ଏହି ବଲିଉଡ ବଡ ଆକ୍ଟରଙ୍କର ହେଲା ନିଧନ, ଶୋକରେ ପୁରା ବଲିଉଡ

ବଲୀଉଡର ପ୍ରସିଦ୍ଧ ଅଭିନେତା ଜଗଦୀପ ଏହି ଦୁନିଆକୁ ଅଲବିଦା କହି ଦେଇଛନ୍ତି । ସେ ବୁଧବାର ଦିନ ନିଜର ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି । କହିବାକୁ ଗଲେ ବହୁତ କମ ଲୋକମାନେ ତାଙ୍କର ପୁରା ନାମ ଜାଣିଛନ୍ତି, ଏମିତିରେ ତାଙ୍କର ପୁରା ନାମ ସୈୟଦ ଇଶ୍ତିୟାକ ଅହମଦ ଜାଫରୀ ଥିଲା । ତାଙ୍କର ଦୁଇଟି ପୁଅ ବି ଅଛନ୍ତି । ଜାବେଦ ଜାଫରୀ ଓ ନାବେଦ । ସେ ୮୧ ବର୍ଷ ବୟସରେ ମୃତ୍ୟୁ ବରଣ କରିଛନ୍ତି ।

ଜଗଦୀପଙ୍କ ଫିଲ୍ମ ଶୋଲେରେ ‘ସୁରମା ଭୋପାଲୀ’ କିରଦାରକୁ ଆଜି ପର୍ଯ୍ୟନ୍ତ କେହି ବି ଭୁଲି ପାରିବେ ନାହିଁ । ୪୦୦ରୁ ଅଧିକ ଫିଲ୍ମରେ ରୋଲ କରିଥିବା ଜଗଦୀପଙ୍କ ନିଧନ ପରେ ପୁରା ବଲୀଉଡରେ ଶୋକର ଲହରୀ ଖେଳି ଯାଇଛି । ଗତ କିଛି ଦିନ ହେବ ବଲୀଉଡର କିଛି ମହାନ ମହାନ ଅଭିନେତା ଏହି ଦୁନିଆକୁ ଛାଡି ଚାଲି ଯାଉଛନ୍ତି । ଗତ କିଛି ଦିନ ହେବ ବଲୀଉଡର କଳାକାର ଇରଫାନ ଖାନ, ଋଷି କପୁର, ସରୋଜ ଖାନ, ସୁଶାନ୍ତ ସିଂହ ରାଜପୁତ ଭଳି ଷ୍ଟାର ଆମକୁ ଛାଡି ଚାଲି ଯାଇଛନ୍ତି ।

ବଲୀଉଡର ସବୁଠୁ ପ୍ରସିଦ୍ଧ ଅଭିନେତା ଜଗଦୀପଙ୍କ ନିଧନରେ ଦୁଖିତ ହୋଇ ଅଜୟ ଦେବଗନ ନିଜର ଟ୍ୱୀଟରେ ଲେଖିଲେ କି, ତାଙ୍କୁ ସ୍କିନ ଉପରେ ଦେଖିଲେ ଆନନ୍ଦ ଲାଗେ । ସେ ଦର୍ଶକମାନଙ୍କ ଖୁସି ପାଇଁ ଆସିଥିଲେ । ମୋର ଜାବେଦ ଓ ତାଙ୍କର ପୁରା ପରିବାର ସହିତ ଗମ୍ଭୀର ସଂବେଦନା ଅଛି । ଜଗଦୀପ ସାରଙ୍କ ଆତ୍ମା ଶାନ୍ତି ପାଇଁ ପ୍ରାର୍ଥନା ।

ଫିଲ୍ମ ଡାୟରେକ୍ଟର ମଧୁର ଭଂଡାରକର କହିଲେ କି ଆମର ସାତ ଦଶକ ମନୋରଞ୍ଜନ କରିବା ପରେ ଜଗଦୀପ ସାରଙ୍କ ନିଧନ ହୋଇ ଯାଇଛି । ବହୁତ ଦୁଖ ଲାଗୁଛି । ମୋର ସଂବେଦନା ଜାବେଦ, ନାବେଦ ଓ ପୁରା ଜାଫରି ପରିବାର ସହିତ ଅଛି । ଫିଲ୍ମ ଅଭିନେତା ଅନୁପମ ଖେର ଓ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ବି ତାଙ୍କ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।

ଜଗଦୀପଙ୍କ ଫିଲ୍ମି ଯାତ୍ରା

ଆପଣଙ୍କୁ କହିଦେଉଛୁ କି ବର୍ଷ ୧୯୫୧ରେ ବୀ ଆର ଚୋପଡ଼ାଙ୍କ ଫିଲ୍ମ ‘ଅଫସାନା’ ଅଭିନେତା ଜଗଦୀପ ନିଜର କ୍ୟାରିୟର ଆରମ୍ଭ କରିଥିଲେ । ସେ ୪୦୦ରୁ ବି ଅଧିକ ଫିଲ୍ମରେ କାମ କରିଛନ୍ତି । ପ୍ରସିଦ୍ଧ କାମେଡି ଅଭିନେତା ଜଗଦୀପ ୨୦୧୨ରେ ‘ଗଲୀ ଗଲୀ ଚୋର ହୈ’ ଶେଷ ଥର ନଜର ଆସିଥିଲେ । ସେ ଫିଲ୍ମ ଶୋଲେ ଛଡା ଖୁନୀ ପଂଜା, ହମ ପଂକ୍ଷୀ ଏକ ଡାଲ କେ, ଅନ୍ଦାଜ ଅପନା – ଅପନା, ଦୋ ବୀଘା ଜମୀନ, ଆର-ପାର, ଫୁଲ ଔର କାଂଟେ, କୁର୍ବାନୀ, ପୁରାନା ମନ୍ଦିର, କାଲୀ ଘଟା ଭଳି ଫିଲ୍ମରେ ବି କାମ କରିଛନ୍ତି ।