2021ର ବାର୍ଷିକ ରାଶିଫଳ, 8 ରାଶିରେ ହେବ ଧନ ବର୍ଷା, 4 ରାଶିଙ୍କୁ ରହିବାକୁ ହେବ ସତର୍କ

ଆଜି ଆମେ ଆପଣଙ୍କୁ ନୂଆବର୍ଷ ୨୦୨୧ରେ ୧୨ ଟି ରାଶିର ଭାଗ୍ୟ କେମିତି ରହିବ । କେଉଁ ରାଶି ପାଇଁ ଏହି ନୂଆ ବର୍ଷ ଶୁଭ ଓ ରହିବ ଓ କେଉଁ ରାଶିଙ୍କୁ ଏହି ନୂଆବର୍ଷ ଅଶୁଭ ଫଳ ପ୍ରଦାନ କରିବ ଆଜି ଆମେ ଆପଣଙ୍କୁ ସେହି ବିଷୟରେ ବିସ୍ତାର ରୂପରେ କହିବା । ତେବେ ଚାଲନ୍ତୁ ଜାଣିବା ୨୦୨୧ର ବାର୍ଷିକ ରାଶିଫଳ ।

ମେଷ

ବର୍ଷର ପ୍ରଥମରୁ ଧନ ସମ୍ପତି ଓ କ୍ୟାରିୟରରେ ଉନ୍ନତି ହେବ । ଚାକିରିରେ ପଦୋନ୍ନତି ମିଳିବ । ବୈବାହିକ ଜୀବନରେ ଖୁସି ମିଳିବ । ପରିବାରରେ ସୁଖ ସମୃଦ୍ଧି ବୃଦ୍ଧି ହେବ । ଇଞ୍ଜିନିୟର ଓ ଆଇଟି କ୍ଷେତ୍ରରେ ଛାତ୍ର ମାନଙ୍କୁ ସଫଳତା ମିଳିବ ।

ବୃଷ

ନିଜ ପେସାରେ ଉନ୍ନତି ପାଇଁ ଅଧିକ ପରିଶ୍ରମ କରିବାକୁ ପଡିବ । ପାର୍ଟନରଶିପ ବ୍ୟବସାୟରେ ଭଲ ଲାଭ ମିଳିବ । ଚାକିରିରେ ବଦଳି ହୋଇପାରେ । ବୈବାହିକ ଜୀବନରେ ଖୁସି ମିଳିବ । ବର୍ଷର ଶେଷ ଆଡକୁ ପରିବାରରେ ଦ୍ଵନ୍ଦ ଉପୁଜି ପାରେ । ଚକ୍ଷୁ ଜନିତ ସ୍ୱାସ୍ଥ୍ୟ ସମସ୍ୟା ଉପୁଜି ପାରେ ।

ମିଥୁନ

କାର୍ଯ୍ୟ କ୍ଷେତ୍ରରେ ସଫଳତା ମିଳିବ । ସରକାରୀ ଚାକିରି ମିଳିପାରେ । ବ୍ୟବସାୟରେ ଲାଭ ମିଳିବ । ପାରିବାରିକ ଓ ଦାମ୍ପତ୍ୟ ଜୀବନରେ ଖୁସି ମିଳିବ । ବିଦ୍ୟାର୍ଥୀମାନଙ୍କୁ ପରୀକ୍ଷାରେ କୃତକାର୍ଯ୍ୟ ମିଳିବ । ସ୍ୱାସ୍ଥ୍ୟ ଭଲ ରହିବ ।

କର୍କଟ

ଚାକିରି ଓ ବ୍ୟବସାୟରେ ଉନ୍ନତି ହେବ । ବିଦେଶ ଯାତ୍ରା କରି ପାରିବେ । ଆୟରେ ବୃଦ୍ଧି ହେବ । ପରିବାରରେ ସୁଖ ସମୃଦ୍ଧି ବଢିବ । ପ୍ରେମ ଜୀବନରେ ସଫଳତା ମିଳିବ । ବିଦ୍ୟାର୍ଥୀଙ୍କ କ୍ୟାରିୟରରେ ଉନ୍ନତି ହେବ ।

ସିଂହ

ଆର୍ଥିକ ସ୍ଥିତିରେ ବୃଦ୍ଧି ହେବ । ସାମାଜିକ ପ୍ରତିଷ୍ଠା ମିଳିବ । କର୍ମ କ୍ଷେତ୍ରରେ ସଫଳତା ମିଳିବ । ଆୟର ନୂଆ ପନ୍ଥା ମିଳିବ । ପାରିବାରିକ କ୍ଷେତ୍ରରେ ଖୁସି ମିଳିବ । ବ୍ୟବସାୟ ସାମାନ୍ୟ ରହିବ । ଚାକିରିରେ ବଦଳି ହୋଇପାରେ ।

