ଘରେ ବସି ମାତ୍ର ୪୮ ଘଂଟାରେ ପାଇପାରିବେ ଡ୍ରାଇଭିଂ ଲାଇସେନ୍ସ… ଦେଖନ୍ତୁ ମୋବାଇଲରୁ କିପରି କରିବେ ଆବେଦନ

ଆପଣ କୌଣସି ବି ଗାଡି ଚଲାଇପାରିବେ ନାହିଁ ଯଦି ଆପଣଙ୍କ ପାଖରେ ଡ୍ରାଇଭିଂ ଲାଇସେନ୍ସ ନାହିଁ  । ଆଉ ଆପଣ ଯଦି ବି ଏମିତି କିଛି କରନ୍ତି ତେବେ ଏହା ଆଇନ ଉଲ୍ଲଂଘନ କାର୍ଯ୍ୟ ଅଟେ । ସେହିଭଳି ସରକାର ଲଗାତର ଭାବରେ ଲାଇସେନ୍ସ ବନାଇବାର ନିୟମକୁ କୋହଳ ଏବଂ ସହଜ କରୁଛନ୍ତି । ଯଦି ଆପଣ ଡ଼ିଏଲ ବନାଇବାକୁ ଚାହୁଁଛନ୍ତି, ତେବେ ଆପଣ ଘରେ ବସି ମଧ୍ୟ ଏହି କାମ କରି ପାରିବେ । ଆପଣଙ୍କ ଆବେଦନର  କେବଳ ୪୮ ଘଂଟା ମଧ୍ୟରେ ହିଁ ଡ୍ରାଇଭିଂ ଲାଇସେନ୍ସ ଆପଣଙ୍କୁ ମିଳିଯିବ । ତେବେ ଚାଲନ୍ତୁ ଜାଣିବା କିପରି..

ଅନଲାଇନ ଆବେଦନ କରିପାରିବେ

ଆପଣ ଯଦି ଲାଇସେନ୍ସ ବନାଇବା ପାଇଁ ଭାବୁଛନ୍ତି ଓ ଆରଟିଓ ଚକ୍କର କାଟିବାକୁ ଚାହୁଁନାହାଁନ୍ତି  ତେବେ ଆପଣ ଅନଲାଇନ ଜରିଆରେ ମଧ୍ୟ ଏହି କାମ କୁ କରିପାରିବେ । ଲାଇସେନ୍ସ ପ୍ରସ୍ତୁତ କରିବାର ଏହି ପ୍ରକ୍ରିୟା ବହୁତ ସହଜ ଅଟେ । ତେବେ ଏଥିପାଇଁ ଆପଣଙ୍କୁ ପ୍ରଥମେ ଲର୍ଣ୍ଣିଂ ଲାଇସେନ୍ସ ବନାଇବାକୁ ପଡିବ ଓ ଏହାର ୬ ମାସ ପରେ ଆପଣଙ୍କର ଲାଇସେନ୍ସ ଆପଣଙ୍କୁ ମିଳିଯିବ ।

ଆବେଦନ କିପରି କରିବେ

ଏଥିପାଇଁ ଆପଣ ସଡକ ପରିବହନ ମନ୍ତ୍ରାଳୟର ଆଧିକାରୀକ ୱେବସାଇଟ୍ https://paribahan.gov.in/sarathiservice10/stateSelection.doକୁ ଯାଇ ଆବେଦନ କରିପାରିବେ । ଲର୍ଣ୍ଣିଂ ଲାଇସେନ୍ସ ଆବେଦନ କରିବାର ଅନଲାଇନ ପ୍ରକ୍ରିୟା ବହୁତ ସହଜ ଅଟେ । ଆପଣଙ୍କୁ ଏଥିରେ ରାଜ୍ୟଗୁଡିକର ତାଲିକା ଦିଆଯାଇଥିବ । ଆପଣ ସର୍ବପ୍ରଥମେ ରାଜ୍ୟ ଚୟନ କରିବେ । ଆପଣ ରାଜ୍ୟ ଚୟନ କରି ସାରିବା ପରେ ଲର୍ଣ୍ଣର ପାଇଁ ବିକଳ୍ପ ଆସିବ ।

ଏଠାରେ କ୍ଲିକ କଲେ ଆପଣଙ୍କୁ ସଂପୂର୍ଣ୍ଣ ଫର୍ମ ମିଳିଯିବ ଓ ଫର୍ମ ପୂରଣ କରିବା ପରେ ଏକ ନମ୍ବର ଜେନରେଟ୍ ହେବ, ଯାହାକୁ ଆପଣ ସେଭ କରିବେ । ଆପଣଙ୍କୁ ଏଥିରେ ଆପଣଙ୍କର ଆଡ୍ରେସ ପ୍ରୁଫ୍, ବୟସ ପ୍ରମାଣ ପତ୍ର ଏବଂ ଆଇଡି ପ୍ରୁଫ୍ ଆଟାଚ୍ କରିବାକୁ ହେବ ।

