2024 IPL ରେ ନୂଆ ଖେଳାଳି ଭାବେ ଖେଳିବେ ଝାଡଖଣ୍ଡର ଏହି ଆଦିବାସୀ ପୁଅ ।

ନମସ୍କାର ବନ୍ଧୁଗଣ । ଆଇପିଏଲ ରେ ଜଲୱା ଦେଖାଇବେ ଝାଡଖଣ୍ଡର ଆଦିବାସୀ ପୁଅ । ଝାଡଖଣ୍ଡ ଭଳି ଛୋଟ ସହରରୁ ଆସି ଏବେ କ୍ରିକେଟରେ ନିଜର କମାଲ ଦେଖାଇଲେ ରବୀନ ମିଞ୍ଜ । ଛୋଟ ସହରରୁ ସେ ଦେଖିଥିଲେ ବଡ କ୍ରିକେଟର ହେବାର ସ୍ଵପ୍ନ । ଯାହା ଏବେ ପୂରଣ ହେବାକୁ ଯାଉଛି । ହକି ଫୁଟବଲରେ ସାରା ବିଶ୍ବରେ ଦବଦବା ରଖିଥିବା ଝାଡଖଣ୍ଡର ଆଦିବାସୀ ଖେଳାଳି ଏବେ ଆଇପିଏଲରେ ପାଦ ଥାପିବାକୁ ଯାଉଛନ୍ତି ।

ଝାଡଖଣ୍ଡର ପ୍ରଥମ ଆଦିବାସୀ ଖେଳାଳୀ ଭାବେ ଆଇପିଏଲ ଖେଳାଳୀ ଭାବେ ଚୟନ ହୋଇଛନ୍ତି ରବୀନ ମିଞ୍ଜା । ରବୀନ ଙ୍କୁ ଗୁଜୁରାଟ ଟାଇଟନ୍ସ ନିଜ ଟିମ ରେ ସାମିଲ କରିଛି । ଗୁଜୁରାଟ ରବୀନ ଙ୍କୁ 3 କୋଟି 60 ଲକ୍ଷ ଟଙ୍କାରେ କିଣିଛି । 2024 ଆଇପିଏଲରେ ଆଦିବାସୀ ପୁଅ ରବୀନଙ୍କୁ ଦେଖିବାକୁ ମିଳିବ । ଏଥର ଆଇପିଏଲରେ ହୋଇଛି ଟଙ୍କାର ବର୍ଷା । କେବଳ ବିଦେଶୀ ଖେଳାଳି ନୁହେଁ ଭାରତର ଯୁବ କ୍ରିକେଟର ମଧ୍ୟ ଫ୍ରାଞ୍ଚାଇଚ ଙ୍କ ପସନ୍ଦ ପାଲଟିଛନ୍ତି ।

ଏଣୁ ଯୁବ କ୍ରିକେଟରଙ୍କୁ କୋଟି କୋଟି ଟଙ୍କାରେ କିଣିଛନ୍ତି ଆଇପିଏଲ ଟିମ । ଏହାରି ମଧ୍ୟରେ ଜଣେ ହେଉଛନ୍ତି ରବୀନ ମିଞ୍ଜ ଯାହାଙ୍କୁ ଗୁଜୁରାଟ ଟାଇଟନ୍ସ ଏଠାରେ ସାମିଲ କରିଛି । ରବୀନ ଙ୍କ ବାପା ଜଣେ ପୂର୍ବତନ ସେନା ଅଧିକାରୀ । ଆଉ ଏବେ ସେ ଭିର୍ସାମୁଣ୍ଡା ଏୟାରପୋର୍ଟ ରେ କାର୍ଯ୍ୟରତ ଅଛନ୍ତି । ରବୀନ ଙ୍କ ବାପା ତାଙ୍କର ପ୍ରଥମ କୋଚ ବୋଲି ସେ କହିଛନ୍ତି । 21 ବର୍ଷୀୟ ରବୀନ ମିଞ୍ଜ 10ମ ପରେ କ୍ରିକେଟ ଖେଳରେ ପୁରା ସମୟ ଦେଇଥିଲେ ।

ମୁମ୍ବାଇ ଇଣ୍ଡିଆନ୍ସ ର ୟୁକେ ଗସ୍ତ ସମୟରେ ତାଙ୍କୁ ଖୋଜା ପଡିଥିଲା । ଯାହା ତାଙ୍କ ଆତ୍ମବିଶ୍ବାସକୁ ଦୁଇ ଗୁଣିତ କରିଥିଲା । ସେ ପ୍ରଥମ ଶ୍ରେଣୀ କ୍ରିକେଟ ନ ଖେଳିଥିଲେ ମଧ୍ୟ ଝାଡଖଣ୍ଡ ତରଫରୁ ଅଣ୍ଡର-19 ଓ 25 ଟିମ ରେ ଅଧିନାକାୟତ୍ଵ କରିଛନ୍ତି । ରବୀନ ସେତେବେଳେ ସାମନାକୁ ଆସିଥିଲେ ଯେବେ ସେ ଅଣ୍ଡର-19 ଖେଳୁଥିବା ସମୟରେ 60 ରଣ ର ଧୂଆଁଦାର ପାଳି ଖେଳିଥିଲେ ।

ଯେଉଁଥିରେ 5ଟି ବିଶାଳ ଚକା ରହିଥିଲା । ଏବେ ରବୀନ ମିଞ୍ଜ ଙ୍କୁ ଝାଡଖଣ୍ଡର ନୂଆ ଧୋନୀ ବୋଲି କୁହା ଯାଉଛି । କାରଣ ଧୋନୀ ଙ୍କ ସହ ତାଙ୍କର ଅନେକ ସାମଞ୍ଜସ୍ଯ ରହୁଛି । ରବୀନ ମିଞ୍ଜ ଧୋନୀ ଙ୍କ ଭଳି କିପର ଓ ବ୍ୟାଟ୍ସମ୍ୟାନ ଅଟନ୍ତି । ମହେନ୍ଦ୍ର ସିଂ ଧୋନୀ ଓ ରବୀନ ମିଞ୍ଜ ଙ୍କ କୋଚ ମଧ୍ୟ ସମାନ । ସେହିପରି ଧୋନୀ ଙ୍କ ଭଳି ରବୀନ ଛୋଟ ଗାଁ ରୁ ଆସି ଡେବ୍ୟୁ କରିବେ ।

ତେବେ ରବୀନ ଧୋନୀ ଙ୍କୁ ନିଜର ଆଦର୍ଶ ଭାବେ ମାନନ୍ତି । ଏବେ ଦେଖିବାକୁ ବାକି ରହିଲା ଝାଡଖଣ୍ଡର ଛୋଟ ଗାଁ ରୁଅ ଆସିଥିବା ଏହି କ୍ରିକେଟର ଜଣକ ସତରେ କଣ ଆଉ ଗୋଟେ ଧୋନୀ ହୋଇ ପାରିବେ କି ନାହିଁ । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।