2023 ବିଶ୍ଵକପ ଜିତିବା ଦଳ କୁ କେତେ ଟଙ୍କା ଅର୍ଥ ରାଶି ପ୍ରଦାନ କରିବ ICC ? ଜାଣନ୍ତୁ ସଂପୂର୍ଣ୍ଣ ବିବରଣୀ ।

ନମସ୍କାର ବନ୍ଧୁଗଣ । ଶେଷ ପର୍ଯ୍ୟାୟ ରେ ପହଞ୍ଚି ସାରିଛି ଦିନିକିଆ ବିଶ୍ଵକପ । ଆସନ୍ତା ରବିବାର ଦିନ ଅହମଦାବାଦ ରେ ବିଶ୍ଵକପ ଫାଇନାଲ ମ୍ଯାଚ ଖେଳା ଯିବାକୁ ଥିବା ବେଳେ ଏହି ମ୍ଯାଚ ରେ ମୁହାଁ ମୁହିଁ ହେବେ ଭାରତ ଓ ଅଷ୍ଟ୍ରେଲିୟା । ଗୋଟେ ପଟେ ରୋହିତ ବାହିନୀ ଅପରାଜୟ ରହି ଫାଇନାଲ ରେ ଏଣ୍ଟ୍ରି କରିଥିବା ବେଳେ ଅନ୍ୟ ପଟେ ବହୁତ ଘାତକ କୁ ପାର କରି ଫାଇନାଲ ରେ ସ୍ଥାନ ପକ୍କା କରିଛି ଅଷ୍ଟ୍ରେଲିୟା ।

ଏଥର ବିଶ୍ଵକପ ଫାଇନାଲ ରେ ଦୁଇ ଦଳ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିପାରେ ବୋଲି ଚର୍ଚ୍ଚା ହେଉଛି । ବିଶ୍ଵକପ କଥା ଆସିଲେ ପ୍ରାଇସ ମନି ର କଥା ମନକୁ ଆସିଥାଏ । ଆଜି ଆମେ ଆପଣଙ୍କୁ ବିଶ୍ଵକପ ପ୍ରାଇସ ମନି ର ଏମିତି କିଛି ତଥ୍ୟ ବିଷୟରେ କହିବୁ । ଭାରତ ଓ ଅଷ୍ଟ୍ରେଲିୟା ମଧ୍ୟରୁ ଯିଏ ବିଜେତା ହେବ ତାଙ୍କୁ ICC ପୁରସ୍କାର ବାବଦ କୁ 4 ମିଲିୟନ ଡଲାର ପ୍ରଦାନ କରିବ ।

ଯାହାର ମୂଲ୍ୟ ଭାରତୀୟ ମୁଦ୍ରା ଅନୁଯାୟୀ 33 କୋଟି ଟଙ୍କା । ସେହିଭଳି ବିଶ୍ଵକପ ରେ ପରାଜିତ ହୋଇ ରନର୍ସ ହେଉଥିବା ଟିମ କୁ ମଧ୍ୟ ପୁରସ୍କାର ପ୍ରଦାନ କରିଥାଏ ICC । ଏଥର ICC ପରାଜିତ ଟିମ କୁ 2 ମିଲିୟନ ଡଲାର ଅର୍ଥାତ ଭାରତୀୟ ମୁଦ୍ରା ରେ 17 କୋଟି ଟଙ୍କା ପ୍ରଦାନ କରିବ । ଚାମ୍ପିୟାନ ଓ ରନର୍ସ ବ୍ୟତିତ ଯେଉଁ 2ଟି ଟିମ ଏଥର ବିଶ୍ଵକପ ରେ ସେମି ଫାଇନାଲ ରେ ପହଞ୍ଚି ଥିଲେ ସେମାନଙ୍କୁ ମଧ୍ୟ ଅର୍ଥ ରାଶି ପ୍ରଦାନ କରେ ଆଇସିସି ।

ଏହି 2ଟି ଟିମ ଙ୍କୁ ଆଇସିସି ପାଖା ପାଖି 7 କୋଟି ରାଶି ପ୍ରଦାନ କରିଥାଏ । ତେଣୁ ଏହି ଅନୁସାରେ ବିଶ୍ଵକପ ସେମି ଫାଇନାଲ ହାରିଥିବା ଦକ୍ଷିଣ ଆଫ୍ରିକା ଓ ନିୟୁଜଲ୍ୟାଣ୍ଡ ଦଳକୁ ଆଇସିସି 7 କୋଟି ରାଶି ପୁରସ୍କାର ପ୍ରଦାନ କରିବ । ସେମି ଫାଇନାଲ ଓ ଫାଇନାଲ ପୁରସ୍କାର ବ୍ଯତୀତ ଲିଗ ସ୍ଟେଜ ରେ ଗୋଟେ ମ୍ୟାକହ ଜିତିଲେ ମଧ୍ୟ ଆଇସିସି ବିଜେତା ଟିମ କୁ ମୋଟା ଅର୍ଥ ରାଶି ପ୍ରଦାନ କରିଥାଏ ।

ଲିଗ ସ୍ଟେଜ ରେ ଗୋଟେ ମ୍ଯାଚ ଜିତିଲେ ସେହି ଟିମ କୁ ଆଇସିସି ପାଖା ପାଖି 33 ଲକ୍ଷ ଟଙ୍କା ଅର୍ଥ ରାଶି ପ୍ରଦାନ କରିଥାଏ । ସେହି ଅନୁସାରେ ଟିମ ଇଣ୍ଡିଆ ଲିଗ ସ୍ଟେଜ ରେ ସବୁ ମ୍ଯାଚ ଜିତି ଥିବାରୁ ଏବେ ସବୁ ଟଙ୍କା ପାଇବାର ହକଦାର ଅଟେ । ଏହା ସହ ଭାରତ ଯଦି ବିଶ୍ଵକପ ଚାମ୍ପିୟନ ହୁଏ ତେବେ ଆଇସିସି ଟିମ ଇଣ୍ଡିଆ କୁ ପାଖା ପାଖି 33 କୋଟି ଟଙ୍କା ପୁରସ୍କାର ପ୍ରଦାନ କରିବ । ଏ ସବୁ ମଧ୍ୟରେ ଆସନ୍ତା ରବିବାର ଦିନ ଯିଏ ଫାଇନାଲ ମ୍ୟାଚ ଜିତିବ ଓ ଚାମ୍ପିୟାନ ହେବ କେଉଁ ଦଳ ତାହା ଉପରେ ଏବେ ସମସ୍ତଙ୍କର ନଜର ରହିଛି । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।