ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଏବେ ଲଘୁଚାପର ରୂପ ନେଇ ସାରିଲାଣି । ଆଉ ଏହା ଏବେ ବାତ୍ୟା ରୂପ ନେଇ ଆଗକୁ ଗତି କରିବ । ଆଉ ଆଣ୍ଡାମାନ ଉପକୂଳରେ ବର୍ଷର ଏହି ପ୍ରଥମ ବାତ୍ୟା ‘ଅସାନି’ ମାଡ ହୋଇପାରେ ବୋଲି ଆକଳନ କରାଯାଉଛି । ସ୍ଥଳଭାଗ ଛୁଇଁ ବାଂଲାଦେଶ ଓ ମିଆଁମାର ଆଡେ ଏହି ବାତ୍ୟା ମୁହାଁଇବ । ବଙ୍ଗୋପସାଗରର ଦକ୍ଷିଣ- ପୂର୍ବ ଅଞ୍ଚଳରେ ବାତ୍ୟାର ପ୍ରଭାବ ପଡିବ । ବଙ୍ଗୋପସାଗରରେ ସୃଷ୍ଟ ଏହି ଲଘୁଚାପ ବାତ୍ୟାର ରୂପ ନେଇ ଆଗକୁ ଗତି କରିବ ।

ଆଉ ଆସନ୍ତା ୨୧ ତାରିଖରେ ଆଣ୍ଡାମାନ ନିକୋବରରେ ବାତ୍ୟା ସ୍ଥଳଭାଗ ଛୁଇଁବା ପରେ ବାଂଲାଦେଶ ଏବଂ ମିଆଁମାର ଆଡକୁ ଗତି କରିବ । ୨୦୨୨ ମସିହାର ପ୍ରଥମ ବାତ୍ୟା ‘ଅସାନି’ କୁ ନେଇ ଏଭଳି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ବଙ୍ଗୋପସାଗରରେ ଥିବା ଲଘୁଚାପ ଆସନ୍ତା ୧୯ ତାରିଖ ସୁଦ୍ଧା ଦକ୍ଷିଣ- ପୂର୍ବ ବଙ୍ଗୋପସାଗର ଓ ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ଏକ ଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହେବ ।
ପରେ ଏହା ଉତ୍ତର- ପଶ୍ଚିମ ଦିଗରେ ଗତି ୨୦ ତାରିଖ ସୁଦ୍ଧା ଆଣ୍ଡାମନ ଓ ନିକୋବର ଦ୍ବୀପପୁଞ୍ଜ ଉପକୂଳରେ ଏକ ଡ୍ରିପ୍ରେସନରେ ପରିଣତ ହେବ । ଆଉ ୨୧ ମାର୍ଚ୍ଚ ସୁଧା ଏହା ଆହୁରି ଘନୀଭୂତ ହୋଇ ବାତ୍ୟାର ରୂପ ନେବ ବୋଲି ଭାରତୀୟ ପାଣିପାଗ ବିଭାଗ ଦ୍ଵାରା ପୂର୍ବାନୁମାନ କରାଯାଇଛି । ତେବେ ଶ୍ରୀଲଙ୍କା ପାଣିପାଗ ବିଭାଗ ପକ୍ଷରୁ ଏହି ବାତ୍ୟାର ନାଁ ‘ଅସାନି’ ବୋଲି ରଖାଯାଇଛି ।

ଆଉ ଏହାକୁ ୨୦୨୨ ମସିହାର ପ୍ରଥମ ବାତ୍ୟାର ମାନ୍ୟତା ମଧ୍ୟ ଦିଆଯାଇଛି । ଗତବର୍ଷ ଓଡିଶା ଓ ଆନ୍ଧ୍ରପ୍ରଦେଶକୁ ପ୍ରଭାବିତ କରିଥିବା ବାତ୍ୟା ‘ଜୱାଦ’ ର ନାମକରଣ ସାଉଦି ଆରବ ଦ୍ଵାରା କରା ଯାଇଥିଲା । ଆଉ ତା’ ପୂର୍ବରୁ ଆସିଥିବା ବାତ୍ୟା ‘ସାହୀନ’ ର ନାଁ ଦେଇଥିଲା କତାର । ଆଉ ଅସାନି ପରେ ଯଦି ଆଉ କୌଣସି ବାତ୍ୟା ଆସେ ତେବେ ତାହାର ନାମକରଣ କରିବ ଥାଇଲାଣ୍ଡ । ତେବେ ବର୍ତ୍ତମାନ ଏହି ବାତ୍ୟା ‘ଅସାନି’ ଦେଶର ଚିନ୍ତା ବଢାଇଛି ।
ପୂର୍ବରୁ ଏହି ବାତ୍ୟା ଓଡିଶା ଉପକୂଳ ଦେଇ ଗତି କରିବା ନେଇ ଆଶଙ୍କା କରା ଯାଉଥିଲେ ମଧ୍ୟ ଗତିପଥ ସ୍ପଷ୍ଟ ହେବା ପରେ ଓଡିଶା ଉପରେ ଏହାର ବିଶେଷ ପ୍ରଭାବ ପଡିବ ନାହିଁ ବୋଲି ସୂଚନା ଦେଇଛନ୍ତି ଭାରତୀୟ ପାଣିପାଗ ବିଭାଗ । ଯାହା ପରେ ଓଡିଶାବାସୀ ଆଶ୍ଵସ୍ତିରେ ଅଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର ଅକରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।