60 ବର୍ଷରେ ପ୍ରେମ କରି ଚତୁର୍ଥ ବିବାହ କଲେ ତେଲୁଗୁ ଷ୍ଟାର Mahesh Babu ଙ୍କ ଭାଇ Naresh! ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ, କୁହାଯାଏ ପ୍ରେମ ଦେଖେ ନା ବୟସ ନା ଦେଖେ ଜାତି । ପ୍ରେମ ହେଉଛି ଶାଶ୍ଵତ ଆଉ ଚିରନ୍ତନ । ପ୍ରେମର କେବେ ବି ଅନ୍ତ ନାହି । ପ୍ରେମ ଜୀବନରେ ଥରେ ହୁଏ । ଆଉ ପ୍ରେମକୁ କେହି କେବେ ଭୁଲି ପାରନ୍ତି ନାହି । ପ୍ରେମ ବିନା ଜୀବନ ଅଧୁରା ଲାଗିଥାଏ । କାରଣ ମଣିଷ ଜୀବନରେ ପ୍ରେମ ନ ଥିଲେ ଜୀବନ ସାର୍ଥକ ହୁଏ ନାହି ।

ଆଉ ଏବେ ଏହି ଧାରା ରେ ସାମିଲ ହୋଇଛନ୍ତି ଷ୍ଟାର ମହେଶ ହାଇ ଙ୍କ ଭାଇ ତଥା ଅଭିନେତା ନରେଶ ବାବୁ । 60 ବର୍ଷ ବୟସରେ ପରେ ବି କରିଛନ୍ତି ବିବାହ । 44 ବର୍ଷୀୟା ଅଭିନେତ୍ରୀ ପବିତ୍ରା ଲୋକେଶ କୁ କରିଛନ୍ତି ନିଜର ଜୀବନ ସାଥି । ନିଜର କିଛି ଖାସ ବନ୍ଧୁ ଙ୍କ ଗହଣରେ କରିଛନ୍ତି ନିରାଡମ୍ବର ଭାବେ ଏହି ବିବାହ ଶେଷ ହୋଇଛି । ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।

ବନ୍ଧୁଗଣ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ନରେଶ ପବିତ୍ରା ଙ୍କୁ ବିବାହ କରିବା ପୂର୍ବ ରୁ 3ଟି ବିବାହ କରି ସାରିଛନ୍ତି । ତାଙ୍କର ପ୍ରଥମ ବିବାହ ସିନିୟର ଡ୍ୟାନ୍ସ ମାଷ୍ଟର ଶୃନୁ ଙ୍କ ଝିଅଙ୍କ ସହ ହୋଇଥିଲା । ଆଉ ଉଭୟଙ୍କର ଗୋଟେ ପୁତ୍ର ବି ଅଛି । ଏହା ପରେ ସେ ପ୍ରସିଦ୍ଧ କବି ତଥା ଗୀତିକାର ଦେବିଲୋ କୃଷ୍ଣା ଶାସ୍ତ୍ରୀ ଙ୍କ ନାତୁଣୀ ରେଖା ସୁପ୍ରିୟା ଙ୍କୁ ବିବାହ କରିଥିଲେ । ଏହା ପରେ ସେ ନିଜ ଠାରୁ 20 ବର୍ଷ ସାନ ରାମ୍ୟା ରଘୁପତି କୁ ବିବାହ କରିଥିଲେ ।

ଏହି ବିବାହରୁ ନରେଶ ଓ ରାମ୍ୟା ଙ୍କ ଗୋଟେ ପୁଅ ବି ଅଛି । ଆଉ ଏହା ପରେ ସେ ବର୍ତ୍ତମାନ ଚତୁର୍ଥ ବିବାହ କରିଛନ୍ତି । ଯାହାକୁ ନେଇ ସେ ବର୍ତ୍ତମାନ ଖୁବ ଟ୍ରୋଲ ହେଉଛନ୍ତି । ଅନ୍ୟ ପରେ ନରେଶ ବାବୁ ଙ୍କ ତୃତୀୟ ସ୍ତ୍ରୀ ରାମ୍ୟା କହିଛନ୍ତି ଯେ ନରେଶ ଙ୍କୁ ସେ ଛାଡପତ୍ର ଦେବେ ନାହି । ନରେଶ ଓ ରାମ୍ୟା ପ୍ରେମ ବିବାହ କରିଥିଲେ ।

ଏହି ଦମ୍ପତିଙ୍କର ଗୋଟେ ପୁଅ ମଧ୍ୟ ଅଛି । ତେଣୁ ଏହି କାରଣରୁ ରାମ୍ୟା କହିଛନ୍ତି ମୁଁ ମୋ ସ୍ଵାମୀ ଙ୍କ ସହ ରହିବି । ମୁଁ ତାଙ୍କୁ କେବେ ହେଲେ ଛାଡିବି ନାହି କି ଛାଡପତ୍ର ଦେବୀ ନାହି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।