ଦେଶର ପ୍ରଥମ ମହିଳା ପାଇଲଟ ଯିଏକି ଶାଢୀ ପିନ୍ଧି ପ୍ଲେନ ଉଡାଉ ଥିଲେ, ବଡ ରୋମାଞ୍ଚକର ଅଟେ ତାଙ୍କର କାହାଣୀ, ଦେଖନ୍ତୁ

ଅନ୍ତରାଷ୍ଟ୍ରୀୟ ମହିଳା ଦିବସ ମାନେ ଗୋଟିଏ ଦିନ ସେହି ସବୁ ମହିଳାଙ୍କ ସମ୍ମାନର ନାମରେ ଅଟେ ଯାହାଙ୍କ ବିନା ଏହି ସଂସାର ଅଧୁରା ଅଟେ । ସମୟ ବହୁତ ଆଗକୁ ବଢି ଯାଇଛି, କିନ୍ତୁ ଆଜି ବି ମହିଳାଙ୍କର ଆଜାଦୀକୁ ନେଇ ବିଭିନ୍ନ କଥା କୁହାଯାଏ । କିନ୍ତୁ ଆପଣ ବିଶ୍ଵାସ କରି ପାରିବେ ନାହିଁ କି ଯେତେବେଳେ ମହିଳାଙ୍କ ଜୀବନ ଚାରିକାନ୍ଥ ମଧ୍ୟରେ ହିଁ ସୀମିତ ଥିଲା ସେହି ସମୟରେ ଜଣେ ମହିଳା ଏମିତି ଥିଲେ ଯିଏକି ପ୍ରଥମ ଥର ପ୍ଲେନ ଉଡାଇ ଥିଲେ ।

ପ୍ଲେନ ଉଡାଇ ଥିବା ପ୍ରଥମ ମହିଳା ଅଟନ୍ତି ସରଳା

୧୯୩୬ ସେହି ସମୟ ଥିଲା ଯେତେବେଳେ ମହିଳାଙ୍କ ପାଇଁ ବହୁତ ନିୟମ ଥିଲା ଏବଂ ସେମାନେ ଘରୁ ବାହାରି ପାରୁ ନଥିଲେ । କିନ୍ତୁ ୧୯୩୬ରେ ସରଳା ଠକରାଲ ମାତ୍ର ୨୧ ବର୍ଷ ବୟସରେ ବିମାନ ଉଡାଇଲେ ଏବଂ ଇତିହାସରେ ନିଜର ନାଁ ଲେଖିଦେଲେ । ସେ ଏୟାରକ୍ରାଫ୍ଟ ଉଡାଇଥିବା ଭାରତର ପ୍ରଥମ ମହିଳା ଅଟନ୍ତି ।

୧୫ ମାର୍ଚରେ ଦିଲ୍ଲୀରେ ଜନ୍ମି ଥିବା ସରଳା ୧୯୨୯ରେ ଦିଲ୍ଲୀରେ ଖୋଲା ଯାଇଥିବା ଫ୍ଲାଇଙ୍ଗ କ୍ଲବରେ ବିମାନ ଚଳାଇବାର ପ୍ରଶିକ୍ଷଣ ନେଇଥିଲେ । ସେହି କ୍ଲବରେ ତାଙ୍କର ପୀଡୀ ଶର୍ମାଙ୍କ ସହ ଦେଖା ହୋଇଥିଲେ । ଏବଂ କିଛି ସମୟ ପରେ ହିଁ ଦୁଇଜଣ ବିବାହ ବନ୍ଧନରେ ବାନ୍ଧି ହୋଇଗଲେ । ବାହାଘର ପରେ ତାଙ୍କର ସ୍ଵାମୀ ତାଙ୍କୁ ବ୍ୟବସାୟିକ ବିମାନ ଚାଳକ ହେବା ପାଇଁ ପ୍ରୋତ୍ସାହନ ଦେଇଥିଲେ ।

ନିଜର ସ୍ଵପ୍ନ ଏବଂ ସ୍ଵାମୀଙ୍କର ସାଥ ଦେବା ପରେ ସରଳା ଜୋଧପୁର ଫ୍ଲାଇଙ୍ଗ କ୍ଲବରେ ଟ୍ରେନିଗ ନେଲେ । ୧୯୩୬ରେ ଲାହୌରର ବିମାନ ବନ୍ଦରରୁ ହିଁ ଜିପ୍ଥୀ ମାଥ ନାମକ ଦୁଇ ସିଟ ଥିବା ବିମାନ ଉଡାଇ ସରଳା ଇତିହାସ ରଚିଥିଲେ । କିନ୍ତୁ ସମୟ ସବୁବେଳ ତାଙ୍କ ସହିତ ଅନୁକୂଳ ରହିଲା ନାହିଁ ।

ଜୀବନରେ ହଜିଗଲେ ଏବଂ ପୁଣି ମିଳିଲା

୧୯୩୯ରେ ଦ୍ଵିତୀୟ ବିଶ୍ଵ ଯୁଧ୍ୟ ଆରମ୍ଭ ହୋଇ ଯାଇଥିଲା । ସେହି ସମୟରେ ସେ କମର୍ଶିୟଲ ପାୟଲେଟ ଲାଇସେଂସ ନେବା ପାଇଁ ବହୁତ ପରିଶ୍ରମ କରୁଥିଲେ । ଯୁଧ୍ୟ କାରଣରୁ ଫ୍ଲାଇଙ୍ଗ କ୍ଲବ ବନ୍ଦ କରିବାକୁ ପଡିଲା ଏବଂ ସରଳାଙ୍କୁ ନିଜର ଟ୍ରେନିଗ ମଝିରେ ହିଁ ଅଟକାଇବାକୁ ପଡିଲା । ଏହା ସହିତ ଏହି ବର୍ଷରେ ଏକ ବିମାନ ଦୁର୍ଘଟଣାରେ ତାଙ୍କର ସ୍ଵାମୀଙ୍କର ନିଧନ ବି ହୋଇଗଲା ।

ସ୍ଵାମୀଙ୍କର ମୁର୍ତ୍ୟୁ ପରେ ସରଳା ଭାରତକୁ ଫେରି ଆସିଲେ ଏବଂ ମେଯୋ ସ୍କୂଲ ଅଫ ଆର୍ଟରେ ଦାଖିଲ ନେଲେ । ଏଠି ବଂଗାଲ ସ୍କୂଲ ଅଫ ରୁ ପେଣ୍ଟିଙ୍ଗ ଶିଖିଲ ଏବଂ ଫାଇନ ଆର୍ଟରେ ଡିପ୍ଲୋମା ବି କରିଥିଲେ । ଭାରତର ବିଭାଜନ ପରେ ସରଳା ନିଜର ଦୁଇ ଝିଅଙ୍କୁ ନେଇ ଦିଲ୍ଲୀରେ ରହୁଥିଲେ । ଏବଂ ୧୫ ମାର୍ଚ ୨୦୦୮ରେ ସରଳା ଠକରାଲ ଏହି ଦୁନିଆ ଛାଡି ଚାଲି ଯାଇଥିଲେ । କିଛି ଏପରି ଥିଲା ତାଙ୍କ ପୁରା ଜୀବନର କାହାଣୀ ।