ମୀନ ରାଶି ୨୦୧୯: ଜାଣନ୍ତୁ ମୀନ ରାଶି ପାଇଁ ବର୍ଷ ୨୦୧୯ ର ବିସ୍ତୃତ ରାଶିଫଳ, ଏହି ବର୍ଷଟି ଭଲ ରହିବ ନା ଖରାପ?

ରାଶି ଚକ୍ରରେ ମୀନ ରାଶି ସବୁଠୁ ଶେଷରେ ୧୨ ନମ୍ବରରେ ଆସିଥାଏ ଏବଂ ଏହି ରାଶିର ଚିହ୍ନ ମାଛ ଅଟେ । ମୀନ ରାଶିର ଲୋକମାନେ ଉଦାରପୂର୍ଣ ଏବଂ ସଂବେଦନଶୀଳ ହୋଇଥାନ୍ତି । ଏମାନଙ୍କର କଳ୍ପନାଶୀଳତା ବହୁତ ପ୍ରଖର ଅଟେ । ଅଯଥା ଦେଖାଉଥିବା ବ୍ୟକ୍ତିଙ୍କୁ ସେମାନେ ପସନ୍ଦ କରନ୍ତି ନାହିଁ । ଏମାନଙ୍କୁ ହାସ୍ୟାତ୍ମକ ଲୋକ ପସନ୍ଦ ଲାଗନ୍ତି ।

ମୀନ ରାଶିର ଲୋକମାନଙ୍କୁ କୌଣସି ନୂଆ ନୂଆ ଜିନିଷ ଶିଖିବାକୁ ଭଲ ଲାଗେ । ଏହି ରାଶି ଅନ୍ତର୍ଗତ ଦୀ, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚୀ, ଅକ୍ଷରରେ ଆରମ୍ଭ ହେଉଥିବା ନାମ ଆସିଥାଏ । ଯଦି ଆପଣଙ୍କର ରାଶି ମୀନ ଅଟେ ତେବେ ଆପଣଙ୍କର ମନରେ ଏହି ପ୍ରଶ୍ନ ବୁଲୁ ଥିବ କି ୨୦୧୯ରେ ଆପଣଙ୍କର ଆର୍ଥିକ, ପାରିବାରିକ, ସ୍ୱାସ୍ଥ୍ୟ, କ୍ୟାରିୟର ଏବଂ ପ୍ରେମ ଜୀବନ କେମିତି ରହିବ ? ତେବେ ଚିନ୍ତା କରନ୍ତୁ ନାହିଁ ବୈଦିକ ଜ୍ୟୋତିଷ ଶାସ୍ତ୍ର ଉପରେ ଆଧାରିତ ମୀନ ରାଶିର ୨୦୧୯ ରାଶିଫଳ ଦେବ ଆପଣଙ୍କ ସବୁ ପ୍ରଶ୍ନର ଉତ୍ତର ।

ମୀନ ରାଶି ୨୦୧୯ର ରାଶିଫଳ :

ମୀନ ରାଶି ୨୦୧୯ରେ ଆର୍ଥିକ ସ୍ଥିତି :

ଆପଣଙ୍କର ଅଟକିଥିବା ସବୁ କାମ ସମ୍ପୂର୍ଣ ହୋଇଯିବ । ମାର୍ଚ ମାସରେ ଆପଣ ଏକ ନୂଆ କାର୍ଯ୍ୟ ଆରମ୍ଭ କରିପାରିବେ । ଆପଣଙ୍କୁ ଆର୍ଥିକ ଲାଭ ମିଳିବାର ଯୋଗ ଅଛି ।

ମୀନ ରାଶି ୨୦୧୯ରେ ସ୍ୱାସ୍ଥ୍ୟ :