ଫଟୋ ଏବଂ ଡିଜିଟାଲ ସିଗନେଚର କରି ଅପଲୋଡ କରନ୍ତୁ

ଆପଣଙ୍କୁ ଏହି ସବୁ ପ୍ରକ୍ରିୟା ପରେ ନିଜର ଫଟୋ ଏବଂ ଡିଜିଟାଲ ସିଗନେଚର ଅପଲୋଡ କରିବାକୁ ପଡିବ । ଏହାପରେ ଆପଣଙ୍କୁ ସ୍ଲର୍ଟ ବୁକ କରିବାକୁ ହେବ ଡ୍ରାଇଭିଂ ଟେଷ୍ଟ ପାଇଁ ।  ଆପଣଙ୍କୁ ସ୍ଲର୍ଟ ବୁକର ଚୟନ କରିବା ସମୟରେ ଫିସ୍ ଭରିବାକୁ ପଡିବ । ଏହାପରେ ରେଜିଷ୍ଟର୍ଡ ନମ୍ବର ଉପରେ ଏକ ମେସେଜ ଆସିବ, ଯାହାକୁ ଆପଣ ସେଭ କରି ରଖିବେ ।

ଫିସ କେତେ ଲାଗିବ

ଯଦି ଆପଣ ପ୍ରଥମ ଥର ପାଇଁ ଲାଇସେନ୍ସ ବନାଉଛନ୍ତି ତେବେ ଆପଣଙ୍କୁ ପ୍ରଥମେ ଲର୍ଣ୍ଣିଂ ଲାଇସେନ୍ସ ବନାଇବାକୁ ପଡିବ ଓ ପରେ ହିଁ ପରମାନେଟ ବା ସ୍ଥାୟୀ ଲାଇସେନ୍ସ ପ୍ରସ୍ତୁତ କରିପାରିବେ । ଆପଣଙ୍କୁ ଲର୍ଣ୍ଣିଂ ଲାଇସେନ୍ସର ଫିସ୍ ବାବଦକୁ ୨୦୦ ଟଙ୍କା ଦେବାକୁ ପଡିବ । ଅତି କମରେ ୧୮ ବର୍ଷ ବୟସ ସୀମା ହୋଇଥିବା ଦରକାର ।

ଅନଲାଇନ ହେବ ଟେଷ୍ଟ

ଆପଣ ଫିସ ଜମା କରିବା ପରେ ଆରଟିଓ ଅଫିସ ଯାଇ ସ୍ଲର୍ଟ ହିସାବରେ ଟେଷ୍ଟ ଦେବାକୁ ହେବ ଯେଉଁ ଟେଷ୍ଟ ଅନଲାଇନ ହୋଇଥାଏ ଏବଂ ଏଥିରେ ଯାତାୟତ ନିୟମ ତଥା ପରିବହନ ଚିହ୍ନ ସଂପର୍କରେ ପ୍ରଶ୍ନ କରାଯିବ । ଗୋଟିଏ ପ୍ରଶ୍ନର ଉତ୍ତରରରେ ୪ଟି ଅପସନ ଦିଆଯିବ ।  ଆପଣଙ୍କୁ ଯେଉଁଥିରେ ସଠିକ୍ ଉତରରେ କ୍ଲିକ କରିବାକୁ ପଡିବ । ଆପଣ ଗୋଟିଏ ପ୍ରଶ୍ନର ଉତ୍ତର ଦେବା ପରେ ଆପଣଙ୍କର କମ୍ପ୍ୟୁଟର ସ୍କ୍ରିନରେ ଆଉ ଏକ ପ୍ରଶ୍ନ ଚାଲିଆସିବ । ଏହା ପରେ ଜଣା ପଡିବ କି ଆପଣଙ୍କ ଉତ୍ତର ସଠିକ ବା ନୁହେଁ ।

ଆପଣ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଦେବା ପରେ ତାହା  ସଠିକ କି ନୁହେଁ ତାହା ଆପଣଙ୍କ କମ୍ପ୍ୟୁଟର ସ୍କ୍ରିନରେ ଆସିଯିବା । ଏହି ଟେଷ୍ଟ ସରିବା ପରେ ଆପଣ ପାସ୍ ହୋଇଛନ୍ତି ନା ଫେଲ୍ ଆପଣଙ୍କ ରେଜଲ୍ଟ ଆସିଯିବ ।

୪୮ ଘଂଟାରେ ଅନଲାଇନ ଲାଇଲେନ୍ସ ମିଳିବ 

ଟେଷ୍ଟରେ ପାସ୍ ହେବା ପରେ ଅନଲାଇନ ଲର୍ଣ୍ଣିଂ ଲାଇସେନ୍ସ ମାତ୍ର ୪୮ ଘଂଟା ମଧ୍ୟରେ ଆପଣଙ୍କୁ ଅନଲାଇନ ମିଳିଯିବ । ଏହାର ବୈଧତା ୬ ମାସ ଅଟେ । ସ୍ଥାୟୀ ଲାଇସେନ୍ସ ପାଇଁ ଆପଣଙ୍କୁ ୬ ମାସ ଭିତରେ ହିଁ ଆବେଦନ କରିବାକୁ ପଡିବ । ଏଥିପାଇଁ ଆପଣଙ୍କୁ ଏହି ୬ ମାସ ମଧ୍ୟରେ ପୁଣି ଥରେ ଆପଣଙ୍କର ଗାଡି ସହିତ ଆରଟିଓ ଅଫିସ ଆସି ଅନଲାଇନ ଆବେଦନ କରି ଡ୍ରାଇଭିଂର ଟେଷ୍ଟ ଦେବାକୁ ପଡିବ । ଆପଣ ଏହି ଦ୍ୱିତୀୟ ଥର ଟେଷ୍ଟ ପାସ କରିବା ପରେ ଆପଣଙ୍କୁ ସ୍ଥାୟୀ ଲାଇସେନ୍ସ ମିଳିବ ।

ପୋଷ୍ଟଟିକୁ ସମସ୍ତଙ୍କ ସହିତ ସେଆର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।