400 କୋଟି ଜବତ କରିବା ପଛରେ ଥିଲେ ଓଡିଆ ପୁଅ ହୃଦୟ ଦାସ, କଳା ଟଙ୍କା ଚିହ୍ନିବାରେ ସେ ମାହିର ।

ନମସ୍କାର ବନ୍ଧୁଗଣ । ଦେଶର ସବୁଠୁ ବଡ IT ରେଡ ରେ ରହିଛନ୍ତି ଓଡିଆ ପୁଅ । ଏମିତିକି ମଦ ବ୍ୟବସାୟୀ ଧୀରଜ ସାହୁଙ୍କ କଳା ସାମ୍ରାଜ୍ୟ ରୁ ଜବତ ହୋଇଥିବା କୋଟି କୋଟି ଟଙ୍କା ଚଢାଉ ରେ ସାମିଲ ଅଛନ୍ତି ଏହି ଓଡିଆ ପୁଅ । ଯାହାଙ୍କର ନାଁ ହେଉଛି ହୃଦୟ କୁମାର ଦାସ । ଯିଏ କି କଳା ଟଙ୍କା କୁ ଭଲରେ ଚିହ୍ନି ପାରନ୍ତି । କେଉଁଠି ଅଛି କଳା ଧନ, କାହା ପାଖରେ କେତେ କଳା ଧନ ଅଛି ସବୁ ଜାଣିପାରନ୍ତି ଏହି ଓଡିଆ ଅଫିସର ।

ଆଉ ସେଥିପାଇଁ 400 କୋଟି ରୁ ଊର୍ଦ୍ଧ ଟଙ୍କା କୁ ଜବତ କରିଛନ୍ତି ହୃଦୟ କୁମାର ଦାସ । 24 ଟିମ ବିଭିନ୍ନ ସ୍ଥାନରେ ରେଡ କରି ପୁଳା ପୁଳା ଟଙ୍କା ଜବତ କରିଛନ୍ତି । ଏହି ଟିମ ରେ ରହିଛନ୍ତି କେନ୍ଦ୍ରାପଡା ଜିଲ୍ଲା ମର୍ସାଘାଇ ବ୍ଲକ ପୁଙ୍ଗୁଳି ଗାଁ ର ପୁଅ ହୃଦୟ କୁମାର ଦାସ । ଯାହାଙ୍କୁ ନେଇ ଏବେ ସବୁଠି ଆଲୋଚନା ଓ ଚର୍ଚ୍ଚା । ହୃଦୟ ହେଉଛନ୍ତି IRS ଅଫିସର ଯିଏ କି ଅଫିସର ହେବା ପରେ ଜୀବନରେ ଅନେକ ସଂଘର୍ଷ କରିଛନ୍ତି ।

ତାଙ୍କ ପରିବାର ଗରିବ ଶ୍ରେଣୀ ର । ଆଉ ସେଠାରୁ ସଂଘର୍ଷ କରି ଆଜି ଉଚ୍ଚ ପଦ ରେ ପହଞ୍ଚି ପାରିଛନ୍ତି ହୃଦୟ । ଆଉ କଳା ଧନକୁ ଚିହ୍ନି ଜବତ କରୁଛନ୍ତି । ପିଲା ଦିନୁ ତାଙ୍କର ପାଠ ପଢା ପ୍ରତି ବେଶ ଆଗ୍ରହ ଥିଲା । ଖେଳକୁଦରେ ମଧ୍ୟ ଆଗରେ ଥିଲେ । ସେ କଳାହାଣ୍ଡି କପ ରେ କେନ୍ଦ୍ରାପଡା ଜିଲ୍ଲାର ନେତୃତ୍ଵ ନେଇଥିଲେ । ଭଲ ବ୍ୟାଟର ଭାବେ ପରିଚିତ ଥିବା ହୃଦୟ ଏବେ ଜଣେ ଭଲ ଅଫିସର ଅଟନ୍ତି ।

ଯେବେ କ୍ରିକେଟ ଖେଳୁଥିଲେ ତାଙ୍କୁ ଯୁବ ବାର ଭଲ ଖେଳାଳି ଭାବେ ଜାଣିଥିଲେ । ଆଉ ଆଜି ଯେଉଁ ଭଳି ଭାବେ ରେଡ କରି କଳା ଧନ କୁ ଜବତ କରିଛନ୍ତି ଆଜି ବି ତାଙ୍କୁ ନେଇ ଚର୍ଚ୍ଚା ହେଉଛି କି ଯେମିତି ଖେଳରେ ଥିଲେ ସେମିତି କଳା ଧନ ଜବତ କରିବାରେ ମାହିର ଅଛନ୍ତି । ସେ ସରକାରୀ ସ୍କୁଲରେ ପାଠ ପଢିବା ସହ ମର୍ସାଘାଇ କଲେଜରେ ଯୁକ୍ତ 2 ପାସ କରିଥିଲେ ।

ଏହା ପରେ ଉତ୍କଳ ବିଶ୍ଵ ବିଦ୍ୟାଳୟରେ ଇଣ୍ଟିଗ୍ରେଡ MCA ପାଠ ପଢିବା ସହ ୟୁପିଏସ ପାଇଁ ପ୍ରସ୍ତୁତ କରୁଥିଲେ । 2 ଥର ବିଫଳ ହେବା ପରେ ତୃତୀୟ ଥର ବିଜୟୀ ହୋଇ ଭାରତ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ବିଭାବରେ ଚାକିରି କରୁଛନ୍ତି । ଆଉ ଏବେ 400 କୋଟି ଟଙ୍କା ରେଡ ରେ ତାଙ୍କର ମହତ୍ବପୂର୍ଣ୍ଣ ଭୂମିକା ରହିଛି । ଝାଡଖଣ୍ଡର କଂଗ୍ରେସ ସାଂସଦ ତଥା ମଦ ବ୍ୟବସାୟୀ ଧୀରଜ ସାହୁ ଙ୍କ କଳା ଧନ କୁ ପଦାକୁ ଆଣିବାରେ ହୃଦୟଙ୍କର ବଡ ଭୂମିକା ରହିଛି । ଆଉ ଏବେ ସମସ୍ତେ ତାଙ୍କୁ ସମ୍ମାନ ଜଣାଉଛନ୍ତି । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ଶେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।