ଲମ୍ବା ରୋଗରେ ପିଡିଥିବା ଲୋକମାନେ ଭଲ ହୋଇଯିବେ । ସ୍ୱାସ୍ଥ୍ୟ ସମ୍ବନ୍ଧରେ ସଚେତନ ରୁହନ୍ତୁ । ଆପଣଙ୍କୁ ବୟାମ ଉପରେ ଧ୍ୟାନ ଦେବା ସଙ୍ଗେ ସଙ୍ଗେ ନିଜର ଖାଇବା ଉପରେ ଧ୍ୟାନ ଦେବାକୁ ପଡିବ ।

ମୀନ ରାଶି ୨୦୧୯ରେ ପାରିବାରିକ ଜୀବନ :

ସନ୍ତାନର ପ୍ରଗତିର ସମାଚାର ମିଳିବ । ଆପଣଙ୍କ ପରିବାରେ ସୁଖ ପୁଣି ଥରେ ଫେରି ଆସିବ । ଜମି ଘର ମାମଲାରେ ସଫଳତା ମିଳିବ । ଶତ୍ରୁ ଆପଣଙ୍କର କିଛି ହାନି କରି ପାରିବ ନାହିଁ ।

ମୀନ ରାଶି ୨୦୧୯ରେ ପ୍ରେମ ଜୀବନ :

ପ୍ରେମୀ ଯୋଡ଼ିଙ୍କ ପାଇଁ ଏହି ବର୍ଷ ବହୁତ ଭଲ ରହିବ । ଆପଣ ନିଜର ପ୍ରେମିକା ସହିତ ବହୁତ ସମୟ ବିତାଇବେ । ଅବବିବାହିତ ଲୋକମାନଙ୍କର ବାହାଘର ଠିକ ହୋଇଯିବ ।

ମୀନ ରାଶି ୨୦୧୯ରେ  କ୍ୟାରିୟର :

ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀ ମାନଙ୍କୁ ଅଳ୍ପ ସମସ୍ୟା ଆସିବ । ସେଥିପାଇଁ ଏହି ବର୍ଷ ଅଧିକରୁ ଅଧିକ ପରିଶ୍ରମ ଅକରିବାକୁ ପଡିବ । କମ୍ପାନୀ ତରଫରୁ ବିଦେଶ ଯାତ୍ରା କରିବାର ଯୋଗ ଅଛି । ମହିଳାଙ୍କ ପାଇଁ ପୁରା ବର୍ଷ ବିଶେଷ ଲାଭଦାୟକ ହେବ ।

ମୀନ ରାଶି ୨୦୧୯ ରାଶିଫଳର ବୈଦିକ ଉପାୟ :

ଶୁକ୍ଲ ପକ୍ଷ ର ପ୍ରଥମ ଶୁକ୍ରବାର ଦିନ କୌଣସି ମନ୍ଦିରରେ ଯାଇ କନ୍ୟାମାନଙ୍କୁ କ୍ଷୀର ସହିତ ମିଶ୍ରି ର ଭୋଜନ କରାନ୍ତୁ ଯାହା ଦ୍ଵାରା ଆପଣଙ୍କୁ ଧନ ଲାଭ ହେବ । ସନ୍ଧ୍ୟା ସମୟରେ ତୁଳସୀ ଗଛ ସାମ୍ନାରେ ଘିଅର ଦୀପ ଲଗାନ୍ତୁ ।

ମୀନ ରାଶି ୨୦୧୯ରେ  ଶୁଭ ମାସ ଏବଂ ଶୁଭ ରଙ୍ଗ :

ବର୍ଷ ୨୦୧୯ରେ ମୀନ ରାଶିର ଲୋକମାନଙ୍କ ପାଇଁ ଫେବ୍ରୁୟାରୀ ଏବଂ ଡିସେମ୍ବର ମାସ ବହୁତ ଶୁଭ ରହିବ । ଏହି ବର୍ଷରେ ହଳଦିଆ ଏବଂ ବ୍ଲୂ ରଙ୍ଗ ଆପଣଙ୍କ ପାଇଁ ଶୁଭ ହେବ ।