ଅବିଶ୍ଵସନୀୟ ! 25 ଥର ବେଦୀରେ ବସିଲେଣି ଏହି ଅଭିନେତ୍ରୀ, ଭାଙ୍ଗିଲେ ସବୁ ପୁରୁଣା ରେକର୍ଡ, ଜାଣିଲେ ଆଶ୍ଚର୍ଯ୍ୟ ହେବେ !

ସୁନ୍ଦରତା ଓ ଅଭିନୟ ପାଇଁ ଅନେକ ପ୍ରଶଂସା ସାଉଁଟୁଥିବା ଏହି ଅଭିନେତ୍ରୀ ଜଣକ 25 ଥର ବେଦୀରେ ବସି ସାରିଲେଣି । ଆଉ ଏନେଇ ସେ ରେକର୍ଡ ଭାଙ୍ଗିଛନ୍ତି । କଳାକାର ମାନେ ଉଭୟ ରିଲ୍ ଓ ରିୟଲ ଲାଇଫକୁ ନେଇ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି । ପରଦାରେ ଅଭିନେତା ଓ ଅଭିନେତ୍ରୀ ମାନେ ଅନେକ ଚରିତ୍ରରେ ଅଭିନୟ କରିଥାନ୍ତି । ସେଥିମଧ୍ୟରୁ ସେମାନେ ପରଦାରେ ବରକନ୍ଯା ସାଜିବା ଏକ ସାଧାରଣ କଥା । ହେଲେ ଏମାନେ ବାସ୍ତବ ଜୀବନରେ ଗୋଟିଏ ଥର ଜୀବନସାଥି ବାଛିଥାନ୍ତି ।

ଆଉ ଏହି ଅଭିନେତ୍ରୀ ଜଣକ ବାସ୍ତବ ଜୀବନରେ ଏ ଯାଏଁ ବିବାହ କରି ନଥିଲେ ମଧ୍ୟ ରିଲ୍ ଲାଇଫରେ 25 ଥର ବେଦୀରେ କନ୍ୟା ହୋଇ ବସି ରେକର୍ଡ କରିଛନ୍ତି । ଆମେ କହୁଛୁ ଲୋକପ୍ରିୟ ଭୋଜପୁରୀ ଅଭିନେତ୍ରୀ ଚାନ୍ଦିନୀ ସିଂଙ୍କ ବିଷୟରେ । ରିୟଲ ଲାଇଫରେ ବାହା ହୋଇ ନଥିବା ଚାନ୍ଦିନୀ ରିଲ୍ ଲାଇଫରେ କିନ୍ତୁ 25 ଥର ବେଦିରେ ବସି ସାରିଲେଣି । ଫିଲ୍ମ “ମେହେନ୍ଦି କେ ରଙ୍ଗ୍ ପିୟା କେ ସଙ୍ଗ୍” ଶୁଟିଙ୍ଗ ସେଟ ରୁ ଆସିଥିବା ଫଟୋରେ ଚାନ୍ଦିନୀ ବୋହୂ ଭେଶରେ ସଜ ହୋଇଥିବା ଦେଖିବାକୁ ମିଳିଛି ।

ନିଜ ଅଭିନୟ ଜୀବନରେ 25 ଥର କନ୍ୟା ସାଜି ବହୁ ପୁରୁଣା ଅଭିନେତ୍ରୀଙ୍କ ରେକର୍ଡ ଭାଙ୍ଗି ସାରିଲେଣି 29 ବର୍ଷୀୟ ଅଭିନେତ୍ରୀ ଚାନ୍ଦିନୀ । ଏହା ପୂର୍ବରୁ ଚାନ୍ଦିନୀଙ୍କୁ ସେଶରୀ ଜିନ୍ଦାବାଦରେ ମଧ୍ୟ ବୋହୂ ରୂପରେ ଦେଖିବାକୁ ମିଳିଥିଲା । ନିଖୁଣ ଅଭିନୟ ପାଇଁ ଦର୍ଶକଙ୍କ ମନ ଜିଣି ପାରିଛନ୍ତି ଚାନ୍ଦିନୀ ।

ଭୋଜପୁରୀ ଅଭିନେତା ପବନ ସିଂ, ଅରବିନ୍ଦ ଆକିଲାକାଲୁ ଏବଂ ଅଙ୍କୁଶ ରାଜ୍ ଙ୍କ ଭଳି ବଡ ବଡ ଷ୍ଟାରଙ୍କ ସହ କାମ କରିଛନ୍ତି ଚାନ୍ଦିନୀ । ସେ ବଲିଉଡ ଅଭିନେତ୍ରୀ ସୁସ୍ମିତା ସେନ, ମଲାଇକା ଅରୋରା ଏବଂ ବିପାଶା ବାସୁଙ୍କ ଭଳି ଅଭିନେତ୍ରୀଙ୍କୁ ବେଶ ଅନୁସରଣ କରନ୍ତି । ଚାନ୍ଦିନୀ ବାସ୍ତବ ଜୀବନରେ ନିଜ ଫିଟନେସକୁ ଖୁବ ଗୁରୁତ୍ଵ ଦିଅନ୍ତି । ତେଣୁ ଅଭିନୟ ସହ ଏହି ବଲିଉଡ ଅଭିନେତ୍ରୀଙ୍କ ଫିଟନେସକୁ ମଧ୍ୟ ସେ ଅନୁସରଣ କରନ୍ତି ।

ନିଜ ଅଭିନୟକୁ ନେଇ ଅନେକ ସମୟରେ ଚର୍ଚ୍ଚାର ପରିସରରେ ରହିଥାନ୍ତି ଚାନ୍ଦିନୀ । ସେ ଅନେକ ହିଟ୍ ଭୋଜପୁରୀ ଆଲବମରେ କାମ କରିବା ସହ ଅନେକ ଚଳଚ୍ଚିତ୍ରରେ ମଧ୍ୟ ଆକ୍ମ କରି ସାରିଲେଣି । ଆଉ 25 ଥର ବେଦୀରେ ବସି ସେ ଏବେ ପୁଣି ଥରେ ଚର୍ଚ୍ଚାରେ ରହିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।