କନ୍ୟା

କାର୍ଯ୍ୟ କ୍ଷେତ୍ରରେ ସ୍ଥିତି ସାମାନ୍ୟ ରହିବ । ବ୍ୟବସାୟରେ ସଫଳତା ମିଳିବ । ଆର୍ଥିକ ପରିସ୍ଥିତିରେ କମଜୋରି ଆସି ପାରେ । ନୂଆ ଚାକିରି ମିଳିପାରେ । ଜୀବନସାଥିଙ୍କ ସହ ମାନମାଳିନ୍ୟ ହୋଇପାରେ । ପ୍ରବେଶିକା ପରୀକ୍ଷାରେ ସଫଳତା ପାଇବେ ।

ତୁଳା

ସବୁ କାର୍ଯ୍ୟରେ ସଫଳ ହେବେ । ପୁଞ୍ଜି ନିବେଶରେ ଲାଭ ମିଳିବ । ପରିବାରରେ ମନୋରଞ୍ଜନ କାର୍ଯ୍ୟ କ୍ରମ ହେବ । ବିଦେଶ ଯାଇ ପାରନ୍ତି । ଚାକିରିରେ ପଦୋନ୍ନତି ମିଳିବ । ପରିବାରରେ ସୁଖ ଶାନ୍ତି ରହିବ । ବୈବାହିକ ଜୀବନରେ ଖୁସି ଆସିବ ।

ବିଚ୍ଛା

ସବୁ ଲକ୍ଷ ପୂରଣ ହେବ । କାରୋବାରରେ ଲାଭ ମିଳିବ । ଆକସ୍ମିକ ଧନ ମିଳିବ । ଆର୍ଥିକ ସ୍ଥିତି ଭଲ ରହିବ । ପାରିବାରିକ ଜୀବନରେ ସୁଖ ଶାନ୍ତି ରହିବ । ଚାକିରିରେ ଉନ୍ନତି ମିଳିବ । ଭୂମି କିମ୍ବା ବାହାନ କିଣିବାରେ ସୁଯୋଗ ମିଳିବ ।

ଧନୁ

ପାର୍ଟନରଶିପ ବ୍ୟବସାୟରେ ଳାଭ ମିଳିବ । ଦଲାଲି କାର୍ଯ୍ୟରେ ସଫଳତା ମିଳିବ । ଚାକିରିରେ ପଦୋନ୍ନତି ମିଳିବ । ପାରିବାରିକ ଜୀବନରେ ଖୁସି ମିଳିବ । ପୈତୃକ ସମ୍ପତିରେ ବିବାଦ ସୃଷ୍ଟି ହୋଇପାରେ । ପ୍ରେମ ଜୀବନରେ ସଫଳତା  ମିଳିବ ।

ମକର

ବ୍ୟବସାୟକୁ ନେଇ ବିଦେଶ ଯାତ୍ରା କରିପାରନ୍ତି । ପ୍ରତିଯୋଗୀତା କ୍ଷେତ୍ରରେ ପୁରସ୍କୃତ ହେବେ । ପରିବାରରେ ସୁଖ ଓ ଶାନ୍ତି ରହିବ । ବିଦ୍ୟାର୍ଥୀମାନଙ୍କୁ ସଫଳତା ମିଳିବ । ସାମାନ୍ୟ ସ୍ୱାସ୍ଥ୍ୟ ସମସ୍ୟା ଦେଖା ଯାଇ ପାରେ ।

କୁମ୍ଭ

ସବୁ କାର୍ଯ୍ୟରେ ସଫଳତା ମିଳିବ । ବ୍ୟବସାୟରେ ଉନ୍ନତି ହେବ । ପୈତୃକ ସମ୍ପତି ମିଳିବ । ବୈବାହିକ ଜୀବନରେ ଶାନ୍ତି ଆସିବ । ପ୍ରେମ ଜୀବନକୁ ନେଇ ଥିବା ଚିନ୍ତା ଦୂର ହେବ । ବିଦ୍ୟାର୍ଥୀମାନେ ପରୀକ୍ଷାରେ କୃତ କାର୍ଯ୍ୟ ହେବେ ।

ମୀନ

ଆପଣଙ୍କ ଆର୍ଥିକ ସ୍ଥିତ ଭଲ ରହିବ । ଚାକିରି କ୍ଷେତ୍ରରେ ଉନ୍ନତି ମିଳିବ । ପାରିବାରିକ ସମସ୍ୟା ଦୂର ହେବ । ବ୍ୟବସାୟରେ ଉନ୍ନତି କରିବେ । କୌଣସି ଭୂମି କିମ୍ବା ବାହନ କିଣିବାରେ ସଫଳ ହେବେ । ସାମାନ୍ୟ ସ୍ୱାସ୍ଥ୍ୟ ସମସ୍ୟା ଦେଖା ଯାଇ ପାରେ । ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।