35 ଘଣ୍ଟାରୁ ଅଧିକ ସମୟ ହେଲାଣି ତଥାପି ଜଳୁଛି ନିଆଁ, ପୁଣି ଧୂଆଁ ବାହାରିବା ଦୃଶ୍ୟ ସାମ୍ନାକୁ ଆସିବା ପରେ ଚିନ୍ତାରେ ଅଗ୍ନିଶମ ବାହିନୀ, ଦେଖନ୍ତୁ video

ପ୍ରାୟ 35 ଘଣ୍ଟାରୁ ଅଧିକ ସମୟ ହେଲା ନିଆଁ ଲାଗିଲାଣି । ହେଲେ ଏ ଯାଏଁ ଜଳୁଛି ଶ୍ରୀକ୍ଷେତ୍ର ଆଉ ଏକଦମ ଧୂଆଁମୟ ହୋଇ ରହିଛି ବଡଦାଣ୍ଡ । ଏତେ ନିଆଁ ଓ ଧୂଆଁ ଯୋଗୁଁ ଆଖପାଖରେ ରହୁଥିବା ଲୋକ ମଧ୍ୟ ଅସ୍ତବ୍ୟସ୍ତ ହୋଇ ପଡିଲେଣି । ଗତ ବୁଧବାର ଦିନ ରାତି ପ୍ରାୟ 8ଟା ସମୟରେ ପୁରୀର ମରିଚିକୋଟ ଛକ ନିକଟରେ ଥିବା ସମ୍ରାଟ କମ୍ପ୍ଲେକ୍ସରେ କୌଣସି କାରଣରୁ ନିଆଁ ଲାଗି ଯାଇଥିଲା । ସେହି କମ୍ପ୍ଲେକ୍ସ ମଧ୍ୟରେ ଥିବା ଏକ ଡ୍ରେସ ଦୋକାନରେ ପ୍ରଥମେ ନିଆଁ ଲାଗିଥିଲା ଓ ତା’ପରେ ଏହା ଧୀରେ ଧୀରେ ସମଗ୍ର କମ୍ପ୍ଲେକ୍ସକୁ ବ୍ୟାପି ଯାଇଥିଲା ।

ତେବେ ନିଆଁ ଲାଗିବାର ପ୍ରାୟ 35 ଘଣ୍ଟା ବିତିଗଲାଣି । ହେଲେ ଏବେବି ଆୟତ୍ତକୁ ଆସି ପାରୁନି ଏହି ନିଆଁ । ଏବେବି ସେଠାରୁ ଧୂଆଁ ବାହାରୁଛି ଅଗ୍ନିଶମ ବିଭାଗର କର୍ମଚାରୀ ଏବେବି ଅକ୍ସିଜେନ ମାସ୍କ ପିନ୍ଧି ନିଆଁ ଓ ଧୂଆଁକୁ ଆୟତ୍ତ କରିବାକୁ ଚେଷ୍ଟା ଚଳାଇଛନ୍ତି । ଘଟଣାସ୍ଥଳରେ ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଅଛନ୍ତି । ସମ୍ରାଟ ମାର୍କେଟ କମ୍ପ୍ଲେକ୍ସରେ ଥିବା ପ୍ରାୟ 43ଟି ଦୋକାନ ଘର ଜଳିପୋଡି ପାଉଁଶ ହୋଇ ଯାଇଥିବା ସୂଚନା ରହିଛି ।

ଏହା ସାଙ୍ଗକୁ ସେଠାରେ ଥିବା ଏକ ଫ୍ୟାଶନ ସେଣ୍ଟର ଏବଂ ହୋଟେଲ ମଧ୍ୟ ସଂପୂର୍ଣ୍ଣ ଛାରଖାର ହୋଇଯାଇଛି । ଅଗ୍ନିଶମ ଡିଜି ଏବଂ ଗୃହ ରାଷ୍ଟ୍ରମନ୍ତ୍ରୀ ଗତକାଲି ଘଟଣାସ୍ଥଳକୁ ଯାଇ ସ୍ଥିତି ପରଖି ଥିଲେ । ନିଆଁ ଲାଗିବା ପରେ ସେଠାକାର ହୋଟେଲରେ ଥିବା କିଛି ପର୍ଯ୍ୟଟକଙ୍କୁ ଉଦ୍ଧାର କରିଥିଲେ ଅଗ୍ନିଶମ ବାହିନୀ ।

ସେ ସମସ୍ତେ ଜଗା ଦର୍ଶନ ପାଇଁ ନାସିକରୁ ଆସିଥିଲେ । ତେବେ ସମ୍ରାଟ କମ୍ପ୍ଲେକ୍ସରେ ଥିବା ଏକ ଡ୍ରେସ ଦୋକାନରୁ ସର୍ଟ ସର୍କିଟ କାରଣରୁ ନିଆଁ ଲାଗିଥିବା ନେଇ ଅନୁମାନ କରାଯାଉଛି । ବୁଧବାର ଦିନ ରାତିରେ ନିଆଁ ଆୟତ୍ତ କରା ଯାଇଥିବା ବେଳେ ନିଆଁ ଲିଭିଗଲା ବୋଲି ଅନୁମାନ କରା ଯାଇଥିଲା । ହେଲେ ଗୁରୁବାର ଦିନ ସକାଳୁ ପୁଣି ଥରେ କୁହୁଳି କୁହୁଳି ନିଆଁ ଜଳିବା ଆରମ୍ଭ ହୋଇଥିଲା ।

ନିଆଁକୁ ଆୟତ୍ତ କରିବାକୁ ଯାଇ କିଛି ଅଗ୍ନିଶମ କର୍ମଚାରୀ ମଧ୍ୟ ଆହତ ହୋଇଥିବା ଦେଖିବାକୁ ମିଳିଥିଲା । ତେବେ ସେଠାରେ ବର୍ତ୍ତମାନ ମଧ୍ୟ ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା ଚଳାଇଛନ୍ତି ଅଗ୍ନିଶମ ବାହିନୀ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।