ଦେଢ ବର୍ଷ ପୂର୍ବେ ୧୪ ବର୍ଷର ଏହି କୁନି ଜ୍ୟୋତିଷ କରୋନା ବିଷୟରେ କରିଥିବା ଭବିଷ୍ୟବାଣୀ ସତ ବିଷୟରେ ଜାଣନ୍ତୁ

ଚୀନର ୱୁହାନ ସହରରୁ ଆରମ୍ଭ ହୋଇଥବା କରୋନା ଭାଇରସ ବର୍ତ୍ତମାନ ଦିନରେ ପୁରା ବିଶ୍ଵ ପାଇଁ ଏକ ବଡ ସମସ୍ୟା ହୋଇ ଯାଇଛି । ସେଥିପାଇଁ ବିଶ୍ଵର ସମସ୍ତ ଦେଶମାନେ ନିଜ ନିଜ ଦେଶରେ ଏହି ମହାମାରୀକୁ ରୋକିବା ପାଇଁ ବିଭିନ୍ନ ପ୍ରକାରର କଡା ନିୟମ ସବୁ ପ୍ରୟୋଗ କରୁଛନ୍ତି । ଅନ୍ୟ ପଟେ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ଏହାକୁ ମହାମାରୀ ଘୋଷିତ କରି ସାରିଛି ।

କରୋନା ଭାଇରସ ଦ୍ଵାରା ପୁରା ବିଶ୍ଵରେ ବର୍ତ୍ତମାନ ପର୍ଯ୍ୟନ୍ତ ୧ ଲକ୍ଷ ୬୫ ହଜାରୁ ରୁ ଅଧିକ ଲୋକମାନଙ୍କ ମୃତ୍ୟୁ ହୋଇସାରିଛି ଓ ଏହା ସହିତ ଏହି ଭାଇରସ ଦ୍ଵାରା ୨୪ ଲକ୍ଷରୁ ବି ଅଧିକ ଲୋକମାନେ ସଂକ୍ରମିତ ହୋଇସାରିଛନ୍ତି ଓ ସେଥି ମଧ୍ୟରୁ କେତେକ ଲୋକମାନେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ତ ଅନ୍ୟ ପଟେ ଲକ୍ଷ ଲକ୍ଷ ଲୋକମାନେ ହସ୍ପିଟାଲରେ ଚିକିତ୍ସାଧୀନ ହେଉଛନ୍ତି । ଏହା ମଧ୍ୟରେ ସବୁଠୁ ଆଶ୍ଚର୍ଯ୍ୟ କର ଏକ କଥା ସାମ୍ନାକୁ ଆସୁଛି ।

ବର୍ତ୍ତମାନ ସମୟରେ କରୋନା ଭାଇରସକୁ ନେଇ ପାଖପାଖି ୧.୫ ବର୍ଷ ପୂର୍ବର ଏକ ଭିଡିଓ ବର୍ତ୍ତମାନ ସମୟରେ ବହୁତ ଭାଇରାଲ ହେଉଛି । ଏହି ଭିଡିଓ ଏକ ୧୪ ବର୍ଷ ଜ୍ୟୋତିଷର ଅଟେ । ଯେଉଁଥିରେ ସେ ଏହି କରୋନା ଭାଇରସକୁ ନେଇ ପୂର୍ବରୁ ହିଁ ଭବିଷ୍ୟବାଣୀ କରିଦେଇଥିଲା । ବୈଜ୍ଞାନିକମାନଙ୍କ ସହିତ ଜ୍ୟୋତିଷୀ ବି ଏହି ଭାଇରସକୁ ନେଇ କେତେକ ପ୍ରକାରର କଥା କହିଛନ୍ତି ।

୧୪ ବର୍ଷର ଅଭୀଜ୍ଞ ଆନନ୍ଦ ଜ୍ୟୋତିଷ ୧.୫ ବର୍ଷ ପୂର୍ବେ ହିଁ ଏକ ଭବିଷ୍ୟବାଣୀ କରିଥିଲେ ଯେଉଁଥିରେ ସେ କହିଥିଲେ କି ୨୦୨୦, ୩୧ ମାର୍ଚ୍ଚରେ ଏମିତି ଏକ ବିସ୍ଫୋଟ ହେବ ଯାହା କାରଣରୁ ଭାରତରେ ତ୍ରାହି ତ୍ରାହି ମଚିଯିବ । ମନୁଷ୍ୟ ଓ ଭାଇରସକୁ ନେଇ ଏକ ଭୟଙ୍କର ଯୁଧ୍ୟ ହେବ । ଯେଉଁଥିରେ ସେ ହିଁ ଜୀବିତ ବଞ୍ଚିବ ଯିଏ ନିଜ ଘରେ ରହିବ । ଆପଣଙ୍କୁ କହିଦେଉଛୁ କି ଏହି ଭବିଷ୍ୟବାଣୀ ବାଲା ଭିଡିଓ ୟୁଟ୍ୟୁବ ଚ୍ୟାନେଲ କନ୍ସାଇଂସରେ ପୋସ୍ଟ କରାଯାଇଛି ।

ଏହି ଭବିଷ୍ୟବାଣୀ ଏତିକିରେ ବନ୍ଦ ହେଉ ନାହିଁ । ଏହା ପରେ ୨୯ ମାର୍ଚ୍ଚ ପର୍ଯ୍ୟନ୍ତ ବିଶ୍ଵର ୮୦ ପ୍ରତିଶତ ଲୋକମାନେ ଏହି ଭାଇରସ ଦ୍ଵାରା ସଂକ୍ରମିତ ହୋଇଯିବେ ଓ ୨୦ ପ୍ରତିଶତ ଲୋକମାନେ ମୃତ୍ୟୁ ବରଣ କରିବେ । ଅନ୍ୟ ପଟେ ଜ୍ୟୋତିଷୀ କୁହନ୍ତି କି ଏହି ଭାଇରସ ୩୦ ମେ ରୁ ୫ ସେପ୍ଟେମ୍ବର ମଧ୍ୟରେ ଶେଷ ହୋଇଯିବ । ଅନ୍ୟ ପଟେ ୧୦ ସେପ୍ଟେମ୍ବରକୁ ଏହି ଭାଇରସ ଦ୍ଵାରା ଶେଷ ମୃତ୍ୟୁ ହେବ ।

ଏହା ମଧ୍ୟରେ କିଛି ସଂସ୍ଥା ଭାଇରାଲ ଭିଡିଓର ସତ୍ୟତା ଜାଣିବା ପାଇଁ ପ୍ରୟାସ କରିଲେ ଓ ଏହି ଭିଡିଓ ଉପରେ ପୂର୍ଣ ରୂପରେ ବିଶ୍ଵାସ କରୁ ନାହାନ୍ତି । ଭାଇରାଲ ଭିଡିଓକୁ କିଛି ମିଡିଆ ସଂସ୍ଥା ବି ମିଛ ବୋଲି କହୁଛନ୍ତି । କିନ୍ତୁ ୟୁଟ୍ୟୁବ ଚ୍ୟାନେଲକୁ ଯାଇ ଭିଡିଓ ଦେଖିବା ପରେ ଜଣା ପଡିଲା କି ଏହି ରୋଗ ବିଷୟରେ କିଛି ବି କୁହାଯାଇ ନାହିଁ ।