୩ ଜଣଙ୍କର ଭେଳା ବୁଡ଼ାଇଦେଲେ ଜଣେ ୱିକେଟ୍ କିପର୍, କିଏ ଖେଳିବ କିଏ ବସିବ ଏନେଇ ଚିନ୍ତାରେ BCCI

3 ଜଣଙ୍କର ଭେଳା ବୁଡାଇ ଦେଲେ ଜଣେ ୱିକେଟ କିପର । ଟି-20 ବିଶ୍ଵକପ କିଏ ଖେଳିବ କିଏ ନାହିଁ ? ବିଶିସିଆଇ ର ମୁଣ୍ଡ ଆଉ କାମ କରୁନି । ହଁ ଦର୍ଶକ ବନ୍ଧୁ 2024 ରେ ହେବାକୁ ଯାଉଛି ଟି-20 ବିଶ୍ଵକପ । ୱେଷ୍ଟ ଇଣ୍ଡିଜ ଓ ଆମେରିକାରେ ଖେଳାଯିବ ମ୍ୟାହ । ସବୁ ଦଳ ଏବେ ପୁରା ଫର୍ମ ରେ ରହିଛନ୍ତି । ଭାରତ ଦିନିକିଆ ବିଶ୍ଵକପ ହାରିବା ପରେ ଏବେ ଟି-20 ବିଶ୍ଵକପ ଉପରେ ନଜର ରଖିଛି । ଆଉ ଏହାରି ମଧ୍ୟରେ ଭାରତୀୟ କ୍ରିକେଟ ରେ 4 ୱିକେଟ କିପର ମଧ୍ୟରେ ଆରମ୍ଭ ହୋଇଛି ଲଢେଇ ।

କିଏ ଖେଳିବ କିଏ ବସିବ ? କାରଣ ସବୁ ରହୁଛନ୍ତି ଜୋରଦାର ଫର୍ମ ରେ । ଏମିତି ଜଣେ କିପର ରହିଛନ୍ତି ଯାହାଙ୍କର ଅନୁଭବ ବହୁତ ଅଧିକ ରହିଛି । କେ ଏଲ ରାହୁଲ, ଇଶାନ, କିଶାନ, ସଞ୍ଜୁ ଶ୍ୟାମସନ ଓ ଏବେ ଏବେ ନୂଆ ହୋଇ ଦଳରେ ସାମିଲ ହୋଇଥିବା ଜିତେଶ ଶର୍ମା । ଏମାନେ ସମସ୍ତେ ହେଉଛନ୍ତି ଭାରତୀୟ ଦଳର କମ ବ୍ୟାକ ୱିକେଟ କିପର । ସମସ୍ତେ ଏବେ ଗୋଟେ ଚିନ୍ତା କରୁଛନ୍ତି ଟି-20 ବିଶ୍ଵକପ କିଏ ଖେଳିବ ?

କାରଣ ଜଣେ ହିଁ ସୁଯୋଗ ପାଇବ ପ୍ଲେଇଙ୍ଗ-11 ରେ ଖେଳିବା ପାଇଁ । ସେହି ଜଣକ କିଏ ହେବ ଏହାକୁ ନେଇ ଏହି 4 ୱିକେଟ କିପର ଙ୍କର ଏବେ ଚିନ୍ତା ବଢି ଯାଇଛି । ସେଥିପାଇଁ ସାଉଥ ଆଫ୍ରିକା ମ୍ଯାଚରେ ଇଶାନ ଙ୍କୁ ଛାଡି ଦେଲେ ଅନ୍ୟ 3 ଜଣ ଭଲ ପ୍ରଦର୍ଶନ କରିବାକୁ ଚାହିଁବେ । ଯେମିତି ବିଶିସିଆଇ ସେମାନଙ୍କୁ ଟି-20 ବିଶ୍ଵକପରେ ନେବା ପାଇଁ ବାଧ୍ୟ ହେବ ।

କେ ଏଲ ରାହୁଲ ବିଶ୍ଵକପ ରେ ତାଙ୍କର ଜୋରଦାର ଫର୍ମ ଦେଖାଇ ଚର୍ଚ୍ଚା ରେ ରହିଛନ୍ତି । ୱିକେଟ କିପିଙ୍ଗ ରେ ମଧ୍ୟ ବହୁତ ଉନ୍ନତି କରିଛନ୍ତି କେ ଏଲ ରାହୁଲ । ତେବେ ବିଶ୍ଵକପରେ ବିଶିସିଆଇ ରାହୁଲ ଙ୍କୁ କେବେ ବି ବସାଇବାକୁ ଚିନ୍ତା କରିବ ନାହିଁ । ଆଉ ବାକି 3 ଜଣ ଇଶାନ କିଶାନ, ସାଞ୍ଜୁ ଓ ଜିତେଶ ଏମାନଙ୍କ ମଧ୍ୟରୁ ଇଶାନ କିଶାନ ଓ ସଞ୍ଜୁ ଶ୍ୟାମସନ ହିଁ ବିଶ୍ଵକପ ଖେଳିବାକୁ ଯୋଗ୍ୟ ହୋଇ ପାରନ୍ତି ।

କାରଣ ଉଭୟଙ୍କର ୱାନ ଡେ ଓ ଟି 20 ରେ ବହୁତ ରେକର୍ଡ ଓ ଅନୁଭବ ରହିଛି । ଯଦି ଜିତେଶ ଙ୍କ କଥା କହିବା ତେବେ ସେ ଏବେ ଭଲ ଫର୍ମ ରେ ରହିଛନ୍ତି । ତାଙ୍କର ଦମଦାର ବ୍ୟାଟିଂ ସମସ୍ତଙ୍କୁ ବେସ ପସନ୍ଦ ଆସିଛି ।  ବିଶିସିଆଇ ମଧ୍ୟ ଜିତେଶ ଙ୍କ ଉପରେ ଖାସ ନଜର ରଖିଛି । ଯଦି ସେ ସାଉଥ ଆଫ୍ରିକା ରେ ଭଲ ପ୍ରଦର୍ଶନ କରନ୍ତି ତେବେ କେ ଏଲ ରାହୁଲ, ଇଶାନ କିଶାନ ଓ ସଞ୍ଜୁ ଶ୍ୟାମସନ ଙ୍କ ଭେଳା ବୁଡି ଯାଇପାରେ । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।