ମାତ୍ର ୨୫ ବର୍ଷ ବୟସରେ ୨୨ ପିଲାର ମାଆ, ଆହୁରି ୮୩ ପିଲା ଜନ୍ମ କରିବାର ରଖିଛନ୍ତି ଟାର୍ଗେଟ । ବର୍ତ୍ତମାନ ଦୁନିଆରେ ମହଙ୍ଗା ମାଡ ଲାଗି ରହିଛି । ସବୁ ଜିନିଷର ହୁ ହୁ ହୋଇ ଦାମ୍ ବଢୁଥିବା ବେଳେ ପ୍ରାୟତଃ ସମସ୍ତ ପରିବାର ଏହି ସମସ୍ଯାକୁ ନେଇ ଚିନ୍ତିତ ରହୁଛନ୍ତି । ସାରା ବିଶ୍ବରେ ପରିବାର ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ଏମିତିରେ ଆଶ୍ଚର୍ଜ୍ୟଜନକ ଖୁଲାସା କରିଛନ୍ତି ଜଣେ ମହିଳା । ନିଜ ସନ୍ତାନଙ୍କୁ ନେଇ ସେ ଏହି ଖୁଲାସା କରିଛନ୍ତି ।

ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ମାତ୍ର ୨୫ ବର୍ଷ ବୟସରେ ୨୨ଟି ସନ୍ତାନ ଜନ୍ମ ଦେଇଛନ୍ତି ଏହି ମହିଳା । କିନ୍ତୁ ଏତିକିରେ ତାଙ୍କ ମନ ସନ୍ତୁଷ୍ଟ ହୋଇନାହିଁ । ସେ ଆହୁରି ୮୨ ସନ୍ତାନ ଜନ୍ମ ଦେବାକୁ ଚାହୁଁଛନ୍ତି । ଏହି ମହିଳାଙ୍କ କଥା ଶୁଣିଲେ ଲୋକେ ଆଶ୍ଚର୍ଯ୍ୟ ହୋଇ ପାଟିରେ ହାତ ଦେଇ ଦିଅନ୍ତି । “ଦି ସନ୍” ୱେବସାଇଟ ଅନୁଯାୟୀ ବ୍ରିଟେନରେ ରହୁଥିବା ଏହି ମହିଳାଙ୍କ ନାମ ହେଉଛି କ୍ରିଷ୍ଟିନା ଓଷ୍ଟକସ୍ । ସେ ଜଣେ କୋଟିପତି ପୁରୁଷଙ୍କୁ ବିବାହ କରିଛନ୍ତି ।
୨୦୧୪ ରେ କ୍ରିଷ୍ଟିନାଙ୍କୁ ମାତ୍ର ୧୭ ବର୍ଷ ହୋଇଥିଲା, ଆଉ ସେତେବେଳେ ସେ ଏକ ଶିଶୁ କନ୍ୟାଙ୍କୁ ଜନ୍ମ ଦେଇଥିଲେ । ସେତେବେଳେ ଝିଅର ଚିତ୍କାର ଏବଂ ଖେଳିବାକୁ ତାଙ୍କୁ ଏତେ ପସନ୍ଦ ହେଲା ଯେ ସେମାନେ ୧୦୫ ରୁ ଅଧିକ ପିଲା ଜନ୍ମ କରିବାର ଲକ୍ଷ୍ୟ ରଖିବାକୁ ସ୍ଥିର କରିଥିଲେ । କିନ୍ତୁ ମାନବ ଶାରୀରିକ ବିଜ୍ଞାନ ଅଧୀନରେ ଏହା ସମ୍ଭବ ନୁହେଁ ।

ତେଣୁ ସେ ସରୋଗେସୀର ରାସ୍ତା ବାଛିଥିଲେ । କ୍ରିଷ୍ଟିନା ଓ ତାଙ୍କ ସ୍ଵାମୀଙ୍କ ଇଚ୍ଛା ପୂରଣ କରିବା ପାଇଁ ସେ ସରୋଗେସୀ କରୁଥିବା କମ୍ପାନୀ ଗୁଡିକୁ ଏଥିପାଇଁ ନିଯୁକ୍ତି ଦେଇଥିଲେ । ଯାହାପରେ ଏଥିପାଇଁ ଇଚ୍ଛୁକ ଥିବା ବିଭିନ୍ନ ମହିଳା ଗର୍ଭରେ ଫର୍ଟିଲାଇଜ କରା ଯାଇଥିଲା । ଆଉ ଏହି ପ୍ରକ୍ରିୟା ମାଧ୍ୟମରେ ଏହି ଦମ୍ପତ୍ତି ଏ ପର୍ଯ୍ୟନ୍ତ ୨୧ଟି ସନ୍ତାନ ଜନ୍ମ ଦେଇଥିବା ବେଳେ ବର୍ତ୍ତମାନ ତାଙ୍କର ମୋଟ ୨୨ଟି ସନ୍ତାନ ଅଛନ୍ତି । ସେମାନଙ୍କ ଲକ୍ଷ୍ୟ ପୂରଣ ପାଇଁ ଆହୁରି ୮୩ ପିଲା ଜନ୍ମ କରିବାକୁ ଚାହୁଁଛନ୍ତି ଏହି ଦମ୍ପତ୍ତି ।
ଏଥିପାଇଁ ସେମାନେ ବର୍ତ୍ତମାନେ ଯାଏଁ ଶହେ ଲକ୍ଷ ଡଲାର ଅର୍ଥାତ ପ୍ରତି ପିଲା ପଛରେ ୮ ଲକ୍ଷ ଟଙ୍କା ଲେଖାଏଁ ଖର୍ଚ୍ଚ କରି ସାରିଲେଣି । ତେବେ କ୍ରିଷ୍ଟିନା କହିଛନ୍ତି ତାଙ୍କର ପୁରା ଦିନ ତାଙ୍କ ପିଲା ମାନଙ୍କର ଯତ୍ନ ନେବାରେ ଅତିବାହିତ ହେଉଛି । ଆଉ ସେ ବହୁତ ଖୁସି ଅଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।