନ୍ତୁ । ଆଗକୁ ଆମେ ଏମିତ ନୂଆ ଜୋକ୍ସ ସବୁ ଆପଣଙ୍କ ପାଇଁ ନେଇ ଆସିବୁ । ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିଦିଅନ୍ତୁ ।