ଏହି ମହିଳାଙ୍କର ନାମ ଶୁଣିବା ମାତ୍ରେ ହିଁ ଥରିବାକୁ ଲାଗନ୍ତି ISISର ଆତଙ୍କି, ୧୮ ଆତଙ୍କିଙ୍କୁ ମୁର୍ତ୍ୟୁ ମୁଖକୁ ପଠାଇ ସାରିଛନ୍ତି, କହିଲେ ପାକିସ୍ତାନି ଆତଙ୍କିଙ୍କ ମୁଣ୍ଡ…

ISISକୁ ଦୁନିଆର ସବୁଠୁ ବଡ ଆତଙ୍କି ସଂଗଠନ ବୋଲି କୁହାଯାଏ । ISIS ବହୁତ ସମୟ ହେବ କେତେକ ବଡ ବଡ ଦେଶରେ ନିଜର କାୟା ବିସ୍ତାର କରିବା ପାଇଁ ଚିନ୍ତା କରୁଛି । ଏହି ସଂଗଠନ ଦେଶର ଯୁବକ ମାନଙ୍କୁ ଭ୍ରମିତ କରି ନିଜର ସଂଗଠନରେ ସାମିଲ କରିବା ପାଇଁ ବାଧ୍ୟ କରିଥାନ୍ତି । କେତେ ଥର ଆପଣମାନେ ଏହିଭଳି ଭିଡିଓ ସୋସିୟାଲ ମିଡିୟାରେ ସବୁ ଦେଖିଥିବେ ।

କିନ୍ତୁ ଆଜିର ଏହି ପୋସ୍ଟରେ ଆମେ ଆପଣଙ୍କୁ ଏକ ଏମିତି ମହିଳାଙ୍କ ବିଷୟରେ କହିବାକୁ ଯାଉଛୁ ଯିଏକି ନିଜ ଦେଶରୁ ଆତଙ୍କିମାନଙ୍କୁ ମୂଳରୁ ଶେଷ କରିବ ପାଇଁ ନିଷ୍ପତି ନେଇଛନ୍ତି । ଆମେ ଯେଉଁ ମହିଳାଙ୍କ ବିଷୟରେ କଥାବାର୍ତ୍ତା କରୁଛୁ ସେ ୩୯ ବର୍ଷର ମହିଳା ଅଟନ୍ତି । ଯାହାଙ୍କର ନାମ ବହୀଦା ମୋହମ୍ମଦ ଅଟେ ଏବଂ ଇରାକର ବାସିନ୍ଦା ଅଟନ୍ତି ।

ଆତଙ୍କିଙ୍କ ପାଇଁ ଯମରାଜ ଅଟନ୍ତି ଏହି ମହିଳା

କହିଦେଉଛୁ ଯେ ISIS ଭଳି ଭୟଙ୍କର ସଂଗଠନ ବି ବହିଦାଙ୍କର ନାମ ଶୁଣି ଥରିବାକୁ ଲାଗନ୍ତି । ସେ ଆତଙ୍କିଙ୍କ ପାଇଁ ଯମରାଜଠାରୁ କମ ନୁହନ୍ତି । ବହିଦା କେବଳ ଆତଙ୍କିଙ୍କୁ ଶେଷ କରନ୍ତି ନାହିଁ, ତାଙ୍କର ମୁଣ୍ଡକୁ ରାନ୍ଧନ୍ତି ଏବଂ ଶରୀରରକୁ ଜଳାଇ ଦିଅନ୍ତି । ଏକ ମିଡିୟା ରିପୋର୍ଟ ଅନୁସାରେ ବହିଦା ବର୍ତ୍ତମାନ ପର୍ଯ୍ୟନ୍ତ ୧୮ ଜଣ ଆତଙ୍କିଙ୍କୁ ମାରି ସାରିଛନ୍ତି ।

ISISଙ୍କ ବିରୁଦ୍ଧରେ ଅଟେ ଏହି ଯୁଧ୍ୟ

ବହିଦା ମୋହମ୍ମଦଙ୍କର ଯୁଧ୍ୟ ISIS ବିରୁଦ୍ଧରେ ଅଟେ । ସେ ନିଜର ୭୦ ସାଥିଙ୍କ ସହ ୨୦୦୪ରୁ ଇରାକରେ ମୋସୁଲ ସହରରୁ ୫୦ ମିଲ ଦକ୍ଷିଣ ଦିଗରେ ସ୍ଥିତ ଶିରକତ ଟାଉନରେ ISIS ବିରୁଦ୍ଧରେ କାମ କରୁଛନ୍ତି । ISIS ବିରୁଦ୍ଧରେ କାମ କରୁ ଥିବାରୁ ଅବୁ ବକ୍ର ଅଲ ବଗଦାଦୀ ନିଜେ ତାଙ୍କୁ ମାରିବା ପାଇଁ ଧମକ ମଧ୍ୟ ଦେଇଥିଲେ ।

ଆତଙ୍କିମାନେ କରିଥିଲେ ତାଙ୍କର ପରିବାର ହତ୍ୟା

ବହୀଦା ମୋହମ୍ମଦ କହିଲେ କି ବର୍ଷ ୨୦୦୬ରେ ୨୦୧୪ ପର୍ଯ୍ୟନ୍ତ ସେ ISIS ଆତଙ୍କିମାନେ ୯ ଥର ତାଙ୍କର ଗାଡିରେ ବମ ବିସ୍ଫୋଟ କରି ତାଙ୍କୁ ମାରିବା ପାଇଁ ଚେଷ୍ଟା କରିଥିଲେ । ସର୍ବେ ପ୍ରଥମେ ଆତଙ୍କିମାନେ ତାଙ୍କର ସ୍ଵାମୀଙ୍କୁ ହତ୍ୟା କରିଥିଲେ । ଯାହା ପରେ ବହିଦା ଦ୍ଵିତୀୟ ବିବାହ କରିନଲେ । ଏହା ଉପରେ ଆତଙ୍କିମାନେ ତାଙ୍କର ଦ୍ଵିତୀୟ ସ୍ଵାମୀକୁ ବି ମାରିଦେଲେ ।

ଏହା ଛଡା ତାଙ୍କର ପିତା ଏବଂ ତିନି ଭାଇଙ୍କୁ ବି ଏହି ସଂଗଠନ ମାରି ଦେଇଥିଲେ । କହିଦେଉଛୁ ଯେ ISIS ବହୁତ ଥର ବହିଦାଙ୍କୁ ମାରିବା ପାଇଁ ଚେଷ୍ଟା କରିଥିଲେ । କିନ୍ତୁ ସବୁବେଳେ ସେମାନେ ଅସଫଳ ରହିଛନ୍ତି । ଆତଙ୍କି ମାନଙ୍କ ପାଇଁ ବହିଦା କୌଣସି ଯମରାଜ ଠାରୁ କମ ନୁହନ୍ତି ।