ଯମଦ୍ଵାରକୁ ରାସ୍ତା! 7 ମାସରେ ହେଲାଣି 7ଟି ବଡ ଦୁର୍ଘଟଣା…

ରେଳ ଲାଇନ ନୁହେଁ ଯମଦ୍ଵାର କୁ ରାସ୍ତା । 7 ମାସରେ ଘଟିଲାଣି 7ଟି ଅଘଟଣ । ହଁ ଦର୍ଶକ ବନ୍ଧୁ ବର୍ଷ ଆରମ୍ଭରୁ ଦୁର୍ଘଟଣା ଘଟିବା ଆରମ୍ଭ ହୋଇଛି ଯେ ସରିବାର ନା ଧରୁନି । ଜାନୁଆରୀରୁ ବର୍ତ୍ତମାନ ସୁଧା ପ୍ରାୟ 7ଟି ଦୁର୍ଘଟଣା ହେଲାଣି । ହେଲେ ଦୁର୍ଘଟଣା କାହିଁକି ଘଟୁଛି ଓ ଏଥିପାଇଁ ଦାୟୀ କିଏ ସେ ନେଇ କିଛି ତଥ୍ୟ ମିଳୁ ନାହିଁ । ଯଦି ଏବେ ବି ବିଭାଗ ଦୁର୍ଘଟଣାର କାରଣ ନ ଖୋଜି ପାଇବ ତେବେ ଆଗାମୀ ଦିନରେ ବଡ ଅଘଟଣର ଆଶଙ୍କା କରୁଛନ୍ତି ସ୍ଥାନୀୟ ଲୋକେ ।

ଭାରତୀୟ ରେଳ ବିଭାଗ ଅଧୀନ କ୍ଵାଲଟିୟର ଡିଭିଜନ ଅନ୍ତର୍ଗତ କୋଠାଭାଲସା କିରଣରୁଲ ରେଳ ଲାଇନ ରେ ଦିନକୁ ଦିନ ଘଟୁଛି ଦୁର୍ଘଟଣା । ଏ ଏମିତି ଏକ ଟ୍ରେନ ଲାଇନ ଯେଉଁଠି ବାରବାର ମାଲବାହୀ ଲାଇନ ଚ୍ୟୁତ ହେଉଛି । ଯାହା କାରଣରୁ ଧନ ଜୀବନ ହାନି ହେଉନି ସିନା କିନ୍ତୁ ଯାତ୍ରୀବାହି ଗାଡି ଲାଇନ ଚ୍ୟୁତ ହେଲେ ସମସ୍ଯା ଉପୁଜିବାର ଆଶଙ୍କା ରହିଛି ।

ସମସ୍ୟାରେ ଏତିକି ସଋନି ବରଂ ଏହି ଧାରଣାରେ ବାରମ୍ବାର ପଥର ଖସୁ ଥିବାରୁ ଛାନିଆ ହେଉଛନ୍ତି ଲୋକେ । ସୂଚନା ଅନୁଯାୟୀ ଗତ 3 ଜାନୁରିଆରେ କୋରାପୁଟ ଠାରେ ଟ୍ରେନ ଲାଇନରେ ସମସ୍ଯା ଦେଖା ଯିବାରୁ ବହୁ ଟ୍ରେନ ଅଟକି ରହିଥିଲା । 2 ଫେବୃଆରୀରେ ଶିବଲିଙ୍ଗପୁରମ ଠାରେ ମାଲ ଗାଡି ର 11 ଟି ଗାଡି ଲାଇନ ଚ୍ୟୁତ ହେଲା ।

ଫେବ୍ରୁଆରି 16ରେ ସୁକୁଠାରେ ମାଲଗାଡି 8ଟି ବଗି ଲାଇନ ଚ୍ୟୁତ ହୋଇଥିଲା । ଏହା ପରେ ପୁଣି ଠାରେ ଜୁନ 18ରେ ବଡୋଭରାରେ ଦୁର୍ଘଟଣା ହୋଇଥିଲା ଟ୍ରେନ । ପରେ ଜୁଲାଇ 11ରେ ବୋରାଗୁହାଲୁ ରୁ ପଥର ଖସିଥିଲା ଟ୍ରେନ ଲାଇନ ଉପରେ । ତେଣୁ 2 ଦିନ ଯାଏଁ ରାସ୍ତା ରେ ସବୁ ଟ୍ରେନ ଚଳାଚଳ ବାଧା ପ୍ରାପ୍ତ ହୋଇଥିଲା ।

ବାରମ୍ବାର ଏହି ଲାଇନରେ ଦୁର୍ଘଟଣା ଘଟି ଚାଲିଛି ଅବଶ୍ୟ ଦୁର୍ଘଟଣା ହେବା ପରେ ରେଲୱେ ଅଧିକାରୀ ମାନେ ତତ୍ପରତା ଦେଖାନ୍ତି । ହେଲେ ସମସ୍ୟାର ସ୍ଥାୟୀ ସମାଧାନ ହୋଇପାରୁ ନାହିଁ । ସ୍ଥିତି ଏମିତି ହେଲାଣି ଯେ ଲୋକାଲ ଟ୍ରେନରେ ଯାତ୍ରା କରିବାକୁ ଭୟ କରୁଛନ୍ତି ଯାତ୍ରୀ ।

ସେପଟେ କୋରାପୁଟ ଗସ୍ତରେ ଆସିଥିବା କ୍ଵାଲିଟର ଡିଭିଜନ ପୂର୍ବତନ ଡ଼ିଆରଏମ କହିଛନ୍ତି ଯେ କ୍ରିନଡୁଲ ବିଶାଖାପାଟଣା ର ରେଳ ଲାଇନରେ ହେଉଥିବା ଦୁର୍ଘଟଣା ସେତେ ବଡ ନୁହେଁ । ହେଲେ ଆଗାମୀ ଦିନରେ ଉଚ୍ଚ ସ୍ତରୀୟ ବୈଠକ କରାଯିବା ସହ କେମିତି ଦୁର୍ଘଟଣା ନ ଘଟିବ ସେ ନେଇ ବ୍ୟବସ୍ଥା କରାଯିବ । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।