2030 ବେଳକୁ ଆଉ ନଥିବ ସ୍ମାର୍ଟଫୋନ, AR VR ଟେକ୍ନୋଲୋଜି ଯୋଗୁଁ ଏମିତି ବଦଳିଯିବ ଭବିଷ୍ୟତ ଦୁନିଆ, ବଡ ସୂଚନା ଦେଲେ Nokia CEO Pekka Lundmark !

ସ୍ମାର୍ଟଫୋନକୁ ନେଇ ଆସିଲା ବଡ ଖବର । ଏଥର ଆପଣଙ୍କ ମୁଣ୍ଡ କରିବ ସ୍ମାର୍ଟଫୋନର କାମ । କାରଣ 2030 ହେବ ସ୍ମାର୍ଟଫୋନ ପାଇଁ ମୃ-ତ୍ୟୁ-ର ବର୍ଷ । ଖୁବ ଶୀଘ୍ର ବଦଳିଯିବ ଟେକ୍ନୋଲୋଜିର ଭବିଷ୍ୟତ । ଆଜିକାଲି ସମସ୍ତେ ସ୍ମାର୍ଟଫୋନ ବ୍ୟବହାର କରୁଛନ୍ତି ଓ ଫୋନ ବିନା ବଞ୍ଚିବା ଲୋକଙ୍କ ପାଇଁ ଏକପ୍ରକାର ଅସମ୍ଭବ ହୋଇଗଲାଣି । ଏମିତି ସ୍ଥିତିରେ ଆପଣଙ୍କୁ କେହି ସ୍ମାର୍ଟଫୋନ ଛାଡିବା ପାଇଁ କହିଲେ ଆପଣ ଛାଡ଼ିପାରିବେ କି ? ନିଶ୍ଚୟ ଆପଣଙ୍କ ଉତ୍ତର ଆସିବ ନାହିଁ ।

କାରଣ ସମ୍ପର୍କ ସ୍ଥାପନ ବା ଯୋଗାଯୋଗ ପାଇଁ ହେଉ କିମ୍ବା କୌଣସି କାମ ପାଇଁ ସ୍ମାର୍ଟଫୋନର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କାମ ଠାରୁ ଆରମ୍ଭ କରି ସ୍ମାର୍ଟଫୋନ ପର୍ଯ୍ୟନ୍ତ ସବୁଥିରେ ସ୍ମାର୍ଟଫୋନ ହାତରେ ଦରକାର ପଡୁଛି । ଏମିତି ସମୟରେ ଯଦି କେହି ଆପଣଙ୍କୁ କୁହେ କି, ଆଉ କେଇଟା ବର୍ଷ ପରେ ହାତରେ ଆଉ ସ୍ମାର୍ଟଫୋନ ନଥିବ ତେବେ ଆପଣ ଶୁଣିଲେ ବିଚଳିତ ହୋଇଯିବେ । ଏହାକୁ କେବଳ ଗପ ବୋଲି ଭାବି ଆପଣ ବି ବିଶ୍ବାସ କରିବେନି ।

ତେବେ ପ୍ରକୃତରେ ଏହା ହିଁ ସତ । ବର୍ତ୍ତମାନ ଟେକ୍ନୋଲୋଜି ଯେଉଁ ଭଳି ଭାବେ ଉନ୍ନତି କରିଚାଲିଛି ଆଉ ସାତ ବର୍ଷ ପରେ ହୁଏତ କାହା ହାତରେ ଆଉ ସ୍ମାର୍ଟଫୋନ ରହିବ ନାହିଁ ବୋଲି କୁହାଯାଉଛି । କାରଣ ହୁଏତ ସ୍ମାର୍ଟଫୋନର ସ୍ମାର୍ଟ ଚିପ୍ ଆପଣଙ୍କ ମସ୍ତିଷ୍କରେ ଲାଗି ସାରିଥିବ । ନୋକିଆ କମ୍ପାନୀର ସିଇଓ ପେକ୍କା ଲୁନମାର୍କ ଙ୍କ କହିବାନୁସାରେ 2023 ବେଳକୁ ସ୍ମାର୍ଟଫୋନ ଅତୀତର କଥା ହୋଇ ସାରିଥିବ ।

