ସାରା ବିଶ୍ଵ ପାଇଁ ଏବେ ସବୁଠୁ ବଡ ଶତୃ ସାଜିଛି କରୋନା ଭାଇରସ । କରୋନାର ସମ୍ବନ୍ଧ ଏକ ଏମିତି ଭାଇରସ ପରିବାର ସହିତ ଅଟେ, ଯାହାର ସଂକ୍ରମଣରେ ଥଣ୍ଡା, ଜ୍ଵର ଓ ନିଶ୍ଵାସ ପ୍ରଶ୍ବାସରେ ସମସ୍ଯା ଦେଖା ଦେଇଥାଏ । ଏହି ଭାଇରସକୁ ପୂର୍ବରୁ କେବେ ବି ଦେଖା ଯାଇ ନଥିଲା । ଏହି ଭାଇରସର ସଂକ୍ରମଣ ଡିସେମ୍ବରରେ ଚୀନର ଊହାନ ସହରରୁ ଆରମ୍ଭ ହୋଇଥିଲା । ଏବେ ଏହା ସାରା ବିଶ୍ଵ ପାଇଁ ସଙ୍କଟ ସାଜିଛି । ଏ ପର୍ଯ୍ୟନ୍ତ ଏହି ଭାଇରସର ସଂକ୍ରମଣକୁ ଅଟକାଇବା ପାଇଁ କୌଣସି ଟୀକା ବାହାରି ନାହିଁ । ଏହି ଭାଇରସକୁ ବ୍ୟାପିବାରୁ ଅଟକାଇବାକୁ ହେଲେ ଏହାର ଲକ୍ଷଣକୁ ଜାଣି ସତର୍କ ରହିବା ଆବଶ୍ୟକ ।
ଏହି କାରଣରୁ ଭାରତର ପାଖାପାଖି ସମସ୍ତ ରାଜ୍ୟରେ ଲକଡାଉନ ଲାଗୁ କରାଯାଇଛି । କିନ୍ତୁ କରୋନା ଭାଇରସକୁ ବ୍ୟାପିବାରୁ ଅଟକାଇବା ପାଇଁ ଉଠାଯାଇଥିବା ଏହି ପଦକ୍ଷେପ ପର୍ଯ୍ୟାପ୍ତ ନୁହେଁ । ଏଥିପାଇଁ କରୋନା ପଜିଟିଭ ଲୋକଙ୍କୁ ଖୋଜି ବାହାର କରିବା ଉଚିତ, ଏମାନଙ୍କ ସଂସ୍ପର୍ଶରେ ମଧ୍ୟ ଯେଉଁମାନେ ଆସୁଛନ୍ତି ସେମାନଙ୍କୁ ମଧ୍ୟ ଖୋଜି ବାହାର କରାଯିବା ଦରକାର । ଯାହାଫଳରେ ସେମାନଙ୍କୁ ଆଇସୋଲେଟ କରି ଭାଇରସ ସ୍ପ୍ରେଡକୁ ରୋକାଯାଇ ପାରିବ । ବିଶେଷଜ୍ଞମାନଙ୍କର ମାନିବା ଅଟେ କି କରୋନା ଭାଇରସରେ ସଂକ୍ରମିତ ହେଉଥିବା ପ୍ରତି ୧୦୦୦ ଲୋକଙ୍କ ମଧ୍ୟରୁ ୯ ଜଣଙ୍କର ମୃତ୍ୟୁ ହେବାର ଆଶଙ୍କା ରହିଛି । ଏ ପର୍ଯ୍ୟନ୍ତ ଏହି ଭାଇରସ ଦ୍ଵାରା ବୃଦ୍ଧ ଲୋକଙ୍କର ମୃତ୍ୟୁହାର ସବୁଠୁ ଅଧିକ ଅଟେ । ତେବେ ଆସନ୍ତୁ ଜାଣିବା ବର୍ତ୍ତମାନ କଣ ରହିଛି ବିଶ୍ଵ, ଭାରତ ଓ ଓଡିଶାର ସ୍ଥିତି ।
ଭାରତ ଅପଡେଟ – 20 ଏପ୍ରିଲ ଦିନ 12 : 20 ପର୍ଯ୍ୟନ୍ତ
କରୋନାଭାଇରସ ସଂକ୍ରମଣ: 17615
ମୃତ୍ୟୁ: 559
ଭଲ ହୋଇ ସାରିଛନ୍ତି: 2854
ସୌଜନ୍ଯ – ଇଣ୍ଡିଆ କୋଭିଡ-19 ଟ୍ରାକର ORG
ଓଡିଶା ଅପଡେଟ
କରୋନାଭାଇରସ ସଂକ୍ରମଣ: 68
ମୃତ୍ୟୁ: 1
ଭଲ ହୋଇ ସାରିଛନ୍ତି: 24
ସୌଜନ୍ଯ – କୋଭିଡ-19 ଓଡିଶା COM
କରୋନାଭାଇରସ ସଂକ୍ରମଣ: 2408160(ୱାର୍ଲ୍ଡ ୱାଇଡ)
ମୃତ୍ୟୁ: 165105
ସୁସ୍ଥ ହେଇ ସାରିଲେଣି: 629061
ଟୋଟାଲ ଆକ୍ଟିଭ କେସ: 1613994
ନର୍ମାଲ କଣ୍ଡିସନ: 1559779 ସିରିଅସ ବା କ୍ରିଟିକଲ: 54215