ଅର୍ଥାତ 2030 ବେଳକୁ ଆମ ଶରୀର ଭିତରେ ଅନେକ ପ୍ରକାରର ଡିଭାଇସ ଇମପ୍ଳାଣ୍ଟ ହୋଇ ସାରିଥିବ । ୱାର୍ଲ୍ଡ ଇକୋନୋମିକ ଫୋରମର ପ୍ୟାନେଲରେ ସେ କହିଛନ୍ତି, ଆଗାମୀ ଶତାବ୍ଦୀ ବେଳକୁ ସ୍ମାର୍ଟଫୋନର ଚିହ୍ନ ବର୍ଣ୍ଣ ଲୋପ ପାଇଯିବ ଏବଂ 6ଜି କମର୍ଶିଆଲ ବ୍ୟବହାର ମଧ୍ୟ ଆରମ୍ଭ ହୋଇ ସାରିଥିବ । ଆଜି ଆମେ ସ୍ମାର୍ଟଫୋନକୁ ଯେମିତି ଜାଣୁଛୁ ସେତେବେଳେ ତାହା ସେମିତି ରୂପରେ ନଥିବ ।

ଅନେକ ଡିଭାଇସ ସବୁ ଆମ ଶରୀର ଭିତରେ ସ୍ଥାନ ନେବ ଏବଂ ସ୍ମାର୍ଟଫୋନର ବ୍ୟବହାର ଏକ ଭିନ୍ନ ଶୈଳୀରେ ହେବ । ତେବେ କେଉଁ ଟେକ୍ନୋଲୋଜି ସବୁ ସ୍ମାର୍ଟଫୋନର ସ୍ଥାନ ନେବ ସେ ସମ୍ବନ୍ଧରେ ଲୁନମାର୍କ କିଛି ସ୍ପଷ୍ଟ କହିନାହାନ୍ତି । 2023 ସୁଦ୍ଧା 6ଜି ର ଟେକ୍ନିକାଲ ଆବଶ୍ୟକତା ଅନେକାଂଶରେ ବଦଳିଯିବ ଫଳରେ ବଡ ସ୍ତରରେ କମ୍ପ୍ୟୁଟିଂ ପାୱାର ଓ ଫାଷ୍ଟେଟ ନେଟୱାର୍କ ସ୍ପିଡ ଆବଶ୍ୟକତା ହେବ ।

ଯାହା ବର୍ତ୍ତମାନର ନେଟୱାର୍କ ଠାରୁ ପ୍ରାୟ 100 ରୁ 1000 ଗୁଣ ଅଧିକ ତୀବ୍ର ହେବ ବୋଲି କୁହାଯାଉଛି । ଏକ ଅନୁମାନ ଅନୁସାରେ 20250 ସୁଦ୍ଧା ଲୋକେ ସ୍ମାର୍ଟଫୋନ ବ୍ୟବହାର ଏକଦମ ବନ୍ଦ କରିଦେବେ । ଏହା ବଦଳରେ ସେମାନଙ୍କ ମସ୍ତିଷ୍କ ସିଧାସଳଖ ଇଣ୍ଟରନେଟ ସହ ଯୋଡି ହେବ । ଆଡଭାନ୍ସ ବ୍ରେନ କମ୍ପ୍ୟୁଟର ଇଣ୍ଟରସେକ୍ସନ ଜରିଆରେ ମାନବ ମସ୍ତିଷ୍କକୁ ଇଣ୍ଟରନେଟ ସହ ଯୋଡାଯିବ ।

ଯେଉଁ ସୂଚନା ଦରକାର ତା’ ସମ୍ବନ୍ଧରେ କେବଳ ଭାବିବା ମାତ୍ରେ ସବୁ କାମ ହୋଇଯିବ । ନର୍ମାଲ ବ୍ରେନ ଫଙ୍କସନ ସହ ଏଆଇ ଆଲଗୋରିଦିମ ମଧ୍ୟ କାର୍ଯ୍ୟ କରିବ ବୋଲି ଅନୁମାନ କରାଯାଉଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।